Posted inଜାତୀୟ

ମଦ ପିଆଇ ନାଚ କରିବାକୁ ବାଧ୍ୟ କଲେ…ବ୍ରେନ ଟ୍ୟୁମର ପୀଡିତାଙ୍କୁ ଗଣବଳାତ୍କାର କଲେ ୬ ପୁରୁଷ

ପାଟନା,୧୪।୧:  ବିହାରର ପୂର୍ଣ୍ଣିଆରୁ ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ସହରର ନେଭାଲାଲ ଚୌକରୁ ଜଣେ ଯୁବତୀଙ୍କୁ ଅପହରଣ କରି ୨୦ କିଲୋମିଟର ଦୂର ବ୍ୟାରିଅର ଚୌକକୁ ନେଇ ସେଠାରେ ଛଅଜଣ ଗଣବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣା ଜାନୁଆରୀ ୧୦ତାରିଖରେ ଘଟିଥିଲା। ପୀଡିତାଙ୍କ ଉଦ୍ଧାରର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଲୁହଭରା ପୀଡିତା ତାଙ୍କ ଦୁଃଖଦ ଘଟଣା ବର୍ଣ୍ଣନା କରୁଥିବା ଦେଖାଯାଉଛି ।

ପୀଡିତା ପୋଲିସକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରୁଛନ୍ତି। ତାଙ୍କ କଣ୍ଠସ୍ୱରରେ ଥିବା ଯନ୍ତ୍ରଣା ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ଅଭିଯୋଗ ଅନୁସାରେ, ଅର୍କେଷ୍ଟ୍ରା କଳାକାରମାନେ ପ୍ରଥମେ ପୀଡିତାଙ୍କୁ ମଦ୍ୟପାନ କରିବାକୁ ବାଧ୍ୟ କରିଥିଲେ ଏବଂ ତା’ପରେ ତାଙ୍କୁ ନାଚ କରାଇଥିଲେ । ତା’ପରେ, ଜଣ ଜଣ କରି ସେମାନେ ତାଙ୍କୁ ଗଣବଳାତ୍କାର କରିଥିଲେ।

ବଳାତ୍କାର ସମୟରେ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଜଣାପଡିଛି । ଭାଇରାଲ ଭିଡିଓରେ, ପୀଡିତା ପୋଲିସ ସମ୍ମୁଖରେ କାନ୍ଦି କାନ୍ଦି କହୁଥିବାର ଦେଖାଯାଉଛି । ସେ ମୋତେ ପିଟିଥିଲେ ଏବଂ ମୋ ପ୍ରତି ଅନ୍ୟାୟ କରିଥିବା କଥା କହିଛନ୍ତି । ପୀଡିତା ପୋଲିସକୁ ଏହା ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତ ତାଙ୍କୁ ଗୁଳି କରିବାକୁ ଧମକ ଦେଇଥିଲେ। ତାଙ୍କର ବ୍ରେନ ଟ୍ୟୁମର ରହିଥିବା ନେଇ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫିନ ଆଲେନଙ୍କ ବିସ୍ଫୋରକ ଶତକ: ଟି୨୦ ବିଶ୍ୱକପ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ

କୋଲକାତା,୪।୩: ନ୍ୟୁଜିଲାଣ୍ଡ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟ୍‌ରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ଟି୨୦ ବିଶ୍ୱକପର ଫାଇନାଲରେ…

ସେକ୍ଟର-୬ ଆନନ୍ଦ ମାର୍ଗ ବସ୍ତିରେ ଗୋଷ୍ଠୀ ସଂଘର୍ଷ: ୭ ଆହତ, ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ରାଉରକେଲା, ୪।୩(ସଂଗୀତା ଜେନା): ଆନନ୍ଦ ମାର୍ଗ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ସାମାନ୍ୟ ବିବାଦ ପରେ ବୁଧବାର ରାଉରକେଲାର ସେକ୍ଟର-୬ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।…

ବ୍ରିଜ ତଳକୁ ଖସିଲା ପିକଅପ୍‌: ୬ ଆହତ

ନନ୍ଦପୁର, ୫/୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ହଣ୍ଡାଲତୋଟା ନିକଟ ବ୍ରିଜ ତଳକୁ ଏକ ପିକଅପ ଗାଡ଼ି ଖସି ପଡ଼ିବାରୁ ୬ ଜଣ…

ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ୧୭୦ ରନ୍‌ ଟାର୍ଗେଟ୍‌ ଦେଲା ଦକ୍ଷିଣ ଆଫ୍ରିକା

କୋଲକାତା,୪।୩: ଟି୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ୍‌ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୯/୮ ସ୍କୋର କରିଥିଲା। ଦକ୍ଷିଣ…

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଆଖିବୁଜିଲେ ଶିବ

ଦିଗପହଣ୍ଡି,୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ସମ୍ମୁଖ ୧୭ନଂ ରାଜ୍ୟ ରାଜପଥରେ ବୁଧବାର ଅପରାହ୍ନରେ ସ୍କୁଟି (ନଂ. ଓଡ଼ି୦୭ ବିଏ…

ଖରସ୍ରୋତା ନଦୀରେ ଗାଧୋଉଥିଲେ ଶୁଭ ସଂକଳ୍ପ: ହଠାତ୍‌ ବୁଡ଼ିଗଲେ, ତା’ପରେ…

ଆଳି, ୪/୩(ବନମାଳୀ ସେନାପତି):ରଙ୍ଗର ପର୍ବ ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର ଥିବାବେଳେ ହୋଲି ଖେଳି ସାରି ନଦୀରେ ସାଙ୍ଗ ପିଲାଙ୍କ ସହ ନଦୀରେ ଗାଧୋଉଥିବା ବେଳେ…

ହୋଲିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅନଲାଇନରୁ ବନ୍ଧୁକ କିଣି…

ବଲାଙ୍ଗୀର/ଦେଓଗାଁ,୪ା୩( ସୁନୀଲ କୁମାର ମହାନ୍ତି /କୃଷ୍ଣ ପ୍ରସାଦ ପାଣିଗ୍ରାହୀ ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଲୁହାଖାନ ଗାଁରେ ପବିତ୍ର…

ହୋଲି ଭୋଜି ସାରି ଫେରୁଥିଲେ ଏସବିଆଇ ଶାଖା ପରିଚାଳକ: ବାଟରେ ଛକିଥିଲା ଯମ, ଆଉ ତା’ପରେ..

ଭଞ୍ଜନଗର,୪/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାରେ ବୁଧବାର ଅପରାହ୍ନ ୫ ଟାରେ ଏକ କାର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସୋରଡ଼ା ଷ୍ଟେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri