ଭୁବନେଶ୍ୱର,୫।୫: ରାଜ୍ୟ ଭାଜପା ସଭାପତି ଚୟନରେ ବିଳମ୍ବ ପ୍ରସଙ୍ଗକୁ ନେଇ ଏବେ ରାଜନୀତି ଜୋର ଧରିଛି। ଏନେଇ ଏବେ ବିଧାୟକ ସରୋଜ ପ୍ରଧାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ‘ସରକାରଙ୍କ ବର୍ଷ ପୂର୍ତ୍ତି ପୂର୍ବରୁ ସଭାପତିଙ୍କ ନାଁ ଘୋଷଣା ହେବ’। ତେବେ ଏହି ରେସରେ କେଉଁମାନେ ରହିଛନ୍ତି ତାହା ସେ ସ୍ପଷ୍ଟ କରି ନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସରକାରଙ୍କ ବର୍ଷ ପୂର୍ତ୍ତି ପୂର୍ବରୁ ସମସ୍ତ ନିଗମ ଏବଂ ବୋର୍ଡ ମଧ୍ୟ ଗଠନ ହେବ। ତେବେ ସମସ୍ତ ଠିକ ଏବଂ ଯୋଗ୍ୟ ଲୋକଙ୍କୁ ଆମେ ଦାୟିତ୍ୱ ଦେବୁ ବୋଲି ସେ କହିଛନ୍ତି। ସଂସଦୀୟ ବୋର୍ଡରେ ଏନେଇ ଖୁବଶୀଘ୍ର ଘୋଷଣା ହେବ ବୋଲି ସେ କହିଛନ୍ତି।


