Posted inଫୁରସତ

ଉଭେଇଯିବ ସର୍ବବୃହତ୍‌ ହିମବାହ

ଓ୍ବାଶିଂଟନ୍‌: ସାରା ବିଶ୍ୱରେ ତାପମାତ୍ରା ବୃଦ୍ଧି ଚିନ୍ତାର କାରଣ ପାଲଟିଛି। କ୍ରମବର୍ଦ୍ଧିଷ୍ଣୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବ କେବଳ ମଣିଷ, ଜୀବଜନ୍ତୁ ଓ ବୃକ୍ଷଲତାଙ୍କୁ ପ୍ରଭାବିତ କରିନାହିଁ ବରଂ ହିମାଳୟ ଓ ବିଶ୍ୱର ବୃହତ୍‌ ହିମବାହ ମଧ୍ୟ ଏହି ସଙ୍କଟ ଯୋଗୁ କ୍ଷୟ ହେବାରେ ଲାଗିଛି। ପୃଥିବୀର ସବୁଠାରୁ ବଡ଼ ଗ୍ଲେସିୟର୍‌ କୁହାଯାଉଥିବା ‘ଆଣ୍ଟାର୍କଟିକ୍‌ ଏ-୭୬ଏ’ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଭାବେ ତରଳିଯିବ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଆଶଙ୍କା ବ୍ୟକ୍ତ କରିଛି।

ବିଶ୍ୱ ତାପମାତ୍ରା ବୃଦ୍ଧି ସକାଶେ ହିମବାହ ତରଳିବାରେ ଲାଗିଛି, ଯାହାକୁ ନେଇ ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ସେହିପରି ପୃଥିବୀର ସର୍ବବୃହତ୍‌ ହିମବାହ କୁହାଯାଉଥିବା ‘ଆଣ୍ଟାର୍କଟିକ୍‌ ଆଇସ୍‌ବର୍ଗ ଏ-୭୬ଏ’ରେ ମଧ୍ୟ ତାପମାତ୍ରା ବୃଦ୍ଧିର ପ୍ରଭାବ ପଡ଼ିଛି। ଦିନକୁ ଦିନ ଏହି ସର୍ବବୃହତ୍‌ ହିମବାହର ଆୟତନ କମିବାରେ ଲାଗିଛି। ଆଗକୁ ଆଣ୍ଟାର୍କଟିକ୍‌ ଏ-୭୬ଏ ସମ୍ପୂର୍ଣ୍ଣ ଭାବେ କ୍ଷୟ ହୋଇଯିବା ନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। ନାସା ଜାରି କରିଥିବା ସାଟେଲାଇଟ୍‌ ଚିତ୍ରରୁ ଏହା ସ୍ପଷ୍ଟ ଭାବେ ଦୃଷ୍ଟିଗୋଚର ହେଉଛି।

ଆଣ୍ଟାର୍କଟିକ୍‌ ଏ-୭୬ଏ ହିମବାହର ଲମ୍ବ ୧୩୫ କିଲୋମିଟର ହୋଇଥିବାବେଳେ ଏହାର ପ୍ରସ୍ଥ ୨୬ କିଲୋମିଟର। ଶେଷଥର ପାଇଁ ୨୦୨୧ରେ ଏହାର ମାପ କରାଯାଇଥିଲା। ଏହାର ଆୟତନ ଲଣ୍ଡନର ଆୟତନଠାରୁ ଦୁଇଗୁଣା ବୋଲି ଆମେରିକା ନ୍ୟାଶନାଲ ଆଇସ୍‌ ସେଣ୍ଟର କହିଛି। ୨୦୨୧ ମେ ରେ ଆଣ୍ଟାର୍କଟିକା ମହାଦେଶର ପଶ୍ଚିମଭାଗରେ ଥିବା ରୋନେ ଆଇସ୍‌ ସେଲ୍ଫ ୩ ବିରାଟ ଖଣ୍ଡ ୭୬ଏ, ୭୬ବି ଏବଂ ୭୬ସିରେ ଭାଗ ହୋଇଥିଲା। ଏଗୁଡ଼ିକ ମଧ୍ୟରୁ ୭୬ଏ ଥିଲା ସବୁଠାରୁ ବଡ଼ ହିମବାହ। ହିମବାହ ସମୁଦ୍ରର ବରଫ ନୁହେଁ। ଭାସମାନ ଅବସ୍ଥାରେ ଥିବା ବରଫର ବିରାଟ ଖଣ୍ଡକୁ ହିମବାହ ବା ଆଇସ୍‌ବର୍ଗ କୁହାଯାଏ।

ଗତ ଅକ୍ଟୋବର ୩୧ରେ ନାସାର ଟେରା ସାଟେଲାଇଟ୍‌ ‘ଆଣ୍ଟାର୍କଟିକ୍‌ ଏ-୭୬ଏ’ ହିମବାହର ଫଟୋ ଉତ୍ତୋନଳ କରିଛି। ଆଣ୍ଟାର୍କଟିକାର ଏଲିଫ୍ୟାଣ୍ଟ ଦ୍ୱୀପ ଏବଂ ସାଉଥ୍‌ ଓର୍‌କେନି ଦ୍ୱୀପ ମଧ୍ୟରେ ବିଶ୍ୱର ଏହି ସର୍ବବୃହତ୍‌ ହିମବାହ ଅବସ୍ଥିତ। ତାପମାତ୍ରା ଯୋଗୁ ହିମବାହ ଆୟତନ କମୁଥିବାବେଳେ ଆଗାମୀ ଦିନରେ ଏହା ନିଜ ଅବସ୍ଥିତିଠାରୁ ଉତ୍ତର ଦିଗ ଆଡ଼କୁ ଗତି କରିବ ବୋଲି ସାଟେଲାଇଟ୍‌ ଚିତ୍ର ଦେଖି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri