ଅଡ଼ବା ପୋଲିସକୁ ବଡ଼ ସଫଳତା: ୭୫ କେଜି ଗଞ୍ଜେଇ ଜବତ, ୬ ଗିରଫ

ମୋହନା,୨୧।୧୦(ମନ୍ମଥ ମିଶ୍ର): ଗଞ୍ଜେଇର ବେଆଇନ ପରିବହନ ବିରୋଧରେ ଅଡ଼ବା ପୋଲିସକୁ ବଡ଼ ସଫଳତା ମିଳିଛି। ଗାଡ଼ି ଯାଞ୍ଚ ସମୟରେ ୭୫ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣାରେ ଗଞ୍ଜେଇ ପରିବହନରେ ବ୍ୟବହୃତ ଦୁଇଟି କାର୍‌ ମଧ୍ୟ ଜବତ କରାଯାଇଛି। ଜବତ ଗଞ୍ଜେଇର ବଜାର ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।

ପୋଲିସ ସୂଚନା ଅନୁଯାୟୀ, ଏସଆଇ ସୌମ୍ୟ ରଞ୍ଜନ ବରାଳଙ୍କ ନେତୃତ୍ୱରେ ଅଡ଼ବା ପୋଲିସ ଟିମ ଏନଏଚ-୩୨୬ର ଖାରୀଗୁଡ଼ା ନିକଟ ଭୀମଦଳି ଘାଟି ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ ସହ ଗାଡ଼ି ଯାଞ୍ଚ କରୁଥିଲା। ଏହି ସମୟରେ ମହାରାଷ୍ଟ୍ରରେ ପଞ୍ଜୀକୃତ ଦୁଇଟି କାର୍‌ ଦ୍ରୁତ ଗତିରେ ଆସୁଥିବା ପୋଲିସ ଦେଖିଥିଲା।

କାର୍‌ ଦୁଇଟି ହେଲା ମାରୁତି ସୁଜୁକି ସ୍ବିଫ୍ଟ ଡିଜାୟର (MH-12-ML-0745) ଏବଂ ମାରୁତି ସୁଜୁକି ବାଲେନୋ (MH-23-AS-1005)। ପୋଲିସକୁ ଦେଖି କାର୍‌ରେ ଥିବା ବ୍ୟକ୍ତିମାନେ ନିକଟସ୍ଥ ଜଙ୍ଗଲ ଆଡ଼କୁ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ସେମାନଙ୍କୁ ପିଛା କରି ଉଭୟ କାର୍ରୁ ୬ ଜଣଙ୍କୁ କାବୁ କରିଥିଲା। କାର୍‌ ଦୁଇଟିର ଯାଞ୍ଚ ସମୟରେ ଗଞ୍ଜେଇ ଥିବା ସନ୍ଦେହରେ ୩ଟି ପ୍ଲାଷ୍ଟିକ ଜରି ବ୍ୟାଗ ଜବତ କରାଯାଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ରାଜେନ୍ଦ୍ର ପ୍ରସାଦ ଭୂୟାଁଙ୍କ ଉପସ୍ଥିତିରେ ନିୟମ ଅନୁଯାୟୀ ତଲାସି ଓ ଓଜନ କରାଯାଇଥିଲା। ବ୍ୟାଗ୍ର ଓଜନ ବାଦ ଦେବା ପରେ ଗଞ୍ଜେଇର ପରିମାଣ ୭୫ କିଲୋଗ୍ରାମ ହୋଇଥିଲା। ଗଞ୍ଜେଇ ସହ ଉଭୟ କାର୍‌ ଏବଂ ଅଭିଯୁକ୍ତମାନଙ୍କ ବ୍ୟକ୍ତିଗତ ତଲାସିରୁ ମିଳିଥିବା ଅନ୍ୟାନ୍ୟ ସାମଗ୍ରୀକୁ ମଧ୍ୟ ପୋଲିସ ଜବତ କରିଛି।
ଏହି ଘଟଣାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି। ସେମାନେ ହେଲେ,ଗଣେଶ ସିରସତ (୨୬) ,ବାଲାଜୀ ଯୋଗୀରାଜ ଯାଦବ (୪୨), ମହେଶ ଫେଡ଼ (୩୨), ସିଦ୍ଧେଶ୍ୱର ଗଙ୍ଗାଧର କେନ୍ଦ୍ରେ (୪୦), ସନ୍ତୋଷ ଦାଗୁଡୁବା ମସ୍କେ (୫୦) ଏବଂ ଶିବଶଙ୍କର ଅନ୍ନା ସାହେବ ମୁଣ୍ଡେ (୨୮)

ଏହି ଘଟଣାରେ ଅଡ଼ବା ଥାନାରେ କେସ ନଂ-୨୦୮/୨୬ରେ ମାମଲା ରୁଜୁ କରାଯାଇଛି। ଗିରଫ ୬ ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ ଅଦାଲତକୁ ପଠାଯାଇଛି। ଜବତ ଗଞ୍ଜେଇ କେଉଁଠାରୁ ଆସିଥିଲା, ଏହାର ଗନ୍ତବ୍ୟସ୍ଥଳ କେଉଁଠି ଥିଲା ଏବଂ ଏହି ବେଆଇନ କାରବାର ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଅଡ଼ବା ଥାନା ଅଧିକାରୀ ସନ୍ତୋଷ ବିଷୋୟୀ ଏହି ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?