ବସ୍ତିରେ ହେବ ବିଜୁ ଆଦର୍ଶ କଲୋନୀ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଯୋଗାଣ, ଭିତ୍ତିଭୂମି, କୋଭିଡ୍‌ ପରିଚାଳନା, ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ, ପକ୍କାଘର, ମହିଳା ସଶକ୍ତୀକରଣ, ଜଳସେଚନ, କ୍ରୀଡ଼ାର ବିକାଶ, ଗରିବ, ଆଦିବାସୀ, ଅସହାୟଙ୍କ ପାଇଁ ଅନେକ ବିକାଶମୂଳକ ପଦକ୍ଷେପ ନିଆଯାଇଛି। କୋଭିଡ୍‌ ମହାମାରୀ ସତ୍ତ୍ୱେ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରାଯାଇପାରିଛି। ସମସ୍ତଙ୍କୁ ବିନା ଖର୍ଚ୍ଚରେ ସ୍ବାସ୍ଥ୍ୟସେବା ଯୋଗାଇବା ନିଶ୍ଚିତ କରାଯାଇଛି। ରାଜ୍ୟ ସରକାର ରାଜ୍ୟପାଳ ରାଜ୍ୟପାଳ ଗଣେଶୀ ଲାଲଙ୍କ ମୁହଁରେ ବିଧାନସଭାରେ ବିକାଶର ଏଭଳି ଗୋଲାପି ଚିତ୍ର ଥୋଇଛନ୍ତି।
ବିଧାନସଭାର ସ୍ବଳ୍ପକାଳୀନ ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଜାତୀୟ ସଙ୍ଗୀତ ଗାନ ପରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି ଯେ, ରାଜ୍ୟର ୮ ସହରକୁ ବସ୍ତିଶୂନ୍ୟ ମାନ୍ୟତା ଦିଆଯାଇଛି। ବସ୍ତି ଉନ୍ନତୀକରଣ ଏବଂ ଅଣତାଲିକାକରଣ ମାଧ୍ୟମରେ ୧.୭୦ ଲକ୍ଷ ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ୧୧୪ ସହରର ୨୯୭୪ ବସ୍ତିରେ ‘ବିଜୁ ଆଦର୍ଶ କଲୋନୀ’ ସ୍ଥାପନ କରାଯିବ। ରାଜ୍ୟର ମୋଟ ୧୧୪ଟି ସହରାଞ୍ଚଳ ମଧ୍ୟରୁ ୬୩ ସହରରେ ଶତପ୍ରତିଶତ ଘର ସମେତ ଭୁବନେଶ୍ୱର ଓ କଟକ ସହରର ପ୍ରତ୍ୟେକ ଘରକୁ ପାଣି
ପାଇପ୍‌ ସଂଯୋଗ ହୋଇଛି। ୨୦୨୨ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ସହରାଞ୍ଚଳର ସବୁ ଘରକୁ ପାଇପ୍‌ ଜଳ ଯୋଗାଣ ସଂଯୋଗ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ରାଜ୍ୟ ସରକାର ୨୦୨୪ ସୁଦ୍ଧା ସମସ୍ତ ଗ୍ରାମୀଣ ପରିବାରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି।
ଗ୍ରାମାଞ୍ଚଳର ସମସ୍ତ ଗୃହହୀନ ଓ କଚ୍ଚାଘରେ ରହୁଥିବା ପରିବାରକୁ ପକ୍କାଘର ଯୋଗାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ୨୦୧୪-୧୫ ପରଠୁ ପ୍ରାୟ ୩୧,୦୫୦କୋଟି ଟଙ୍କା ବ୍ୟୟରେ ୩୧ ଲକ୍ଷ ପକ୍କାଘର ନିର୍ମାଣ କାର୍ଯ୍ୟ ସ୍ବଚ୍ଛତାର ସହିତ ସମ୍ପୂର୍ଣ୍ଣ କରାଯାଇଛି। ହିତାଧିକାରୀଙ୍କ ପାଇଁ ‘ବିଜୁ ପକ୍କାଘର ପ୍ରୋତ୍ସାହନ ନୀତି’ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି। ୪ରୁ ୬ମାସ ମଧ୍ୟରେ ନିଜର ପକ୍କାଘର ନିର୍ମାଣ କରିଥିବା ୭.୮୨ ଲକ୍ଷ ହିତାଧିକାରୀଙ୍କୁ ୧୨୮୩ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଇଛି। ସେହିପରି ବିଭିନ୍ନ ଗ୍ରାମୀଣ ଆବାସ ଯୋଜନାରେ ସାମିଲ ହେବାକୁ ୧୨.୨୫ଲକ୍ଷ ଯୋଗ୍ୟ ପରିବାରକୁ ଚିହ୍ନଟ କରାଯାଇଛି। ୨୦୧୪ରୁ ଏ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନାରେ ପକ୍କାଘର ପାଇଥିବା ହିତାଧିକାରୀଙ୍କୁ ସେମାନଙ୍କର ଘର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ବିଜୁ ପକ୍କାଘର ଯୋଜନାରେ ୩ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯାଇଛି। ଏ ବାବଦରେ ୩୧ ଲକ୍ଷ ପରିବାରକୁ ୧୪୪୪ କୋଟି ଟଙ୍କା ଦିଆଯାଇଛି। ରାଜ୍ୟପାଳ କହିଛନ୍ତି ଯେ, ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ୭୯.୩୨% ଜନସଂଖ୍ୟାକୁ ଅନ୍ତର୍ଭୁକ୍ତ କରାଯାଇଛି। କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୩.୨୪ଲକ୍ଷ ପରିବାରର ୩.୨୬କୋଟି ଲୋକ ଓ ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ୨.୧୮ଲକ୍ଷ ପରିବାରର ୭.୧୫ଲକ୍ଷ ହିତାଧିକାରୀ ସାମିଲ ହୋଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୨.୬୦ ଲକ୍ଷ ପରିବାରର ୩.୨୪ କୋଟି ହିତାଧିକାରୀ ହୋଇଛନ୍ତି। ତେବେ କରୋନା କାଳରେ ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ଯୋଜନାରୁ ୧.୩୫ ଲକ୍ଷ ପରିବାରର ପ୍ରାୟ ୩.୮୩ ଲକ୍ଷ ହିତାଧିକାରୀଙ୍କୁୁ ବାଦ୍‌ ଦେଇଥିବା ବେଳେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୬୪ ହଜାର ପରିବାରକୁ ସାମିଲ କରାଇଛନ୍ତି।
ରାଜ୍ୟପାଳ କହିଛନ୍ତି ଯେ, ୨୦୨୧ରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା। ସାମ୍ପ୍ରଦାୟିକ ଉତ୍ତେଜନା, ଶ୍ରମିକ ଓ ସେବା ସଂଗଠନର ଆନ୍ଦୋଳନ, ଛାତ୍ର ବିଶୃଙ୍ଖଳା ଆଦିକୁ ଆପୋସ ଆଲୋଚନା ଓ ପୋଲିସର ସତର୍କତାମୂଳକ ପଦକ୍ଷେପ ମାଧ୍ୟମରେ ସମାଧାନ ହୋଇଛି। ଜନଜାତି, ଦଳିତ, ମହିଳା, କୃଷକ, ଦୁର୍ବଳ ଶ୍ରେଣୀ, ବରିଷ୍ଠ ନାଗରିକ ଓ ସଂଖ୍ୟାଲଘୁ ସମୁଦାୟର ଆନ୍ଦୋଳ, ଧର୍ମଘଟ ଓ ପ୍ରତିବାଦକୁ ପ୍ରଶମିତ ପାଇଁ ନିରପେକ୍ଷ ବିଚାର ଓ ସହାନୁଭୂତି ପ୍ରଦର୍ଶନ କରାଯାଇଛି। ୫ ବର୍ଷରେ ମାଓବାଦୀ ପ୍ରଭାବିତ ଜିଲା ସଂଖ୍ୟା ୨୧ରୁ ୧୦କୁ ହ୍ରାସ ପାଇଛି। ୫ ବର୍ଷ ମଧ୍ୟରେ ପୋଲିସ ବାହିନୀରେ ୪୨୦୫ ସଂଖ୍ୟକ ବିଭିନ୍ନ ପଦବୀ ସୃଷ୍ଟି ହୋଇଛି। ୨୯ଟି ନୂଆ ଥାନା, ୫ଟି ଫାଣ୍ଡି ଓ ଗୋଟିଏ ଟାଉନ୍‌ ଫାଣ୍ଡି ଖୋଲାଯାଇଛି।
ରାଜ୍ୟପାଳ କହିଛନ୍ତି ଯେ, ୨୦୨୦-୨୧ରେ କାଳିଆ ଯୋଜନାରେ ରାଜ୍ୟର ୫୪ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ସହାୟତା ଦିଆଯାଇଥିବାବେଳେ ୨୦୨୧ ଡିସେମ୍ବର ସୁଦ୍ଧା ଅଧିକ ୩ଲକ୍ଷ ଅର୍ଥାତ୍‌ ୫୭ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ରାଜ୍ୟରେ ଅଧିକ ସଂଖ୍ୟକ ବନ୍ଦର ନିର୍ମାଣକୁ ପ୍ରୋତ୍ସାହନ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ୧୪ଟି ଅଣପ୍ରମୁଖ ବନ୍ଦର ସ୍ଥାନ ଚିହ୍ନଟ ହୋଇଛି। ଭଦ୍ରକର କାଣୀନାଳୀଠାରୁ କେନ୍ଦ୍ରାପଡ଼ାର ତାଳଚୁଆ, ଖୋର୍ଦ୍ଧାର ବାଲୁଗାଁଠାରୁ ବ୍ରହ୍ମଗିରିର କୃଷ୍ଣପ୍ରସାଦ ପର୍ଯ୍ୟନ୍ତ ଅନ୍ତର୍ଦ୍ଦେଶୀୟ ଜଳପଥ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ‘ସାଗରମାଳା’ ପ୍ରୋଜେକ୍ଟରେ ବିକଶିତ କରାଯିବ।
ସେହିପରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୨୦-୨୧ରେ ୫୮୪୦ କୋଟି ଟଙ୍କା ବ୍ୟୟରେ ୨୧ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବାବେଳେ ୨୦୨୧-୨୨ ଆର୍ଥିକବର୍ଷରେ ୨୦୨୧ ଡିସେମ୍ବର ସୁଦ୍ଧା ୧୭କୋଟି ଶ୍ରମ ଦିବସ ସୃଷ୍ଟି ହୋଇପାରିଛି। ଗତବର୍ଷର ଶ୍ରମ ଦିବସକୁ ଅତିକ୍ରମ ପାଇଁ ଆଉ ୪କୋଟି ଶ୍ରମ ଦିବସର ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ। ଏସବୁ ବ୍ୟତୀତ ରାଜ୍ୟପାଳ କହିଛନ୍ତି ଯେ, ‘ଆଦର୍ଶ ବରପୁତ୍ର ଗ୍ରାମ’ ଯୋଜନାରେ ରାଜ୍ୟର ୧୧୭ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ ହୋଇ ସେମାନେ ଜନ୍ମ ନେଇଥିବା ଗାଁକୁ ଆଦର୍ଶ ଗାଁରେ ବିକଶିତ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ମନୋଜ ଦାସ ଓ ମନ୍ମଥ ଦାସଙ୍କ ଗଁା ବାଲେଶ୍ୱରର ଶଙ୍ଖାରୀକୁ ବିକଶିତ କରାଯାଉଛି।
ବିଧାନସଭାର ବଜେଟ ଅଧିବେଶନରେ ଅଭିଭାଷଣ ସମୟରେ ରାଜ୍ୟପାଳ କହିଥିଲେ ଯେ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଏବଂ ‘ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟସେବା, ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ’ ନୀତି ଆଧାରରେ ସରକାର ରାଜ୍ୟର ଜନସାଧାରଣ ଆବଶ୍ୟକ କରୁଥିବା ସାର୍ବଜନୀନ, ସମୁଚିତ ସୁଲଭ ତଥା ଗୁଣାତ୍ମକ ସ୍ବାସ୍ଥ୍ୟସେବାକୁ ସୁନିଶ୍ଚିତ କରିଛନ୍ତି। ରାଜ୍ୟର ସ୍ବାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକର ସାମଗ୍ରିକ ରୂପାନ୍ତରଣ ଯୋଗୁ ଜନସାଧାରଣ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକ ଉପରେ ଅତୁଟ ବିଶ୍ୱାସ ଏବଂ ଆସ୍ଥା ସ୍ଥାପନ କରିଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାର ଅଭୂତପୂର୍ବ ଅଗ୍ରଗତି ମୁଖ୍ୟତଃ ୧୫ଟିରୁ ଅଧିକ ବୃହତ୍‌ ଯୋଜନାର କାର୍ଯ୍ୟକାରିତା ଏବଂ ଅନେକ ଫଳପ୍ରସୂ ସ୍ବାସ୍ଥ୍ୟସେବା ସୁଦୃଢ଼ୀକରଣ ପଦକ୍ଷେପ ଦ୍ୱାରା ସମ୍ଭବ ହୋଇପାରିଛି।
ସେହିପରି ସମସ୍ତଙ୍କୁ ବିନା ଖର୍ଚ୍ଚରେ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ କରିଛନ୍ତି। ଏହି ଯୋଜନାରେ ୯୬ ଲକ୍ଷ ଆର୍ଥିକ ଦୁର୍ବଳ ପରିବାରକୁ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରିଛନ୍ତି। ରାଜ୍ୟରେ ଓ ରାଜ୍ୟ ବାହାରେ ଚିହ୍ନଟ ହୋଇଥିବା ଅତ୍ୟାଧୁନିକ ଘରୋଇ ଚିକିତ୍ସାଳୟରେ ଜଟିଳ ରୋଗର ଚିକିତ୍ସା ପାଇଁ ପ୍ରତ୍ୟେକ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଏବଂ ମହିଳା ସଦସ୍ୟାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟରେ କୋଭିଡ୍‌ ଟିକାକରଣ ଅଭିଯାନରେ ୫ କୋଟିରୁ ଊର୍ଦ୍ଧ୍ୱ ଟିକା ପ୍ରଦାନ କରାଯାଇଛି।
ରାଜ୍ୟ ସରକାର ବଜେଟରେ ପୁଞ୍ଜି ଲଗାଣ ଓ ଭିତ୍ତିଭୂମି ଉନ୍ନୟନ ଉପରେ ଗୁରୁତ୍ୱ ଦେଇଛନ୍ତି। ୨୦୨୧ ଡିସେମ୍ବର ସୁଦ୍ଧା ରାଜ୍ୟରେ ୧୭୧ଟି ପୋଲ ନିର୍ମାଣ ହୋଇଥିବା ବେଳେ ୮୧୫ କିଲୋମିଟର ରାସ୍ତାର ଉନ୍ନତୀକରଣ କରାଯାଇଛି। ୧୫,୦୧୨ କିଲୋମିଟର ହାଇଟେନସନ ଲାଇନ ଓ ୨୨,୪୭୩ ମେଗା ଭୋଲ୍‌ଟ ଆମ୍ପିୟର କ୍ଷମତା ବିଶିଷ୍ଟ ବ୍ୟବସ୍ଥା କରି ଓଡ଼ିଶା ବିଦ୍ୟୁତ୍‌ ବଳକା ରାଜ୍ୟରେ ପରିଣତ ହୋଇପାରିଛି। ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ୨ ହଜାର ପରିବାରକୁ ବିଜୁଳି ଖର୍ଚ୍ଚ ଯୋଗାଇ ଦିଆଯାଇଛି। ରାଜ୍ୟରେ ୨୪,୩୪୧ କୋଟି ଟଙ୍କାର ପୁଞ୍ଜିନିବେଶ କରି ୫ ଲକ୍ଷ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି। ମାଣ୍ଡିଆ ଓ ବାଜରାକୁ ଉପଯୁକ୍ତ ମାନ୍ୟତା ଦେଇ ଜାତିସଂଘ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ଘୋଷଣା କରିଛନ୍ତି। ୨୦୨୪ ସୁଦ୍ଧା ରାଜ୍ୟ ସରକାର ୫ ଲକ୍ଷ କ୍ଷେତ ପୋଖରୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଗତ ୨ ବର୍ଷ ମଧ୍ୟରେ ୬୬,୭୪୦ କ୍ଷେତ ପୋଖରୀ ସୃଷ୍ଟି କରାଯାଇଛି। ଭୂପୃଷ୍ଠର ଜଳ ସଂରକ୍ଷଣ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୩୦ଟି ଅନ୍ତଃ ନଦୀ ଜଳାଶୟ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସବୁଜ ପରିବେଶ ଯୋଜନା ପାଣ୍ଠି ସହାୟତାରେ ରାଜ୍ୟର ୧୫ ଜିଲାରେ ୭୭୯ କ୍ଷୁଦ୍ର ଜଳସେଚନ ଓ ପଞ୍ଚାୟତ ପୋଖରୀ ଜରିଆରେ ଭୂତଳ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ରାଜ୍ୟପାଳ କହିଛନ୍ତି।
ମଧୁବାବୁ ପେନ୍‌ସନ ଯୋଜନାରେ ଅସହାୟା, ପରିତ୍ୟକ୍ତା ଓ ବିବାହ ବିଚ୍ଛେଦ ଘଟିଥିବା ମହିଳାଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରାଯାଇଛି। ମୋ ସ୍କୁଲ ଅଭିଯାନରେ ରାଜ୍ୟର ୩୧୪ ବ୍ଲକରେ ୬, ୬୪୭ ହାଇସ୍କୁଲ ଓ ୨୬,୦୩୦ ପ୍ରାଥମିକ ସ୍କୁଲକୁ ରୂପାନ୍ତରଣ କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

ବ୍ରେକ୍ ଫେଲ୍ ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ୨ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି...

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri