ଚିକିଟି,୫ା୧୧(ପ୍ରକାଶ ଚନ୍ଦ୍ର ସାହୁ): ଧାନଘରଠାରୁ ପ୍ରାୟ ୧୨ କିମି ଦୂର କେରାଣ୍ଡି ମାଳ ପର୍ବତ ଶିଖରେ ଅବସ୍ଥିତ ମା’ ବାଳକୁମାରୀ। ଘାଟିରେ ବୁଧବାର ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଜଣକ ହେଲେ ଶିବ ଶଙ୍କର ସାହୁ (୩୪), ଗୁରୁତର ଆହତ ଦ୍ୱୟ ହେଲେ ସୁରେଶ ଚୌଧୁରୀ (୪୯)ଓ ଡିକେଶ୍ୱର ରେଡ୍ଡୀ (୨୮)l ଉଭୟ ସମସ୍ତେ ଗୋଳନ୍ଥରା ଥାନା ଅନ୍ତର୍ଗତ କତୁରୁ ନୂଆଗାଁ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଶିବ ଶଙ୍କର, ଡିକେଶ୍ୱର ଓ ସୁରେଶ ଗୋଟିଏ ସ୍କୁଟିରେ ୩ ଜଣ ମିଶି ମା’ ବାଳକୁମାରୀ ପୀଠକୁ ଆଜି ସକାଳେ ଦର୍ଶନ କରିବା ପାଇଁ ଯାଇଥିଲେ। ସେଠାରୁ ଦର୍ଶନ କରି ଫେରୁଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ଏକ ପଥରକୁ ଧକ୍କା ଦେଇ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ଯାହାଫଳରେ ଘଟଣାସ୍ଥଳରେ ଶିବଶଙ୍କରଙ୍କ ମୃତ୍ୟୁ ଘଟିଥିଲା। ଡିକେଶ୍ୱର ଓ ସୁରେଶ ଗୁରୁତର ହୋଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଚିକିଟି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଗୁରୁତରମାନଙ୍କୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।