କଂଗ୍ରେସ ଟିକେଟରେ ଦୁଇଥର ଜିତିଥିଲେ ବିଜୁବାବୁ

ବ୍ରହ୍ମପୁର ଅଫିସ,୧୭।୪: ବିଶିଷ୍ଟ ରାଜନେତା ସ୍ବର୍ଗତ ବିଜୁ (ବିଜୟାନନ୍ଦ) ପଟ୍ଟନାୟକ ଗଞ୍ଜାମ ଜିଲାରୁ ଦୁଇଥର କଂଗ୍ରେସ ବିଧାୟକ ଏବଂ ଥରେ ଆସିକା ଲୋକ ସଭା କ୍ଷେତ୍ରରୁ ଜନତା ଦଳରୁ ଏମ୍‌ପି ହୋଇଥିଲେ। ରବିବାର ତାଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀରେ ଜିଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ସ୍ମୃତିଚାରଣ ସହ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଭଞ୍ଜନଗର ନିକଟ ନୂଆଗଁାରେ ତାଙ୍କୀ ପୈତୃକ ବାସଭବନ ରହିଛି। ତେବେ ଜୀବନ କାଳରେ ଥରେ ମଧ୍ୟ ତାଙ୍କ ପାଦ ପଡ଼ି ନ ଥିବା ପୁରୁଣାକାଳିଆ ଲୋକଙ୍କଠାରୁ ଜଣାପଡ଼ିଛି। ସେହି ଘରକୁ ବିଜୁ ସ୍ମୃତି ଭବନରେ ପରିଣତ କରାଯିବାକୁ ବିଭିନ୍ନ ମହଲରୁ ମତପ୍ରକାଶ ପାଇଛି। ତାଙ୍କ ନଁାରେ ଗଠିତ ଆଞ୍ଚଳିକ ରାଜନୈତିକ ଦଳ ଦୀର୍ଘ ୨୨ ବର୍ଷ ହେବ କ୍ଷମତାସୀନ ହୋଇଥିବାରୁ ସ୍ମୃତି ଭବନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି।
ନିର୍ବାଚନୀ ତଥ୍ୟାନୁସାରେ ସ୍ବାଧୀନତା ପରବର୍ତ୍ତୀ ୧୯୫୧-୫୨ ପ୍ରଥମ ବିଧାନସଭା ନିର୍ବାଚନରେ ବିଜୁ ପଟ୍ଟନାୟକ ଗଞ୍ଜାମ ଜିଲାର ଜଗନ୍ନାଥପ୍ରସାଦ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରେ ଲଢ଼ିଥିଲେ। ତାଙ୍କ ନିକଟତମ କମ୍ୟୁନିଷ୍ଟ ପ୍ରାର୍ଥୀ ଅନନ୍ତ ଚରଣ ରାଉତଙ୍କୁ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଜୁ ୯୫୫୨ ଏବଂ ଅନନ୍ତ ୪୨୭୨ ଭୋଟ ପାଇଥିଲେ। ୨୦୦୪ ପର୍ଯ୍ୟନ୍ତ ଜଗନ୍ନାଥପ୍ରସାଦ ଆସନ ଥିଲା। ୨୦୦୯ ନିର୍ବାଚନ ବେଳେ ସୀମା ନିର୍ଦ୍ଧାରଣ ଓ ପୁନର୍ଗଠନ ପ୍ରକ୍ରିୟାରେ ଉଚ୍ଛେଦ ହେଲା। ସେହି କ୍ଷେତ୍ରରେ ଥିବା ଜଗନ୍ନାଥପ୍ରସାଦ ବ୍ଲକ ଭଞ୍ଜନଗରରେ ଏବଂ ବୁଗୁଡ଼ା ବ୍ଲକକୁ ବର୍ତ୍ତମାନର ପୋଲସରା ନିର୍ବାଚନ ମଣ୍ଡଳୀରେ ମିଶାଇ ଦିଆଯାଇଛି।
ସେହିପରି ୧୯୫୭ ନିର୍ବାଚନରେ ବିଜୁବାବୁ ସୋରଡ଼ା ବିଧାନସଭା କ୍ଷେତ୍ରରୁ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କ ନିକଟତମ ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ତ୍ରିଲୋଚନ ଦାସଙ୍କୁ ପରାସ୍ତ କରିଥିଲେ। କଂଗ୍ରେସକୁ ୮୬୨୦ ଏବଂ ଗଣତନ୍ତ୍ର ପରିଷଦକୁ ୫୬୨୫ ଭୋଟ ମିଳିଥିଲା। ସୋରଡ଼ାରେ ତତ୍କାଳୀନ ପିଏସ୍‌ପି (ପ୍ରଜା ସୋସିଆଲିଷ୍ଟ ପାର୍ଟି)ରୁ ଭଗବାନ ଗୌଡ଼ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ୪୭୯୯ ଭୋଟ ମିଳିଥିବାରୁ ତୃତୀୟ ସ୍ଥାନରେ ଥିଲେ। ଅନ୍ୟ ସ୍ବାଧୀନ ପ୍ରାର୍ଥୀମାନେ ଶୋଚନୀୟ ଭାବେ ହାରିଥିଲେ। ଗଞ୍ଜାମର ସୋରଡ଼ା ଓ ଜଗନ୍ନାଥପ୍ରସାଦରୁ ବିଧାୟକ ହେବା ପୂର୍ବରୁ ଓ ପରେ ବିଜୁ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଭିନ୍ନ ଭିନ୍ନ ଦଳରୁ ଲଢ଼ି କେଉଁଠି ଜିତିଥିଲେ ତ ଆଉ କେଉଁଠି ପରାଜିତ ହୋଇଥିଲେ।
ପରବର୍ତ୍ତୀ କାଳରେ ୧୯୯୬ ଲୋକ ସଭା ନିର୍ବାଚନରେ ସେ ଆସିକା କ୍ଷେତ୍ରରୁ ଜନତା ଦଳ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମଚନ୍ଦ୍ର ରଥଙ୍କୁ ପରାସ୍ତ କରି ଏମ୍‌ପି ହୋଇଥିଲେ। ସେହି ନିର୍ବାଚନରେ ବିଜୁ କଟକ ଲୋକ ସଭା ଆସନରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଦୁଇଟି ଯାକରେ ଜିତିବା ପରେ କଟକ ଛାଡ଼ି ଆସିକାକୁ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri