Posted inଜାତୀୟ

ମହାରାଷ୍ଟ୍ରରେ ବଡ଼ ଓଲଟପାଲଟ! ଫଳାଫଳ ପୂର୍ବରୁ ଚମକାଇଲା ଆଉ ଏକ ଏକଜିଟ୍‌ ପୋଲ୍‌

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ରର ମହାଯୁଦ୍ଧକୁ ନେଇ ରାଜନୀତି ସରଗରମ ରହିଛି। ଯଦି ଭାଜପା-ଶିବସେନା ଏବଂ ଏନସିପି ନେତୃତ୍ୱରେ ମହାୟୁତି ସରକାର ଗଠନ ହୁଏ, ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ପ୍ରଶ୍ନ ଉଠିଛି। କିଛିଦିନ ପୂର୍ବରୁ ଆସିଥିବା ସମସ୍ତ ଏକଜିଟ ପୋଲ ମହାରାଷ୍ଟ୍ରରେ ମହାୟୁତି ସରକାର ଗଠନ କରିପାରେ ବୋଲି ସୂଚାଉଛି। ଯଦି ଏପରି ଘଟେ ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ? ସେ ନେଇ ରାଜନୀତି ଜୋର ଧରିଛି। ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ରହିବେ ନା ଦେବେନ୍ଦ୍ର ଫଡନାଭିସଙ୍କୁ ପୁନର୍ବାର କମାଣ ଦିଆଯିବ? ସବୁ ଏକଜିଟ ପୋଲ୍‌ ପରେ ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ ପୋଲରେ ଜନମତ ପ୍ରକାଶ ପାଇଛି। ଏହି ସର୍ଭେରେ କୁହାଯାଇଛି, ମହାୟୁତି ୧୭୮ରୁ ୨୦୦ଟି ସିଟ ପାଇପାରେ, କିନ୍ତୁ ମହାବିକାଶ ଆଗାଡିଙ୍କୁ କେବଳ ୮୨ରୁ ୧୦୨ସିଟ ମିଳିବ ବୋଲି ଆଶା କରାଯାଉଛି।

ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ ପୋଲ ଅନୁଯାୟୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକନାଥ ଶିନ୍ଦେ ପ୍ରଥମ ପସନ୍ଦ ଅଟନ୍ତି। ମହାରାଷ୍ଟ୍ରର ୩୧ ପ୍ରତିଶତ ଲୋକ ଚାହୁଁଛନ୍ତି ଯେ ସେ ଭବିଷ୍ୟତରେ ମଧ୍ୟ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ଶିନ୍ଦେଙ୍କ ପରେ ଉଦ୍ଧବ ଠାକରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୧୮ପ୍ରତିଶତ ଲୋକ ମତ ଦେଇଛନ୍ତି ଯେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ଉଚିତ। ଆଶ୍ଚର୍ଯ୍ୟଜନକ କଥା ହେଉଛି କେବଳ ୧୨ ପ୍ରତିଶତ ଲୋକ ଚାହୁଁଛନ୍ତି ଯେ ଭାଜପା ନେତା ଦେବେନ୍ଦ୍ର ଫଡନାଭିସ ସିଏମ ହୁଅନ୍ତୁ। ଏଥିସହ କେବଳ ୧୦ ପ୍ରତିଶତ ଲୋକ ଚାହୁଁଛନ୍ତି ଯେ ଜଣେ କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ହୁଅନ୍ତୁ।

ଅନ୍ୟପକ୍ଷରେ ବିଧାନସଭା ନିର୍ବାଚନ ପରେ ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ କରିବାର ଦାବି ତୀବ୍ର ହୋଇଛି। ପୁଣେରେ ଅନେକ ବ୍ୟାନର ଲଗାଯାଇ ତାଙ୍କୁ ସିଏମ ଚେହେରା କରାଯାଇଛି। କିନ୍ତୁ ସର୍ଭେ ଅନୁଯାୟୀ, ମହାରାଷ୍ଟ୍ରର ମାତ୍ର ୨ ପ୍ରତିଶତ ଲୋକ ଚାହୁଁଛନ୍ତି ଯେ ଏନସିପି ନେତା ଅଜିତ ପାୱାରଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ। କିନ୍ତୁ ଅସଲ ଖେଳ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ନଭେମ୍ବର ୨୩ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଜଣାପଡିବ।

କହିରଖୁଛୁ ଯେ, ଦେବେନ୍ଦ୍ର ଫଡନାଭିଙ୍କେ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭୋଟ ଫଳାଫଳ ତିନି ଦଳର ନେତାମାନେ ବସି ସିଏମ ମୁହଁରେ ନିଷ୍ପତ୍ତି ନେବେ। ଅନ୍ୟପଟେ ଫଡନାଭିସ କହିଛନ୍ତି ଯେ, ବର୍ତ୍ତମାନ ଆମେ ଏକନାଥ ଶିନ୍ଦେଙ୍କ ଚେହେରାରେ ନିର୍ବାଚନ ଲଢୁଛୁ। ଭୋଟ ଗଣତି ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri