Posted inଜାତୀୟ

ମହାରାଷ୍ଟ୍ରରେ ବଡ଼ ଓଲଟପାଲଟ! ଫଳାଫଳ ପୂର୍ବରୁ ଚମକାଇଲା ଆଉ ଏକ ଏକଜିଟ୍‌ ପୋଲ୍‌

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରର ମହାଯୁଦ୍ଧକୁ ନେଇ ରାଜନୀତି ସରଗରମ ରହିଛି। ଯଦି ଭାଜପା-ଶିବସେନା ଏବଂ ଏନସିପି ନେତୃତ୍ୱରେ ମହାୟୁତି ସରକାର ଗଠନ ହୁଏ, ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ପ୍ରଶ୍ନ ଉଠିଛି। କିଛିଦିନ ପୂର୍ବରୁ ଆସିଥିବା ସମସ୍ତ ଏକଜିଟ ପୋଲ ମହାରାଷ୍ଟ୍ରରେ ମହାୟୁତି ସରକାର ଗଠନ କରିପାରେ ବୋଲି ସୂଚାଉଛି। ଯଦି ଏପରି ଘଟେ ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ? ସେ ନେଇ ରାଜନୀତି ଜୋର ଧରିଛି। ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ରହିବେ ନା ଦେବେନ୍ଦ୍ର ଫଡନାଭିସଙ୍କୁ ପୁନର୍ବାର କମାଣ ଦିଆଯିବ? ସବୁ ଏକଜିଟ ପୋଲ୍‌ ପରେ ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ ପୋଲରେ ଜନମତ ପ୍ରକାଶ ପାଇଛି। ଏହି ସର୍ଭେରେ କୁହାଯାଇଛି, ମହାୟୁତି ୧୭୮ରୁ ୨୦୦ଟି ସିଟ ପାଇପାରେ, କିନ୍ତୁ ମହାବିକାଶ ଆଗାଡିଙ୍କୁ କେବଳ ୮୨ରୁ ୧୦୨ସିଟ ମିଳିବ ବୋଲି ଆଶା କରାଯାଉଛି।

ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ ପୋଲ ଅନୁଯାୟୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକନାଥ ଶିନ୍ଦେ ପ୍ରଥମ ପସନ୍ଦ ଅଟନ୍ତି। ମହାରାଷ୍ଟ୍ରର ୩୧ ପ୍ରତିଶତ ଲୋକ ଚାହୁଁଛନ୍ତି ଯେ ସେ ଭବିଷ୍ୟତରେ ମଧ୍ୟ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ଶିନ୍ଦେଙ୍କ ପରେ ଉଦ୍ଧବ ଠାକରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୧୮ପ୍ରତିଶତ ଲୋକ ମତ ଦେଇଛନ୍ତି ଯେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ଉଚିତ। ଆଶ୍ଚର୍ଯ୍ୟଜନକ କଥା ହେଉଛି କେବଳ ୧୨ ପ୍ରତିଶତ ଲୋକ ଚାହୁଁଛନ୍ତି ଯେ ଭାଜପା ନେତା ଦେବେନ୍ଦ୍ର ଫଡନାଭିସ ସିଏମ ହୁଅନ୍ତୁ। ଏଥିସହ କେବଳ ୧୦ ପ୍ରତିଶତ ଲୋକ ଚାହୁଁଛନ୍ତି ଯେ ଜଣେ କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ହୁଅନ୍ତୁ।

ଅନ୍ୟପକ୍ଷରେ ବିଧାନସଭା ନିର୍ବାଚନ ପରେ ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ କରିବାର ଦାବି ତୀବ୍ର ହୋଇଛି। ପୁଣେରେ ଅନେକ ବ୍ୟାନର ଲଗାଯାଇ ତାଙ୍କୁ ସିଏମ ଚେହେରା କରାଯାଇଛି। କିନ୍ତୁ ସର୍ଭେ ଅନୁଯାୟୀ, ମହାରାଷ୍ଟ୍ରର ମାତ୍ର ୨ ପ୍ରତିଶତ ଲୋକ ଚାହୁଁଛନ୍ତି ଯେ ଏନସିପି ନେତା ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ। କିନ୍ତୁ ଅସଲ ଖେଳ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ନଭେମ୍ବର ୨୩ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଜଣାପଡିବ।

କହିରଖୁଛୁ ଯେ, ଦେବେନ୍ଦ୍ର ଫଡନାଭିଙ୍କେ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭୋଟ ଫଳାଫଳ ତିନି ଦଳର ନେତାମାନେ ବସି ସିଏମ ମୁହଁରେ ନିଷ୍ପତ୍ତି ନେବେ। ଅନ୍ୟପଟେ ଫଡନାଭିସ କହିଛନ୍ତି ଯେ, ବର୍ତ୍ତମାନ ଆମେ ଏକନାଥ ଶିନ୍ଦେଙ୍କ ଚେହେରାରେ ନିର୍ବାଚନ ଲଢୁଛୁ। ଭୋଟ ଗଣତି ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri