ରାସ୍ତା ପାର୍‌ ହେଉଥିବାବେଳେ ବୃଦ୍ଧାଙ୍କୁ ଧକ୍କା ଦେଲା ବାଇକ, ଚାଳକଙ୍କୁ ଗ୍ରାମବାସୀ ଅଟକ ରଖି…

ଦାରିଙ୍ଗବାଡି, ୧୧।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ବାଇକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଉକ୍ତ ଥାନା ଗ୍ରୀନବାଡି ପଞ୍ଚାୟତ ଦାସିକେତା ଗ୍ରାମର ସୁରଙ୍ଗୀ ପ୍ରଧାନ ବୋଲି ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ବାଇକ ଏବଂ ବାଇକ ଚାଳକ ଜିତେନ୍ଦ୍ର ପ୍ରଧାନଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି । ପ୍ରକାଶ ଯେ, ବୃଦ୍ଧା ସୁରଙ୍ଗୀ ପ୍ରଧାନ ଗାଁରେ ରାସ୍ତା ପାର୍‌ ହୋଇ ତାଙ୍କ ଘରକୁ ଯାଉଥିଲେ। ଏହି ସମୟରେ ଦାରିଙ୍ଗବାଡି ପଟୁ ପର୍ତ୍ତମାହା ଅଭିମୁଖେ ଯାଉଥିବା ଏକ ବାଇକ ଦ୍ରୁତ ଗତିରେ ଆସି ସିଧା ସୁରଙ୍ଗୀଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଦାରିଙ୍ଗବାଡି ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ତାଙ୍କୁ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି । ଘଟଣାକୁ ନେଇ ଦାସିକେତାରେ ଚାପା ଉତ୍ତେଜନା ଦେଖାଯାଇଛି ।