ଦାରିଙ୍ଗବାଡି, ୧୫।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ସିକକେତାର ୩ ଜଣ ଯୁବକ ବିଦ୍ୟୁତ ଖୁଣ୍ଟକୁ ବାଇକ ଧକ୍କା ଦେଇ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ବିଦ୍ୟୁତ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେ ହେଲେ ବିଦ୍ୟା ସାଗର ପ୍ରଧାନ ଏବଂ ଅନ୍ୟ ଆହତ ୨ ଜଣ ହେଲେ ଅମଦ ପ୍ରଧାନ ଏବଂ କେଦାର ପ୍ରଧାନ ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଇକିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ବିିଦ୍ୟୁତ କର୍ମଚାରୀ ବିଦ୍ୟାସାଗର ଅଧିକା ଗୁରୁତର ରହିଥିବାରୁ ତାଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ଯିବାକୁ ଚିକିତ୍ସା କରୁଥିବା ଡାକ୍ତର ପରାମର୍ଶ ଦେଇଥିଲେ। ପରେ ବିଦ୍ୟାସାଗରଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ଗ୍ରାମର ପଙ୍କଜ ପ୍ରଧାନ କହିଛନ୍ତି, ଅନ୍ୟ ୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଥିବା ଜଣାପଡିଛି।
ପ୍ରକାଶ ଯେ, ୩ ଜଣ ଏକ ବାଇକ ଯୋଗେ ରାତ୍ର ସାଢେ ୮ଟାରେ ସିକାକେତାରୁ ବାହାରି କୌଣସି କାର୍ଯ୍ୟରେ ରାଇକିଆ ଅଭିମୁଖେ ଯାଉଥିଲେ। ରାଇକିଆ ଆଉ ଅଳ୍ପ ବାଟ ରହିଥିବା ବେଳେ କାଣ୍ଡାବାଡା ନିକଟରେ ବାଇକଟି ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ହୋଇଥିଲା।
Dharitri – Odisha’s No.1 Odia Daily


