ବିଜୁ ସେତୁ କାମ ଅଧାପନ୍ତରିଆ

ନୟାଗଡ଼,୧୦।୯(ଲୋକନାଥ ମିଶ୍ର)ନୟାଗଡ଼ ବ୍ଲକର ଗମ୍ଭାରିଡିହି ଟିପୁରା ରାସ୍ତାର ଦୁଆଣ୍ଟ ନଦୀ ଉପରେ ନିର୍ମାଣ ହେଉଥିବା ପୋଲ ଅଧାପନ୍ତରିଆ ଅବସ୍ଥାରେ ଗତ ୩ ବର୍ଷ ହେଲା ପଡି ରହିଛି । କିନ୍ତୁ ନାମ ଫଳକ ଦେଖିଲେ ୨ବର୍ଷ ହେଲା କାମ ଶେଷ ହୋଇଗଲାଣି । ପୋଲ ନିର୍ମାଣ ନ ହେବାରୁ ଗମ୍ଭାରିଡିହି, ଚନ୍ଦ୍ରଶେଖରପୁର, ଦେଉଳି, ଅମୃତମଣୋହୀ, କୃଷ୍ଣାଦେଇପୁର, ନନ୍ଦପୁର, ସମାନ୍ତରାପୁର, ଟିପୁରା, ଇକିରି, ନଛିପୁର, ତେନ୍ତୁଳିଆପଲ୍ଲୀ, ଖଇରପଟି ଓ ଆଡବନ୍ଧ ଲୋକେ ବର୍ଷାଋତୁରେ ଯାତାୟତରେ ହଇରାଣ ହେଉଛନ୍ତି ା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ପକ୍ଷରୁ ପୋଲ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଟିପୁରା ରାସ୍ତାର ଦୁଆଣ୍ଟ ନଦୀ ଉପରେ ଉଚ୍ଚ ସେତୁ ନିର୍ମାଣ ପାଇଁ ୧୬।୨।୨୦୧୯ରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଶିଳାନ୍ୟାସ କରିଥିଲେ । ପୋଲ ନିର୍ମାଣ ପାଇଁ ୫୮୫.୬୫ ଲକ୍ଷ ମଞ୍ଜୁର ହୋଇଥିଲା। ୨୧।୮।୨୦୧୯ରୁ କାମ ଆରମ୍ଭ ହୋଇଥିଲା । ୨୦।୨।୨୦୨୧ରେ କାମ ଶେଷ ହେବା ପାଇଁ ସରକାରୀ ନିର୍ଦ୍ଦେଶ ଥିଲା । ଏପରି କି ପୋଲ ନିକଟରେ ମରାଯାଇଥିବା ନାମ ଫଳକରେ ମଧ୍ୟ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ଉଲ୍ଲେଖ ରହିଛି । ତେବେ ପୋଲ କାମ ଅଧାପନ୍ତରିଆ ହୋଇ ପଡ ରହିଛି । ଏନେଇ ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ର ନିର୍ବାହୀ ଯନ୍ତ୍ରୀ ହୃଷିକେଶ ବରାଳ କୁହନ୍ତି, ନଦୀରେ ବନ୍ୟା ଜଳ ଆସିବା କାରଣରୁ କାମ ବନ୍ଦ ରହିଛି । ପୁଣି ଉପରେ ବୁଢ଼ାବୁଢ଼ିଆଣି ବନ୍ଦ ପାଣି ଛାଡୁଛି । ବର୍ଷାଋତୁ ଶେଷ ହେଲେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି ।
ଡାହୁକା ପୋଲ କାମ ୩ ବର୍ଷ ହେଲା ବନ୍ଦ
ନୟାଗଡ଼-ଖଣ୍ଡପଡ଼ା ମୁଖ୍ୟ ରାସ୍ତାର ଯଦୁପୁର ବାଲୁଗଁା ମଧ୍ୟବର୍ତ୍ତି ଅଞ୍ଚଳର ଡାହୁକା ପୋଲର କାମ ୩ ବର୍ଷ ହେଲା ବନ୍ଦ ରହିଛି । ଜମି ଅଧିଗ୍ରହଣ ହୋଇ ପାରୁ ନ ଥିବାରୁ ପୋଲ କାମ ହେଉନାହିଁ। ଅନ୍ୟପକ୍ଷେ ଜଣେ ଠିକାଦାର କାମ ବିଳମ୍ବ କରିିବାରୁ ସାନି ଟେଣ୍ଡର ହୋଇଛି । ଏଭଳି ସ୍ଥଳେ ଯଦୁପୁର ବାଲୁଗଁା ମଧ୍ୟବର୍ତ୍ତି ଅଞ୍ଚଳରେ ଥିବା ପୋଲ ବିପଦସଙ୍କୁଳ ହୋଇ ପଡିଲାଣି । ଏଥିରେ ପ୍ରତ୍ୟହ ଭାରି ଯାନ ଚାଲୁଛି । ପୋଲଟି ଦୁର୍ବଳ ହୋଇ ଯାଇଥିବାରୁ କେତେବେଳେ ଅଘଟଣ ଘଟିିବ କହି ହେବ ନାହିଁ । ଏଭଳିସ୍ଥଳେ ପୁରୁଣା ପୋଲ ସ୍ଥାନରେ ନୂଆ ପୋଲ ନ କରି ପୁରୁଣା ପୋଲ ଠାରୁ କିଛି ଦୂରରେ ନିର୍ମାଣ କରିବା ସମସ୍ୟା ଡାକି ଆଣିଛି । ଯଦି ଜମି ଅଧିଗ୍ରହଣ ନ ହୋଇ ପାରିଲା ପୋଲ ନିର୍ମାଣରେ ଯେଉଁ ଟଙ୍କା ବିନିଯୋଗ ହୋଇଛି ତାହା ପାଣିରେ ପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ଯଦି ଜମି ଅଧିଗ୍ରହଣ ହେଲା ତେବେ ପୋଲ ନିର୍ମାଣ ହେବାକୁ ପୁଣି ୧ରୁ ୨ ବର୍ଷ ସମୟ ଲାଗି ପାରେ । ନୂଆ ପୋଲ ନିର୍ମାଣ ହେବା ବେଳକୁ ପୁରୁଣା ପୋଲର ସ୍ଥାୟିତ୍ୱ ରହିବ କି ନଁା କହିବା ମୁସ୍କିଲ । ଅପରପକ୍ଷେ ଏହି ପୋଲ ପାଇଁ ନାମ ଫଳକ ନାହିଁ । ନାମ ଫଳକ ଲଗା ଯାଇ ନ ଥିବାରୁ ପୋଲ ପାଇଁ କେତେ ଟଙ୍କା ମଞ୍ଜୁର ହୋଇଛି, କିଏ କାମ କରୁଛି, କାମ କେବେ ଆରମ୍ଭ ହେଲା ଓ କେବେ ଶେଷ ହେବ ସେ ନେଇ କିଛି ଜାଣି ହେଉନି ବୋଲି ଅଭିଯୋଗ ଉଠିଛି । ଏନେଇ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅଭିଷେକ ଓଝା କୁହନ୍ତି, ପୋଲ କାମ ପାଇଁ ଜମି ଅଧିଗ୍ରହଣ ହୋଇ ପାରିଲା ନାହିଁ । ସ୍ଥାନୀୟ ଲୋକ ପୋଲ କାମ ବନ୍ଦ କରାଇ ଦେଲେ । ନଦୀ ଭିତରେ ପୋଲ କାମ କରିବା ବେଳେ ବନ୍ୟା ଜଳ ବାଧକ ସାଜିଛି । ଏଣୁ ଜମି ଅଧିଗ୍ରହଣ ପାଇଁ ରିଭାଇଜ ଏଷ୍ଟିମେଟ ଆପ୍ରୁୁଭାଲ ପାଇଁ ସରକାରଙ୍କ ନିକଟକୁ ଫାଇଲ ଯାଇଛି। ଆପ୍ରୁୁଭାଲ ମିଳିଲେ ପୋଲ କାମ ପୁଣିଥରେ ଆମ୍ଭ ହେବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri