ବୁଗୁଡା,୫।୩(କାଳିଚରଣଦାଶ): ବୁଗୁଡ଼ା ବଳଦେବସ୍ବାମୀ ବସଷ୍ଟାଣ୍ଡ ପରିସରରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ବିଜେଡି ସଭାପତି ଖଦାଳ ଖଟେଇ, କାର୍ଯ୍ୟକାରୀ ସଭାପତି କବିରାଜ ଗୌଡ, ସମ୍ପାଦକ ହରିହର ବିଷୋୟୀ, ଏନଏସି ସଭାପତି କେ.ତ୍ରିଲୋଚନ ଦୋରା, କାର୍ଯ୍ୟକାରୀ ସଭାପତି ମନୋରଞ୍ଜନ ଦାଶ, ସମ୍ପାଦକ ଅମରେନ୍ଦ୍ର ସେନାପତି, ସରପଞ୍ଚ ପ୍ରଦୀପ କୁମାର ଜେନା, ପ୍ରକାଶ ବେହେରା, ସୁଶାନ୍ତ ପ୍ରଧାନ, ସଞ୍ଜୟ ବିଶ୍ବାଳ ଓ ବସନ୍ତ ଶତପଥୀ ସମିତି ସଭ୍ୟ କାର୍ତ୍ତିକ ସାହାଣି ଯୋଗ ଦେଇଥିଲେ ।
ସେହିପରି ଚିକୁ ବାରିକ ଓ ଜିତେନ୍ଦ୍ର ସ୍ବାଇଁ, ଏନଏସି କାଉନସିଲର ଆଶୁତୋଷ ବଢେଇ ଓ ବବ୍ରୁ ପ୍ରଧାନ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ପ୍ରାକ୍ତନ କାଉନସିଲର ସୁଧାଂଶୁ ଶେଖର ପାଢୀ ଓ ସୂର୍ଯ୍ୟ ନାରାୟଣ ମହାନ୍ତି, ରମଣ ନାହାକ, ଜିଲ୍ଲା ପରିଷଦ ସଭ୍ଯା ପ୍ରତିନିଧ ଜିତେନ୍ଦ୍ର ନାୟକ, ରବିନ୍ଦ୍ର କୁମାର ପଣ୍ଡା, ଗୋପୀନାଥ ସ୍ବାଇଁ, ନାରାୟଣ ନାୟକ, କାହ୍ନୁ ଚରଣ ଭୂୟାଁ ,ବରୁଣ ସେନାପତିଙ୍କ ସମେତ ଶତାଧିକ କର୍ମୀ,କାର୍ଯ୍ୟକର୍ତ୍ତା ଓ ବିଜୁପ୍ରେମୀ ଯୋଗ ଦେଇଥିଲେ ।
ଉକ୍ତ ଜୟନ୍ତୀ ପାଳନ ଅବସରରେ ବ୍ଲକ ପରିସରସ୍ଥ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଏବଂ ନୂଆଁ ବସଷ୍ଟାଣ୍ଡସ୍ଥିତ ବିଜୁବାବୁଙ୍କ ଦଣ୍ଡାୟମାନ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କର ସ୍ମୃତି ଚାରଣ କରି ଦଳୀୟ ନେତା ଓ କର୍ମୀଗଣ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

