ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ ଯୁବକ ମଧ୍ୟପ୍ରଦେଶର ରାହୁଲ ମେଘୱାଲ ବୋଲି ଜଣାପଡିଛି। ସେ ବାଇକରେ ଯାଉଥିବାବେଳେ ବାଲି ବୋଝେଇ ହାଇୱା ତାଙ୍କ ଉପରେ ମାଡି ଯାଇଥିଲା ।
ଫଳରେ ଘଟଣାସ୍ଥଳରେ ତାଙ୍କର ମତ୍ୟୁ ଘଟିଛି। ତେବେ ଏହି ଘଟଣାକୁ ନେଇଁ ସେଠାରେ ଉତ୍ତେଜନା ଦେଖିବାକୁ ମିଳିଛି। କ୍ଷତିପୂରଣ ଦାବିରେ ସମ୍ପର୍କୀୟ ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ତହସିଲଦାର ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରୁଛନ୍ତି।
Dharitri – Odisha’s No.1 Odia Daily