ଭୁବନେଶ୍ୱର, ୪।୯: ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର ସ୍ବାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଅପଡେଟ୍ ଆସିଛି। ସେ କୋମାରେ ଥିବା ସୂଚନା ମିଳିଛି। ଭୁବନେଶ୍ବର ଏମ୍ସ ପକ୍ଷରୁ ମେଡିକାଲ ବୁଲେଟିନ ଜାରି ହୋଇଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ବେଳେ ସେ ନିମୋନିଆରେ ପୀଡ଼ିତ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ଏବେ ସେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ମଧ୍ୟାହ୍ନ ପରଠାରୁ ICUରେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ବହୁବିଧ ରୋଗରେ ପୀଡ଼ିତ ଥିବା ନେଇ ସୂଚନା ଜାରି କରାଯାଇଛି।