Posted inଜାତୀୟ

ମଦ ପିଆଇ ନାଚ କରିବାକୁ ବାଧ୍ୟ କଲେ…ବ୍ରେନ ଟ୍ୟୁମର ପୀଡିତାଙ୍କୁ ଗଣବଳାତ୍କାର କଲେ ୬ ପୁରୁଷ

ପାଟନା,୧୪।୧:  ବିହାରର ପୂର୍ଣ୍ଣିଆରୁ ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ସହରର ନେଭାଲାଲ ଚୌକରୁ ଜଣେ ଯୁବତୀଙ୍କୁ ଅପହରଣ କରି ୨୦ କିଲୋମିଟର ଦୂର ବ୍ୟାରିଅର ଚୌକକୁ ନେଇ ସେଠାରେ ଛଅଜଣ ଗଣବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣା ଜାନୁଆରୀ ୧୦ତାରିଖରେ ଘଟିଥିଲା। ପୀଡିତାଙ୍କ ଉଦ୍ଧାରର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି । ଯେଉଁଥିରେ ଜଣେ ଲୁହଭରା ପୀଡିତା ତାଙ୍କ ଦୁଃଖଦ ଘଟଣା ବର୍ଣ୍ଣନା କରୁଥିବା ଦେଖାଯାଉଛି ।

ପୀଡିତା ପୋଲିସକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରୁଛନ୍ତି। ତାଙ୍କ କଣ୍ଠସ୍ୱରରେ ଥିବା ଯନ୍ତ୍ରଣା ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ଅଭିଯୋଗ ଅନୁସାରେ, ଅର୍କେଷ୍ଟ୍ରା କଳାକାରମାନେ ପ୍ରଥମେ ପୀଡିତାଙ୍କୁ ମଦ୍ୟପାନ କରିବାକୁ ବାଧ୍ୟ କରିଥିଲେ ଏବଂ ତା’ପରେ ତାଙ୍କୁ ନାଚ କରାଇଥିଲେ । ତା’ପରେ, ଜଣ ଜଣ କରି ସେମାନେ ତାଙ୍କୁ ଗଣବଳାତ୍କାର କରିଥିଲେ।

ବଳାତ୍କାର ସମୟରେ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଜଣାପଡିଛି । ଭାଇରାଲ ଭିଡିଓରେ, ପୀଡିତା ପୋଲିସ ସମ୍ମୁଖରେ କାନ୍ଦି କାନ୍ଦି କହୁଥିବାର ଦେଖାଯାଉଛି । ସେ ମୋତେ ପିଟିଥିଲେ ଏବଂ ମୋ ପ୍ରତି ଅନ୍ୟାୟ କରିଥିବା କଥା କହିଛନ୍ତି । ପୀଡିତା ପୋଲିସକୁ ଏହା ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତ ତାଙ୍କୁ ଗୁଳି କରିବାକୁ ଧମକ ଦେଇଥିଲେ। ତାଙ୍କର ବ୍ରେନ ଟ୍ୟୁମର ରହିଥିବା ନେଇ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝଲସୁଛି ସହିଦ ରେଣ୍ଡୋ ମାଝୀ ମଞ୍ଚ, ୨୫ଦିନରେ ତିଆରି କରିଛନ୍ତି ୧୫ କାରିଗର

ଭବାନୀପାଟଣା,୧୪।୧( ଉତ୍ତମ କୁମାର ଦାଶ): ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ମୁଖ୍ୟ ଆକର୍ଷଣ ହେଉଛି ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ନିର୍ମାଣ ହୋଇଥିବା ସହିଦ ରେଣ୍ଡୋ...

ବାଇକରେ ଯାଉଥିବା ବେଳେ ଅଘଟଣ, ମାଞ୍ଜାସୂତା ଲାଗି କଟିଗଲା ଯୁବକଙ୍କ ନାକ…

ଢେଙ୍କାନାଳ,୧୪।୧(ରତନ ନାୟାର): ମାଞ୍ଜାସୂତା ଲାଗି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଢେଙ୍କାନାଳ ସହରର ପ୍ରମୁଖ ବଜାର ମୀନାବଜାର ଅଂଚଳରେ ବୁଧବାର ଅପରାହ୍ନରେ କିଛି ଯୁବକ...

ଲୋକଙ୍କ ସୁଖଦୁଃଖ ସମୀକ୍ଷା କଲେ ଛାତ୍ରୀଛାତ୍ର, ଶୀତକାଳୀନ ସ୍ଵତନ୍ତ୍ର ସେବା…

ଭଞ୍ଜନଗର,୧୪/୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ଚାଲିଥିବା...

Post Officeର RD ସ୍କିମ୍‌ରେ ମାସକୁ ରଖନ୍ତୁ ୧୦,୦୦୦ ଟଙ୍କା, ୫ ବର୍ଷ ପରେ ମାଲାମାଲ !

ନୂଆଦିଲ୍ଲୀ,୧୪।୧: ଶେୟାର ବଜାର ଲଗାତାର ନିବେଶକଙ୍କୁ ନିରାଶ କରୁଛି। ୨୦୨୫ରେ ଭଲ ରିଟର୍ନ ନ ମିଳିବା ପରେ ୨୦୨୬ର ଆରମ୍ଭ ମଧ୍ୟ ଭଲ ହୋଇନାହିଁ। ବଜାର...

ଭଞ୍ଜନଗର ଉପଖଣ୍ଡ ମେଡିକାଲରେ କାୟାକଳ୍ପ ଟିମ୍‌, ପୁରସ୍କାର ଦୌଡ଼ରେ ରହି…

ଭଞ୍ଜନଗର,୧୪ା୧(ବାବୁଲା ପ୍ରଧାନ): କାୟାକଳ୍ପ ଟିମ୍‌ ବୁଧବାର ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡିକାଲ ପରିଦର୍ଶନରେ ଆସିଥିଲେ। ଏହି ସମୟରେ ଟିମ୍‌ରେ ଆସିଥିବା ଅଧିକାରୀମାନେ ବିଭିନ୍ନ ଓ୍ବାର୍ଡ...

ସାଇନ୍‌ବୋର୍ଡରେ ସୀମିତ ପାଣି ପଞ୍ଚାୟତ ପକ୍ଷ ପାଳନ

ପଦ୍ମପୁର,୧୪ା୧(ପ୍ରଦୀପ୍ତ ଦାଶ): ଜାନୁଆରୀରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପାଳନ ହେଉଛି। ଏ ନେଇ ବହୁ ଆଡମ୍ବରରେ ସଚେତନତା ସଭା ମଧ୍ୟ ଆୟୋଜନ ହେଉଛି। ହେଲେ...

କୁମୁଡ଼ ହତ୍ୟାକାଣ୍ଡ ଘଟଣା: ସିନ୍‌ ରିକ୍ରିଏସନ୍‌ ପରେ ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଆନନ୍ଦପୁର,୧୪ା୧(ସୁଶାନ୍ତ କୁମାର ସାହୁ): ଜମିବାଡ଼ି ବିବାଦ ପାଇଁ କକାଙ୍କ ପରିବାର ସଂଘବଦ୍ଧ ଆକ୍ରମଣରେ ପୁତୁରାଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ କକା ଓ କକାପୁଅ ଭାଇ (ବାପ-ପୁଅ)ଙ୍କୁ...

‘ରାହୁଲ ଗାନ୍ଧୀଙ୍କ ସହ ନେତୃତ୍ୱ ପରିବର୍ତ୍ତନକୁ ନେଇ କିଛି ଆଲୋଚନା ହୋଇନାହିଁ’, ସଫେଇ ଦେଲେ ଶିବକୁମାର

ବେଙ୍ଗାଲୁରୁ,୧୪।୧: କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବୁଧବାର ସ୍ପଷ୍ଟ କରିଛନ୍ତି ଯେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ସମୟରେ କର୍ନାଟକରେ ନେତୃତ୍ୱ ପରିବର୍ତ୍ତନ ବିଷୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri