ବ୍ରିଜ୍‌ ତଳକୁ ଖସିଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ

ଦିଗପହଣ୍ଡି,୨୩ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମୌଳାଭଞ୍ଜା ଗ୍ରାମ ନିକଟରେ ଥିବା ଘୋଡ଼ାହାଡ଼ ନଦୀ ବ୍ରିଜ୍‌ ତଳକୁ ଖସି ଜଣେ ବାଇକ୍‌ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ପାଟପୁର ଥାନା ସାନଖେମୁଣ୍ଡି ବ୍ଳକ ଧରମପୁର ଗ୍ରାମର ଏସ୍‌. ଦୀନବନ୍ଧୁ ଦୋରାଙ୍କ ପୁତ୍ର ଏସ. ମିଥୁନ ଦୋରା(୨୫)। ବୁଧବାର ବିଳମ୍ବିତ ରାତିରେ ମିଥୁନ ନିଜ ବାଇକ୍‌ ଯୋଗେ ଗ୍ରାମକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ୍‌ ପାଚେରି ଭାଙ୍ଗି ପ୍ରାୟ ୩୦ ଫୁଟ ତଳକୁ ନଦୀ ମଧ୍ୟକୁ ବାଇକ୍‌ ସହ ଖସି ପଡ଼ିଥିଲେ। ଏହି ସମୟରେ ନଦୀପଠାରେ ମୌଳାଭଞ୍ଜା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସମ୍ପର୍କୀୟ ଲୋକେ ସତ୍କାର କରୁଥିବା ଏହି ଘଟଣା ଦେଖି ଦିଗପହଣ୍ଡି ଥାନାକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଟିମ୍‌ ରାତି ପ୍ରାୟ ୧୨ଟାରେ ଘଟଣାସ୍ଥଳରେ ପହଞ୍ଚି ନଦୀ ମଧ୍ୟରୁ କ୍ଷତ ବିକ୍ଷତ ଯୁବକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉପସ୍ଥିତ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି। ପୋଲିସ ଦୁର୍ଘଟଣା ଗସ୍ତ ଦୁଇଟି ବାଇକ୍‌କୁ ଜବତ କରି ତଦନ୍ତ ଚଳାଇଛନ୍ତି।

Dharitri – The Largest & Most Trusted Odia Daily

Share