ବିଜୁବାବୁଙ୍କ ୧୧୦ତମ ଜନ୍ମଜୟନ୍ତୀ ପାଳିତ, ବିଜୁ ବାବୁ ଅମର ରହେ ନାରାରେ କମ୍ପିଲା….

ନନ୍ଦପୁର/ପାଡୁଆ, ୫ା୩ (ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ କୂଲାବିର ପଞ୍ଚାୟତ ସ୍ଥିତ ଧବଳେଶ୍ଵର ମନ୍ଦିର ପରିସରରେ ଗୁରୁବାର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ପାଡୁଆ, ଚାଟୁଆ, ହାତୀବାରି, ଖିନବର୍, ପାନ୍ଥଲୁଙ୍ଗ, ଗୋଲୁର, କୁଲାରସିଂ, କୂଲାବିର, ପରଜା ବଦପଡ଼ା, ବାଲଡ଼ା, ଭେଜା, ବାଡେଲ ପଞ୍ଚାୟତର ଶତାଧିକ ବିଜୁ ଜନତାଦଳର କର୍ମୀ ଓ ବିଜୁ ପ୍ରେମୀ ଏକତ୍ରିତ ହୋଇ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଉପସ୍ଥିତ ନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷା ତଥା ଜିଲ୍ଲା ଏସଡିସି ଉପାଧ୍ୟକ୍ଷା ଲକ୍ଷ୍ମୀ ହନ୍ତାଳ, ସୁରେଶ ପଟ୍ଟନାୟକ, ଏସ.କେ ବାଜି, ବିଶ୍ଵନାଥ ମହାନ୍ତି, ସମିତି ସଭ୍ୟ ନୀଳକଣ୍ଠ ମାଝୀ, ସରପଞ୍ଚ ଗୋପୀନାଥ ସୀସା, ଅନ୍ତର୍ଯ୍ୟାମୀ ଗୁଣ୍ଠା ପ୍ରମୁଖ ବିଜୁବାବୁଙ୍କ ଜୀବନୀ, ଦେଶ ଓ ରାଜ୍ୟ ପାଇଁ କରିଥିବା କାର୍ଯ୍ୟ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ । ଉପସ୍ଥିତ ଲୋକଙ୍କ ବିଜୁ ବାବୁ ଅମର ରହେ ନାରା ଧବଳେଶ୍ଵର ମନ୍ଦିର ପରିସରକୁ ପ୍ରକମ୍ପିତ କରିଥିଲା।

 

Dharitri – Odisha’s No.1 Odia Daily

Share