ବାଇକ୍‌ ଦୁର୍ଘଟଣା: କକା, ପୁତୁରାଙ୍କ ଚାଲିଗଲା ଜୀବନ

ନୂଆପଡ଼ା,୧୬ା୫ (ମକାରୁ ବେମାଲ)::ନୂଆପଡ଼ା ସଦର ବ୍ଲକ କୋଟେନଚୂଆଁ ପଞ୍ଚାୟତ ତିଲେଇଝର ଗାଁ ପାଖରେ ଏକ ବାଇକ୍‌ ଦୁର୍ଘଟଣା ଘଟି କାକା ଓ ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତିଲେଇଝର ଗାଁର କାକା ପରମେଶ୍ୱର ତାଣ୍ଡି (୧୮) ଓ ପୁତୁରା ପୁରୁଷୋତ୍ତମ ତାଣ୍ଡି (୨୦)। ଗୁରୁବାର ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ା ସୂଚନା ଉଭୟ କାକା ଓ ପୁତରା ଏକ ବାଇକ୍‌ ଯୋଗେ ନୂଆପଡା ପଟୁ ତିଲେଇଝର ଗାଁକୁ ଫେରୁଥିଲେ ା ସେହି ସମୟରେ ଗାଁ ମୁଣ୍ଡରେ ବାଇକ୍‌ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ନୁଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ପରମେଶ୍ୱରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁରୁଷୋତ୍ତମ ସଙ୍କଟାପନ୍ନ ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ହେଲେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସଦର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ବିବାହ କରିବାକୁ ରାଜି ନ ହେବାରୁ ପ୍ଲାଟଫର୍ମରେ କୀଟନାଶକ ପିଇଦେଲେ  ମା’ବାପା: ପରେ…

ଦିଗପହଣ୍ଡି,୧୪।୭(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଏମ.ରଞ୍ଜନ ଦୋରା ବିବାହ କରିବାକୁ ରାଜି ନ ହେବାରୁ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର,୧୪।୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...

ହତ୍ୟା ନା ଆତ୍ମହତ୍ୟା:ଭବାନୀପାଟଣା ସ୍ଥାନାନ୍ତର କରାଗଲା ମୃତଦେହ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୱାର୍ଡ ନମ୍ବର ୭ର ଜଣେ ୧୬ ବର୍ଷୀୟ ଯୁବକ ବାଳକୃଷ୍ଣ ଶିଖା ବେକର ଶାଢି ଲଗାଇ ଆତ୍ମହତ୍ୟା...

ରେଳବିଭାଗରେ ଚାକିରି କରାଇବା ନାଁରେ ୮୬ ଲକ୍ଷ ଟଙ୍କା ଠକେଇ: ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ରେଳବିଭାଗରେ ଚାକିରି କରାଇବା ନାଁରେ ୭ ଜଣ ଯୁବକଙ୍କୁ ଠାରୁ ୮୬ ଲକ୍ଷ ୫୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ...

ଧରିତ୍ରୀ ୱେବ ପ୍ରଭାବ: ଯୋଡ଼ା ଲଘୁଚାପଜନିତ କ୍ଷୟକ୍ଷତି ଆକଳନ କଲା ରାଜସ୍ବ ବିଭାଗ

କୁଆଁରମୁଣ୍ଡା,୧୪।୦୭(ମହେନ୍ଦ୍ର କୁମାର ସାହୁ): ଯୋଡ଼ା ଲଘୁଚାପ ଯୋଗୁ ସୁନ୍ଦରଗଡ଼ରେ ବାଦଲ ଫଟା ବର୍ଷା ହୋଇଛି। ଜାତୀୟ ରାଜପଥରେ ଆଣ୍ଠୁଏ ପାଣି ଶୀର୍ଷକ ଏକ ଖବର ଧରିତ୍ରୀ...

FM ପୀଡ଼ିତା ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି: ପଚାରି ବୁଝିଲେ ସ୍ବାସ୍ଥ୍ୟାବସ୍ଥା

ଭୁବନେଶ୍ୱର,୧୪।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟବର୍ଷରେ ଅଧ୍ୟୟନରତା ଜଣେ ଛାତ୍ରୀ ଆତ୍ମାହୁତି ଦେଇଛନ୍ତି। ଏହି ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ...

ସାର୍‌ ନିଆଁ ଲଗାଇ ଦେଇଛନ୍ତି… ବାଲେଶ୍ୱର ଘଟଣାରେ ପୀଡ଼ିତା ଛାତ୍ରୀଙ୍କ ମା’ଙ୍କ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୧୪।୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ସୋମବାର ପୀଡ଼ିତା ଛାତ୍ରୀଙ୍କ ମା’...

ସମ୍ବିଧାନ ସୁରକ୍ଷିତ ରହିଲେ, ସୁରକ୍ଷିତ ରହିବ ଗଣତନ୍ତ୍ର

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରା ପକ୍ଷରୁ ରବିବାର ସନ୍ଧ୍ୟାରେ ସମ୍ବିଧାନର ମୁଖବନ୍ଧରୁ ଧର୍ମ ନିରପେକ୍ଷତା ଓ ସମାଜବାଦ ଶବ୍ଦର ଉଚ୍ଛେଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri