ରାଉରକେଲା ଅଫିସ,୧୪।୬ (ଦୀନେଶ ମିଶ୍ର)
ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ତ୍ରୟୋଦଶ ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନଶିପ୍ର ଦ୍ୱିତୀୟ ଦିନରେ ୫ଟି ମ୍ୟାଚ୍ ଅନୁଷ୍ଠିତ ହୋଇଛି। ପ୍ରଥମ ମ୍ୟାଚ୍ରେ ପଞ୍ଜାବ ଦଳ ୧୮-୦ ଗୋଲରେ ମିଜୋରାମ ଦଳକୁ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ଦିଲରାଜ ସିଂ ୫, ୯, ୨୩, ୩୪, ୪୭, ୫୯ ମିନିଟ୍ରେ ସର୍ବାଧିକ ୬ଟି ଗୋଲ କରିଥିଲେ। ମନମିତ୍ ସିଂ ୧୧, ୨୦ ମିନିଟ୍ରେ ଦୁଇଟି ଏବଂ ଅଶ୍ରଦୀପ ସିଂ, ହରପ୍ରୀତ ସିଂ, ରବନିତ୍ ସିଂ, ଅଧିନାୟକ ଜଶବିନ୍ଦର ସିଂ, ରାଜେନ୍ଦ୍ର ସିଂ, ଗୁରପିତ ସିଂ, ୟାଦବିର ମଲ, ସଞ୍ଜୟ କୁମାର, ଉଭଲ ସିଂ ଗୋଟିଏ ଲେଖାଏ ଗୋଲ ମାରି ଦଳକୁ ବିଜୟୀ କରିଥିଲେ। ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ ଦଳ ଆସାମକୁ ୧୬-୧ ଗୋଲରେ ହରାଇ ଦେଇଛି। ଦିଲ୍ଲୀ ଦଳ ପକ୍ଷରୁ ପ୍ରଦୀପ ୨୦, ୪୬, ୫୦ ମିନିଟରେ ଓ ଯୋଗେମ୍ବର ରାୱତ ୨୯, ୩୫, ୪୦ ମିନିଟ୍ରେ ଉଭୟ ହ୍ୟାଟ୍ରିକ ୩ଟି ଗୋଲ ମାରିଥିଲେ। ନିତିନ ୮, ୪୭ ମିନିଟ୍ରେ ଦୁଇଟି, ପଙ୍କଜ ୧୪, ୨୧ ମିନିଟରେ ୨ଟି ଓ ନିତେଶ ୧୯, ୨୩ ମିନିଟ୍ରେ ଦୁଇଟି ଗୋଲ ଦେଇଥିଲେ। ବିକାଶ ଉପାଧ୍ୟାୟ, ଅମନ ଶର୍ମା ଗୋଟିଏ ଲେଖାଏ ଏବଂ ରାହୁଲ ୨୭ ଓ ୩୭ ମିନିଟରେ ୨ଟି ଗୋଲ ଦେଇଥିଲେ। ଆସାମ ପକ୍ଷରୁ ରିଙ୍କୁ ବର୍ମା ୧୨ ମିନିଟ୍ରେ ଗୋଟିଏ ଗୋଲ କରିଥିଲେ। ଅନ୍ୟ ୩ଟି ମ୍ୟାଚରେ ବିହାର ୭-୧ରେ ବେଙ୍ଗଲକୁ, ମହାରାଷ୍ଟ୍ର ୫-୧ରେ ତେଲଙ୍ଗାନାକୁ ଏବଂ ଦାଦ୍ରାରାନଗର ହାବେଳି ୫-୦ ଗୋଲରେ ତ୍ରିପୁରାକୁ ପରାସ୍ତ କରିଛି।
ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍କୁ ଧକ୍କା ଦେଇ ଟ୍ରକ୍କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…
କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...
ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ
ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...
ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍
ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...
ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର
ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...
ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….
ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...
ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…
ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...
ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା
ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...
Archives


