ଛତ୍ରପୁର,୧୨ା୬(ଦିଲ୍ଲୀପ ସାମଲ): ରାଜ୍ୟରେ ମୋହନ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଗୁରୁବାର ରାଜ୍ୟବ୍ୟାପୀ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲାର ମୁଖ୍ୟାଳୟ ତଥା ଜିଲାପାଳଙ୍କ କାର୍ଯ୍ୟାଳୟରେ ଏହି ସୁସଜ୍ଜିତ ବିକାଶ ବାହନକୁ ବ୍ରହ୍ମପୁର ଏମ୍ପି ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲାପରିଷଦର ସିଡିଓ ମଧୁମିତା, ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ପ୍ରମୁଖ ଯୋଗଦେଇ ବିକାଶ ବାହନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ବିକାଶ ବାହନ ସରକାରଙ୍କ ବିକାଶ କଥା ନେଇ ଗାଁରୁ ଗାଁକୁ ଏବଂ ସହରକୁ ସହର ବୁଲିବ। ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଚେତନତା ସୃଷ୍ଟି କରିବ। ଆଜିଠୁ ଜୁନ୍ ୨୧ଯାଏ ଜିଲାର ସମସ୍ତ ଅଞ୍ଚଳ ଏହି ବାହନ ବୁଲିବ।


