Posted inଜାତୀୟ

ଦୁଇରୁ ୩ ମାସରେ ଭାଙ୍ଗିବ ବିହାର ସରକାର

ପାଟନା,୨୭।୬: ଦୁଇରୁ ୩ ମାସ ମଧ୍ୟରେ ଭାଙ୍ଗିବାକୁ ଯାଉଛି ନୀତିଶ କୁମାରଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍‌ଡିଏ) ସରକାର। ବିହାର ବିରୋଧୀ ଦଳ ନେତା ତେଜଶ୍ୱୀ ଯାଦବଙ୍କ ଏଭଳି ଦାବି ଜାତୀୟ ରାଜନୀତିରେ ସୃଷ୍ଟି କରିଛି ହଟଚମଟ। କିନ୍ତୁ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ସରକାରୀ ଦଳ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ନେତାଙ୍କୁ ପାଲଟା ଟାର୍ଗେଟ କରିଛି। ତାଙ୍କ ନିର୍ବାଚନ ମଣ୍ଡଳୀରେ ମହାମାରୀ ବେଳେ ତାଙ୍କ ଦେଖା ମିଳୁ ନ ଥିବା ଅଭିଯୋଗ କରିଛି ଭାଜପା।

ତେଜଶ୍ୱୀଙ୍କ ଦାବିକୁ ସମର୍ଥନ କରିଛି ଆରଜେଡି ସହଯୋଗୀ କଂଗ୍ରେସ। ବିରୋଧୀ ଦଳର ନେତାଙ୍କ ମନ୍ତବ୍ୟ ପଛରେ ସତ୍ୟତା ରହିଛି। ଏନ୍‌ଡିଏ ସହ ଖୁସିରେ ନ ଥିବା କିଛି ନେତା ଆମ ସହ ଯୋଗାଯୋଗରେ ଅଛନ୍ତି ବୋଲି କଂଗ୍ରେସର ରାଜ୍ୟ ଶାଖା ନେତା କୁନ୍ତଳ କ୍ରିଷ୍ଣା କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ୧୨୫ ବିଧାୟକଙ୍କ ସହ ଏନ୍‌ଡିଏ ସରକାରରେ ଅଛି। ଅନ୍ୟପକ୍ଷରେ ବିରୋଧୀ ମେଣ୍ଟ ପାଖରେ ୧୧୦ ସିଟ୍‌ ଥିବାବେଳେ ରାଜ୍ୟରେ ୮ ସ୍ବାଧୀନ ବିଧାୟକ ଅଛନ୍ତି।

ନିଜ ନିର୍ବାଚନ ମଣ୍ଡଳୀ (ରାଘୋପୁର) ଗସ୍ତ ବେଳେ ତେଜଶ୍ୱୀ ଉପରୋକ୍ତ ସମ୍ବେଦନଶୀଳ ଦାବି କରିଛନ୍ତି। ତାଙ୍କ ଗସ୍ତକୁ କଳାପତକା ଦେଖାଇ ବିରୋଧ କରିଥିଲା ପପୁ ଯାଦବଙ୍କ ଜନ ଅଧିକାରୀ ପାର୍ଟି (ଜାପ)। ପୂର୍ବରୁ ଜାପ ଦଳର କର୍ମକର୍ତ୍ତା ରାଘୋପୁରର ବିଭିନ୍ନ ସ୍ଥାନରେ ତେଜଶ୍ୱୀଙ୍କ ନିଖୋଜ ପୋଷ୍ଟର ଲଗାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ସ୍ବଦେଶୀ ଟିଟାନସ୍‌, ଡିପ୍‌ଥେରିଆ ଟିକାର ହେଲା ଶୁଭାରମ୍ଭ, ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ନଡ୍ଡା

ନୂଆଦିଲ୍ଲୀ,୨୧ା୨: ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଟିଟାନସ୍‌ ଏବଂ ବୟସ୍କଙ୍କ ପାଇଁ ଡିପ୍‌ଥେରିଆ ଟିକାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଶନିବାର ହିମାଚଳପ୍ରଦେଶର କସୌଲିସ୍ଥିତ ସେଣ୍ଟ୍ରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ…

‘AI ଆସିଲେବି ମଣିଷର ସ୍ଥାନ ନେଇପାରିବନି ମେଶିନ’, ସିସ୍କୋ ଅଧିକାରୀ କହିଲେ କେମିତି ପରିବର୍ତ୍ତନ ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୧।୨: କର୍ପୋରେଟ ଜଗତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ମେଶିନଗୁଡ଼ିକ ମଣିଷକୁ ବଦଳାଇବେ ବୋଲି ବଢୁଥିବା ଭୟ…

ଚୁରମାର ହେଲା ୟୁନିର୍ଭସିଟି ପ୍ରତିଷ୍ଠା ସ୍ୱପ୍ନ! ଜମି ବିକିଦେଲେ ଖାନ ସାର୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୧।୨:ନିକଟରେ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା ଯେ ଖାନ ସାର୍‌ କୋଏଲୱାରରେ ଏକ ବଡ଼ ଜମି କିଣି ସେଠାରେ ଏକ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବାକୁ ଯୋଜନା…

‘AI ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରତିବାଦ ନେପାଳର GenZ ଆନ୍ଦୋଳନ ଦ୍ୱାରା ଅନୁପ୍ରାଣିତ’, ଦିଲ୍ଲୀ ପୋଲିସର ବଡ଼ ଦାବି

ନୂଆଦିଲ୍ଲୀ,୨୧।୨: ଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଯୁବ କଂଗ୍ରେସ କର୍ମୀଙ୍କ ପ୍ରତିବାଦ ଦେଶରେ ରାଜନୀତିକୁ ଉଷ୍ମ କରିଛି। ବିଭିନ୍ନ ରାଜ୍ୟର ଭାଜପା…

ଭାରତ-ବ୍ରାଜିଲ ସମ୍ପର୍କରେ ନୂଆ ଅଧ୍ୟାୟ: ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ

ବ୍ରାସିଲିଆ,୨୧।୨: ଭାରତ-ବ୍ରାଜିଲ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ଉଭୟ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ…

ରାଜଧାନୀକୁ ପୁଣି ଦୋହଲାଇ ଦେବାକୁ ଟାର୍ଗେଟ କଲେଣି ଆତଙ୍କବାଦୀ, ଆଲର୍ଟରେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ,୨୧।୨: ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସତର୍କ ସୂଚନା ଜାରି କରିଛନ୍ତି। ଗୁଇନ୍ଦା ସୂତ୍ରରୁ ସୂଚନା ଦିଆଯାଇଛି…

୧୫ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଆଲର୍ଟ, ଝଡବର୍ଷା ହେବା ନେଇ ଚେତାଇଲା IMD

ନୂଆଦିଲ୍‌ଲୀ,୨୧।୨: ସାରା ଦେଶରେ ଗ୍ରୀଷ୍ମ ଋତୁ ଆସିସାରିଛି, ଏବଂ ଏବେ, ଖରା ପାଗ ସତ୍ତ୍ୱେ, ପ୍ରବଳ ଗରମ ଅନୁଭୂତ ହେବା ଆରମ୍ଭ ହୋଇଛି। ଦିଲ୍ଲୀ, ପଞ୍ଜାବ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri