Posted inରାଜ୍ୟ

ନବୀନ ନିବାସରୁ ବଡ଼ ଅପଡେଟ୍‌, ନବୀନ କଲେ ସ୍ପଷ୍ଟ?

ଭୁବନେଶ୍ୱର,୪।୪: ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ଶୁକ୍ରବାର ସକାଳେ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। କୁହାଯାଉଛି ଯେ, ଦଳର ସଭାପତି ନବୀନ ପଟ୍ଟନାୟକ ସବୁ ଏମପିଙ୍କୁ ବିଲ୍‌ ବିରୋଧରେ ଭୋଟ୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଶେଷ ମୂହୁର୍ତ୍ତରେ ପରିସ୍ଥିତି ଅଲଗା ଦେଖିବାକୁ ମିଳିଥିଲା।

BJD faces internal turmoil: ଫଳରେ, ରାଜ୍ୟ ସଭାରେ ବିଜେଡି ଏମପି ସସ୍ମିତ ପାତ୍ର ବିଲ୍‌କୁ ସମର୍ଥନରେ ଭୋଟ ଦେଇଥିବା ବେଳେ ମୁଜିବୁଲ୍ଲା ଖାନ ଏହାର ବିରୋଧ କରିଥିଲେ। ସେହିପରି ଦେବାଶିଷ ସାମନ୍ତରାୟ ଭୋଟ ନେଇ ନାହାନ୍ତି। ଅନ୍ୟ ୪ ଏମପିଙ୍କ ଭୋଟ ସ୍ଥିତି ଏପର୍ଯ୍ୟନ୍ତ ଅଜଣା ରହିଛି।

BJD faces internal turmoil: ୱାକଫ ବିଲ ନେଇ ବିଜେଡିରେ କମ୍ପନ ପରେ ନବୀନ ନିବାସରେ ପହଞ୍ଚିଛନ୍ତି ଦଳର ପୁରୁଖା ନେତା । ସଂସଦରେ ବିଜେଡିର ଆଭିମୁଖ୍ୟ ନେଇ ନବୀନ ନିବାସରେ ବସିଛି ବୈଠକ । ଦଳୀୟ ବୈଠକରେ ବିଜେଡିର ହେଭିୱେଟ ନେତା ପ୍ରସନ୍ନ ଆଚାର୍ଯ୍ୟ, ପଦ୍ମନାଭ ବେହେରା, ଅଶୋକ ପଣ୍ଡା, ଦେବୀ ମିଶ୍ର, ଭୂପିନ୍ଦର ସିଂ, ପ୍ରଫୁଲ୍ଲ ସାମଲ, ଶଶୀ ବେହେରା, ରଜନୀକାନ୍ତ ସିଂ, ନୃସିଂହ ସାହୁ, ରଘୁ ସାହୁଙ୍କ ସମେତ ଦଳର ମୁଖପାତ୍ରମାନେ ମଧ୍ୟ ସାମିଲ ହୋଇଛନ୍ତି ।

ତେବେ ଆଲୋଚନା ପରେ ନବୀନ ନିବାସରୁ ଆସିଛି ବଡ଼ ଖବର। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ନବୀନ ନିବାସରୁ ବାହାରି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ସଂଗଠନ ସଂପର୍କରେ ଆଲୋଚନା ହୋଇଛି। ଓ୍ବକଫ ବିଲ ସଂପର୍କରେ ବି ଆଲୋଚନା ହୋଇଛି। ବିଜେଡି ଧର୍ମନିରପେକ୍ଷ ଦଳ, ଅତୀତରେ ଥିଲା, ଆଗକୁ ବି ରହିବ। ଧର୍ମନିରପେକ୍ଷ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବନି। ସମଦୂରତ୍ୱ ମଧ୍ୟ ବଜାୟ ରହିଛି ବୋଲି କହିଛନ୍ତି ପ୍ରସନ୍ନ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri