ଚଳନ୍ତା ବାଇକ୍‌ରେ ମୋବାଇଲରେ ରିଲ୍‌ କରୁଥିଲେ, ବାଇକ୍‌କୁ ପଛରୁ ପିଟି ଛିଟିକି ପଡ଼ିଲେ ଯୁବକ; ବ୍ରହ୍ମପୁର…

ମୋହନା,୨୦।୯( ମନ୍ମଥ ମିଶ୍ର): ବାଇକକୁ ପଛପଟୁ ଧକ୍କା ଦେଲା ବାଇକ । ଦୁର୍ଘଟଣାରେ ଦୁଇ ଜଣ ରାସ୍ତା କଡ଼କୁ ଛିଟିକି ପଡ଼ି ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସୂଚ଼ନାଯୋଗ୍ୟ, ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଲାଣ୍ଡାଗୁଡା ଗ୍ରାମରୁ ପାଣିଗଣ୍ଡା ଅଭିମୁଖେ ଏକ ବାଇକରେ ଧର୍ମେନ୍ଦ୍ର ଉଠାଣ ସିଂ (୨୬) ଓ ସୁଶାନ୍ତ ରଣଗଣ୍ଡ(୧୯)ଆସୁଥିବା ବେଳେ ଗରଡ଼ମା ପଞ୍ଚାୟତ ଅଧିନ ପାପିଜୁ ଗ୍ରାମରୁ ପାଣିଗଣ୍ଡାକୁ ଫିରୋଜ ମାଝୀ(୧୮)ଓ ଆଶିଷ ପାଟ୍ଟମାଝୀ(୨୦)ବାଇକରେ ଆସୁଥିବା ବେଳେ ମୋବାଇଲରେ ରିଲ୍‌ କରୁଥିଲେ। ପାଣିଗଣ୍ଡା ନିକଟ ହାଟପଦା ଛକଠାରେ ଆଗରେ ଯାଉଥିବା ଧର୍ମେନ୍ଦ୍ରଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ସମସ୍ତେ ରାସ୍ତା ପାର୍ଶ୍ୱକୁ ଛିଟିକି ପଟି ଆହତ ହୋଇଥିଲେ। ସମସ୍ତଙ୍କୁ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଗୁରୁତର ଧର୍ମେନ୍ଦ୍ର ଏବଂ ସୁଶାନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି। ତେବେ ଧର୍ମେନ୍ଦ୍ରଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବାବେଳେ ଓ ସୁଶାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି।

Share
Tags: odisha