ଭୁବନେଶ୍ୱର,୨୧।୩: ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ ଅପଡେଟ୍ । ରାଜ୍ୟରେ ଆଉ ନିଯୁକ୍ତି ହେବନି ଚୁକ୍ତି ଭିତ୍ତିକ ଶିକ୍ଷକ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇନ୍ତି।
ଅନ୍ୟପକ୍ଷେ ସେ କହିଛନ୍ତି, ୩ ବର୍ଷରେ ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ। ଚଳିତ ବର୍ଷ ୧୫ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତ ହେବାକୁ ଯାଉଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ସ୍କୁଲ୍କୁ ଚେୟାର୍ ଓ ଡେସ୍କ ଯୋଗାଇ ଦିଆଯିବ।