Posted inଫୁରସତ

ଉଭେଇଯିବ ସର୍ବବୃହତ୍‌ ହିମବାହ

ଓ୍ବାଶିଂଟନ୍‌: ସାରା ବିଶ୍ୱରେ ତାପମାତ୍ରା ବୃଦ୍ଧି ଚିନ୍ତାର କାରଣ ପାଲଟିଛି। କ୍ରମବର୍ଦ୍ଧିଷ୍ଣୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବ କେବଳ ମଣିଷ, ଜୀବଜନ୍ତୁ ଓ ବୃକ୍ଷଲତାଙ୍କୁ ପ୍ରଭାବିତ କରିନାହିଁ ବରଂ ହିମାଳୟ ଓ ବିଶ୍ୱର ବୃହତ୍‌ ହିମବାହ ମଧ୍ୟ ଏହି ସଙ୍କଟ ଯୋଗୁ କ୍ଷୟ ହେବାରେ ଲାଗିଛି। ପୃଥିବୀର ସବୁଠାରୁ ବଡ଼ ଗ୍ଲେସିୟର୍‌ କୁହାଯାଉଥିବା ‘ଆଣ୍ଟାର୍କଟିକ୍‌ ଏ-୭୬ଏ’ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଭାବେ ତରଳିଯିବ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଆଶଙ୍କା ବ୍ୟକ୍ତ କରିଛି।

ବିଶ୍ୱ ତାପମାତ୍ରା ବୃଦ୍ଧି ସକାଶେ ହିମବାହ ତରଳିବାରେ ଲାଗିଛି, ଯାହାକୁ ନେଇ ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ସେହିପରି ପୃଥିବୀର ସର୍ବବୃହତ୍‌ ହିମବାହ କୁହାଯାଉଥିବା ‘ଆଣ୍ଟାର୍କଟିକ୍‌ ଆଇସ୍‌ବର୍ଗ ଏ-୭୬ଏ’ରେ ମଧ୍ୟ ତାପମାତ୍ରା ବୃଦ୍ଧିର ପ୍ରଭାବ ପଡ଼ିଛି। ଦିନକୁ ଦିନ ଏହି ସର୍ବବୃହତ୍‌ ହିମବାହର ଆୟତନ କମିବାରେ ଲାଗିଛି। ଆଗକୁ ଆଣ୍ଟାର୍କଟିକ୍‌ ଏ-୭୬ଏ ସମ୍ପୂର୍ଣ୍ଣ ଭାବେ କ୍ଷୟ ହୋଇଯିବା ନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। ନାସା ଜାରି କରିଥିବା ସାଟେଲାଇଟ୍‌ ଚିତ୍ରରୁ ଏହା ସ୍ପଷ୍ଟ ଭାବେ ଦୃଷ୍ଟିଗୋଚର ହେଉଛି।

ଆଣ୍ଟାର୍କଟିକ୍‌ ଏ-୭୬ଏ ହିମବାହର ଲମ୍ବ ୧୩୫ କିଲୋମିଟର ହୋଇଥିବାବେଳେ ଏହାର ପ୍ରସ୍ଥ ୨୬ କିଲୋମିଟର। ଶେଷଥର ପାଇଁ ୨୦୨୧ରେ ଏହାର ମାପ କରାଯାଇଥିଲା। ଏହାର ଆୟତନ ଲଣ୍ଡନର ଆୟତନଠାରୁ ଦୁଇଗୁଣା ବୋଲି ଆମେରିକା ନ୍ୟାଶନାଲ ଆଇସ୍‌ ସେଣ୍ଟର କହିଛି। ୨୦୨୧ ମେ ରେ ଆଣ୍ଟାର୍କଟିକା ମହାଦେଶର ପଶ୍ଚିମଭାଗରେ ଥିବା ରୋନେ ଆଇସ୍‌ ସେଲ୍ଫ ୩ ବିରାଟ ଖଣ୍ଡ ୭୬ଏ, ୭୬ବି ଏବଂ ୭୬ସିରେ ଭାଗ ହୋଇଥିଲା। ଏଗୁଡ଼ିକ ମଧ୍ୟରୁ ୭୬ଏ ଥିଲା ସବୁଠାରୁ ବଡ଼ ହିମବାହ। ହିମବାହ ସମୁଦ୍ରର ବରଫ ନୁହେଁ। ଭାସମାନ ଅବସ୍ଥାରେ ଥିବା ବରଫର ବିରାଟ ଖଣ୍ଡକୁ ହିମବାହ ବା ଆଇସ୍‌ବର୍ଗ କୁହାଯାଏ।

ଗତ ଅକ୍ଟୋବର ୩୧ରେ ନାସାର ଟେରା ସାଟେଲାଇଟ୍‌ ‘ଆଣ୍ଟାର୍କଟିକ୍‌ ଏ-୭୬ଏ’ ହିମବାହର ଫଟୋ ଉତ୍ତୋନଳ କରିଛି। ଆଣ୍ଟାର୍କଟିକାର ଏଲିଫ୍ୟାଣ୍ଟ ଦ୍ୱୀପ ଏବଂ ସାଉଥ୍‌ ଓର୍‌କେନି ଦ୍ୱୀପ ମଧ୍ୟରେ ବିଶ୍ୱର ଏହି ସର୍ବବୃହତ୍‌ ହିମବାହ ଅବସ୍ଥିତ। ତାପମାତ୍ରା ଯୋଗୁ ହିମବାହ ଆୟତନ କମୁଥିବାବେଳେ ଆଗାମୀ ଦିନରେ ଏହା ନିଜ ଅବସ୍ଥିତିଠାରୁ ଉତ୍ତର ଦିଗ ଆଡ଼କୁ ଗତି କରିବ ବୋଲି ସାଟେଲାଇଟ୍‌ ଚିତ୍ର ଦେଖି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଅଫୁଟା ବାଣରେ ନିଆଁ ଲଗାଉଥିଲେ ୩ ପିଲା, ହଠାତ୍‌ ହେଲା ବିସ୍ଫୋରଣ, ଆଉ ତା’ ପରେ…

ଦେବଗଡ଼,୨୦ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସିଂହା ଗ୍ରାମରେ ବାଣ ବିସ୍ଫୋରଣରେ ୩ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର…

ଟ୍ରମ୍ପଙ୍କ ‘ବୋର୍ଡ ଅଫ୍ ପିସ୍’ର ପ୍ରଥମ ବୈଠକ: ପର୍ଯ୍ୟବେକ୍ଷକ ଭାବେ ସାମିଲ ହେଲା ଭାରତ

ୱାଶିଂଟନ,୨୦।୨: ଓ୍ୱାଶିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ସଂଗଠନ ‘ବୋର୍ଡ ଅଫ୍ ପିସ୍’ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ସବୁଠାରୁ ବଡ଼ ଖବର ହେଉଛି, ଭାରତ…

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri