ରାଇପଦା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩…..

ଜି.ଉଦୟଗିରି,୪ା୩(ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଠାରୁ କଳିଙ୍ଗା ରାଜ୍ୟ ରାଜପଥ ରାଇପଦା ଦୀର୍ଘ ବୁଲାଣି ଠାରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବା ବେଳେ ତାଙ୍କୁ ଫୁଲବାଣୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ କୁମ୍ଭାରକୂପା ଗ୍ରାମର ତନୁଜ କୁମାର ପ୍ରଧାନ ବ୍ରହ୍ମପୁର ଠାରୁ ଜି.ଉଦୟଗିରି ଅଭିମୁଖେ ଆସୁଥିଲେ । ଏହି ସମୟରେ କଳିଙ୍ଗା ଘାଟିରେ ଜଣେ ବ୍ୟକ୍ତିଙ୍କର ଗାଡ଼ି ଖରାପ ହୋଇଥିବା ଦେଖି ସେ ଧରିତ୍ରୀ ପ୍ରଧାନ ଏବଂ ତାଙ୍କର ଝିଅକୁ ଜି.ଉଦୟଗିରି ପର୍ଯ୍ୟନ୍ତ ଲିଫ୍ଟ ଦେଇଥିଲେ । ଗନ୍ତବ୍ୟ ସ୍ଥଳରେ ପହଂଚିବା ପୂର୍ବରୁ ରାଇପଦା ନିକଟ ଦୀର୍ଘ ବୁଲାଣି ଠାରେ ତନୁଜ ଧରିଥିବା ଓଆର୧୨ବି ୧୬୮୮ ବାଇକ ଓ କଳିଙ୍ଗା ଅଭିମୁଖେ ଯାଉଥିବା ଓଡି୧୨ବି ୫୬୬୩ ନମ୍ବର ବିଶିଷ୍ଟ ବାଇକ ରେ ଯାଉଥିବା ଶୁଭମ ରଣା ଓ ସିଦ୍ଧାନ୍ତ ମହାପାତ୍ର ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ମହିଳାଙ୍କ ସହ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଛୋଟ ଝିଅ ଟିର କୌଣସି କ୍ଷତି ହୋଇନଥିଲା ।

ଖବର ପାଇ ଆମ୍ବୁଲାନ୍ସ ଯୋଗେ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା କାର୍ଯ୍ୟରତ ଡାକ୍ତର ଗୁରୁତର ଙ୍କୁ ଫୁଲବାଣୀ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି । ସେହିପରି ଜେବେଡ଼ି ଠାରେ ଏକ ଦୁର୍ଘଟଣାରେ ସିରକି ଗ୍ରାମର ଅଲେଖ ପ୍ରଧାନ ନାମକ ଯୁବକ ମୃତ ହୋଇଥିବା ନେଇ ସୂଚନା ମିଳିଛି । ଦୃତ ଗତିରେ ଯାଉଥିବା ଏକ ଗାଡ଼ି ତାଙ୍କୁ ଧକ୍କା ଦେବା ଫଳରେ ଅଲେଖ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ନେଇ ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି ।

 

Dharitri – Odisha’s No.1 Odia Daily

Share