ଗଜପତି, ୨୫ା୧(ଗିରିଧାରୀ ପରିଛା): ଗଜପତି ଜିଲାରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ସାଂଗଠନିକ ଦାୟିତ୍ବ ଘୋଷାଣା କରିଚାଲିଛନ୍ତି । ରବିବାର ଜିଲା ବିଜୁ ଯୁବ ଜନତା ଦଳର ସଭାପତି ଏବଂ ବିଜୁ ଛାତ୍ର ଜନତା ଦଳର ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଯୁବ ବିଜେଡି ସଭାପତି ଭାବେ ଲେଙ୍କା ସିମାଦ୍ରୀଙ୍କୁ ଚୟନ କରିଥିବା ବେଳେ ଛାତ୍ର ବିଜେଡି ସଭାପତି ଭାବେ ବିଶ୍ବଜିତ୍ ତ୍ରିପାଠୀଙ୍କ ନାମ ଘୋଷଣା ହୋଇଛି । ରବିବାର ଏନେଇ ବିଜେଡି ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ବାରା କାର୍ଯ୍ୟାଳୟ ଆଦେଶ ପ୍ରକାଶିତ ଚିଠି ପ୍ରକାରେ ଜଣାପଡିଛି ।
ଆଗାମୀ ଦିନରେ ଦଳକୁ ଅଧିକା ଶସକ୍ତି କରିବାକୁ ହେଲେ ବିଶେଷ କରି ଯୁବ ଓ ଛାତ୍ର ସଂଗଠନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏନେଇ ଉଭୟେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଏପରି ଗୁରୁଦାୟିତ୍ବକୁ ସୂଚାରୁରୂପେ ତୁଲାଇବୁ ବୋଲି କହିଛନ୍ତି । ପ୍ରକାଶ ଯେ ଗଜପତି ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ତିନିଥର ଛାତ୍ର ସଭାପତି ଭାବେ ଚୟନ ହୋଇଛନ୍ତି । ସେହିପରି ଲେଙ୍କା ସିମାଦ୍ରି ଦୀର୍ଘ ବର୍ଷ ଧରି ବିଜେଡିରେ ଜଣେ କର୍ମକର୍ତ୍ତା ଭାବେ ରହିଆସିଥିବା ବେଳେ ଚଳିତ ଥର ଯୁବ ବିଜେଡି ସଭାପତି ଭାବେ ଚୟନ ହୋଇଛନ୍ତି । ଉଭୟଙ୍କୁ ଜିଲା ବିଜେଡି ସଭାପତି ପ୍ରଦୀପ ନାୟକ, ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ, ଜିଲା ପରିଷଦ ସଭାପତି ଜି.ତିରୁପତି ରାଓ, ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖଙ୍କ ସମେତ ଜିଲା ବିଜେଡି ନେତୃବୃନ୍ଦଙ୍କ ସମେତ ସମସ୍ତ ନେତା ଓ କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି ।