୨ଦିନରେ ଦେଶ ହରାଇଲା ୩କୋଟିପତି ବ୍ୟବସାୟୀ, ଜାଣନ୍ତୁ ସେମାନଙ୍କ ପ୍ରେରଣାଦାୟକ ଯାତ୍ରା

ନୂଆଦିଲ୍ଲୀ,୧୫।୧୧: ନିକଟରେ ୨ଦିନ ମଧ୍ୟରେ ଦେଶର ୩କୋଟିପତି ବ୍ୟବସାୟୀଙ୍କ ପରଲୋକ ହୋଇଛି। ସେମାନେ ହେଲେ କେଦାରନାଥ ଅଗ୍ରଓ୍ବାଲ, ଓବରଏ ଓ ସୁବ୍ରତ ରୟ। ଦେଶରେ କେଦାରନାଥ ଅଗ୍ରଓ୍ବାଲଙ୍କୁ ଅବା କିଏ ନଜାଣେ। ଯେଉଁ କମ୍ପାନୀର ମିଠା କେବଳ ଦେଶରେ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ପିଆରଏସ ଓବରଏ ଓରଫ ବିକି କେସି ଦେଶରେ ହୋଟେଲ ଇଣ୍ଡଷ୍ଟ୍ରୀ ପାଇଁ ପରିଚିତ। ସେଥିପାଇଁ ସେ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଛନ୍ତି। ଏହି କ୍ରମରେ ୩ୟ କୋଟିପତି ବ୍ୟବସାୟୀ ସାହାରା ଗ୍ରୁପ ପ୍ରତିଷ୍ଠାତା ସୁବ୍ରତ ରୟ। ତେବେ ଆସନ୍ତୁ ଜାଣିବା ଏହି ୩କୋଟିପତି ବ୍ୟବସାୟୀଙ୍କ ବିଷୟରେ…

ଦେଶରେ ନମକିନ ଓ ମିଠା ପାଇଁ ପରିଚିତ ବ୍ରାଣ୍ଡ ବିକାନରବାଲାର ପ୍ରତିଷ୍ଠାତା କେଦାରନାଥ ଅଗ୍ରଓ୍ବାଲଙ୍କ ସୋମବାର ପରଲୋକ ହୋଇଛି। ମୃତ୍ୟୁ ସମୟରେ ତାଙ୍କୁ ୮୬ବର୍ଷ ହୋଇଥିଲା। ୧୯୦୫ରୁ ବିକାନରରେ ଥିବା ତାଙ୍କ ପରିବାର ସହରର ଏକ ଗଳିରେ ମିଠା ଦୋକାନ ଆରମ୍ଭ କରିଥିଲେ। ଦୋକାନର ନାମ ବିକାନର ନମକିନ ଭଣ୍ଡାର ଥିଲା। ପରେ ୧୯୫୦ରେ କେଦାରନାଥ ଦିଲ୍ଲୀରୁ ତାଙ୍କ କ୍ୟାରିୟରର ଆରମ୍ଭ କରିଥିଲେ। ଦିଲ୍ଲୀରେ କେଦାରନାଥ ତାଙ୍କ ଭାଇ ସତ୍ୟନାରାୟଣ ଅଗ୍ରଓ୍ବାଲଙ୍କ ସହ ମିଶି ପ୍ରଥମେ ଭୁଜିଆ ଓ ରସଗୋଲାର ବିକ୍ରି ଆରମ୍ଭ କରିଥିଲେ। ଦିଲ୍ଲୀର ରାସ୍ତାରେ ବୁଲି ବୁଲି ବାଲତିରେ ରସଗୋଲା ଭର୍ତ୍ତି କରି ସେ ବିକ୍ରି କରୁଥିଲେ। ଏହାପରେ ସେ ତାଙ୍କ ବନ୍ଧୁଙ୍କ ସହ ମିଶି ଚାନ୍ଦିନ ଚୌକରେ ଦୋକାନ ଆରମ୍ଭ କରିଥିଲେ।
ଭାରତରେ ବିକାନରବାଲାର ୬୦ରୁ ଅଧିକ ଦୋକାନ ରହିଛି। ବିଦେଶରେ ଆମେରିକା, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, ନେପାଳ ଓ ୟୁଏଇ ପରି ଦେଶରେ ବିକାନରବାଲାର ବ୍ୟବସାୟ ରହିଛି। କିନ୍ତୁ କେଦାରନାଥଙ୍କ ମୃତ୍ୟୁରେ କେବଳ ବିକାନରବାଲାର ନୁହେଁ ସମଗ୍ର ଖାଦ୍ୟ ଇଣ୍ଡଷ୍ଟ୍ରୀର ବଡ କ୍ଷତି ବୋଲି ଗ୍ରୁପର ମ୍ୟାନେଜିଙ୍ଗ ଡାଇରେକ୍ଟର ଶ୍ୟାମ ସୁନ୍ଦର ଅଗ୍ରଓ୍ବାଲ କହିଛନ୍ତି।

ଓବରଏ ଗ୍ରୁପର ଚେୟାରମ୍ୟାନ ପୃଥ୍ବୀ ରାଜସିଂହ ଓବରଏଙ୍କ ୯୪ବର୍ଷ ବୟସରେ ମଙ୍ଗଳବାର ଦେହାନ୍ତ ହୋଇଛି। ଓବରଏଙ୍କୁ ଇଣ୍ଡିଆନ ହସ୍ପିଟାଲଟିର ପୁରୋଧା ରୂପେ ମଧ୍ୟ ବିବେଚନା କରାଯାଏ। ଓବରଏ ଦୀର୍ଘଦିନ ଧରି ଇଆଇଏଚ ଲିମିଟେଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ।
ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ଓବରଏଙ୍କ ଉଲ୍ଲେଖନୀୟ ଯୋଗଦାନ ହେତୁ ତାଙ୍କୁ ‘ପଦ୍ମ ବିଭୂଷଣ’ ସହ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି। ଅସଧାରଣ ନେତୃତ୍ୱ ପାଇଁ ଇଣ୍ଟରନାଶନାଲ ଲକଜରୀ ଟ୍ରବଲ ମାର୍କେଟ(ଆଇଏଲଟାଏମ) ଦ୍ୱାରା ‘ଲାଇଫଟାଇମ ଆଚିଭମେଣ୍ଟ’ ଓ ତାଙ୍କ ହୋଟେଲ୍ସ ୟୁଏସଏ ଦ୍ୱାରା ‘କର୍ପୋରେଟ ହୋଟେଲିୟର ଅଫ ଦ ଓ୍ବାଲର୍‌ଡ’ରେ ସମ୍ମାନିତ କରାଯାଇଛି।

ସାହାରା ଗ୍ରୁପର ମୁଖ୍ୟ ସୁବ୍ରତ ରଏ ୭୫ବର୍ଷ ବୟସରେ ମଙ୍ଗଳବାର ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରୟ ଖୁଚୁରା, ରିଏଲ ଇଷ୍ଟେଟ ଏବଂ ଅର୍ଥ, ଗୃହ ଏବଂ ମିଡିଆ କ୍ଷେତ୍ରରେ ତାଙ୍କର ବ୍ୟବସାୟ ସାମ୍ରାଜ୍ୟ ନିର୍ମାଣ କରିଥିଲେ। ବିଭିନ୍ନ ପ୍ରମୁଖ ବିବାଦର କେନ୍ଦ୍ରରେ ରହି ତାଙ୍କ ଗ୍ରୁପ କମ୍ପାନୀଗୁଡିକ ସହିତ ଅନେକ ନିୟାମକ ଏବଂ ଆଇନଗତ ଯୁଦ୍ଧର ସମ୍ମୁଖୀନ ହୋଇଥିଲେ, ଯାହା ମଲ୍ଟି ଲେଭଲ ମାର୍କେଟିଂ ସ୍କିମ ଗଠନ ପାଇଁ ନିୟମକୁ ଖଣ୍ଡନ କରିଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?