ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି କରିଥିଲେ। ସେହି ଭୋଜିରେ କିନ୍ତୁ କେହି ସେମିତି ନିଜକୁ ବରିଷ୍ଠ ବା ରାଜ୍ୟସ୍ତରୀୟ ନେତା ବୋଲାଉଥିବା ଚେହେରାଙ୍କୁ ଦେଖିବାକୁ ମିଳି ନ ଥିଲା। ଯେଉଁମାନେ ଭୋଜି କରିଥିଲେ ସେମାନଙ୍କ ମଧ୍ୟରେ ଅଧିକାଂଶ ଯୁବ ଚେହେରା ରହିଥିଲେ। ଯାହା ଶୁଣାଗଲା, ଦଳର ଭବିଷ୍ୟତ ଏବଂ ଦଳୀୟ କଥାରେ ମାମଲାତି କରୁଥିବା ନେତାଙ୍କ ବିରୋଧରେ ଏହି ମେଳି ହୋଇଥିଲା।

Senior BJD leaders’ visit to Arun Sahoo's residence sparks speculation ଏହି କଥାକୁ ଦିନଟେ ପୂରିନାହିଁ, ବାଲେଶ୍ୱର ଜିଲାର ୩ ପୂର୍ୱତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସ୍ୱରୂପ ଦାସ ଏବଂ ସୁକାନ୍ତ ନାଏକ ଶନିବାର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନକୁ ଆସି ପହଞ୍ଚିଲେ। ହେଲେ ଜିଲାର ୩ ପୂର୍ୱତନ ବିଧାୟକ ଅରୁଣଙ୍କ ଘରେ ଏକାସଙ୍ଗେ ପହଞ୍ଚିବାର କାରଣ କ’ଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେମାନଙ୍କ ମଧ୍ୟରୁ ଜଣେ କହିଥିଲେ, ଉତ୍ତର ଓଡ଼ିଶା ଉତ୍ସବ ଲାଗି ନିମନ୍ତ୍ରଣ ଦେବା ପାଇଁ ଆସିଥିଲେ। ହେଲେ ନିମନ୍ତ୍ରଣ ଆଳକରି ଜିଲାର ଏହି ୩ ନେତା ଅରୁଣଙ୍କ ସହ କାହିଁକି ଆଲୋଚନା କଲେ ତାହା ମଧ୍ୟ ବିଶେଷ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ସୂଚାଇ ଦିଆଯାଇପାରେ, ବିଜେଡିର ଖୋର୍ଦ୍ଧା ଏବଂ ବାଲେଶ୍ୱର ଜିଲା ସଭାପତି ଚୟନ ଏଯାଏ ହେଇପାରି ନାହିଁ। ବାଲେଶ୍ୱର ଜିଲାରେ ସଭାପତି ପଦ ଲାଗି ରବୀନ୍ଦ୍ର ଜେନା ଇଚ୍ଛୁକ ଥିବାବେଳେ ତାଙ୍କୁ କିନ୍ତୁ କେତେଜଣ ବିଧାନସଭା ମଣ୍ଡଳୀ ନେତା ବିରୋଧ କରୁଛନ୍ତି। ଏଥିଲାଗି ଏହା ସମ୍ଭବ ହୋଇପାରୁ ନାହିଁ। ସେପଟେ ଯଦି ଜିଲା ସଭାପତି ପଦ ନ ମିଳେ ତେବେ ରବୀନ୍ଦ୍ର ଦଳ ଛାଡ଼ିଦେବାକୁ କୁଆଡ଼େ ସିଧାସଳଖ ଶୁଣାଇ ଦେଇଥିବା ଅରୁଣଙ୍କ ଘରକୁ ଆସିଥିବା ୩ ନେତାଙ୍କ ମଧ୍ୟରୁ ଜଣେ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ସେ ଆହୁରି କହିଛନ୍ତି, ଯାହା ନିଷ୍ପତ୍ତି କରିବା କଥା ଦଳ ସମୟରେ ନ କରିବା ଯୋଗୁ ଜିଲା ସଙ୍ଗଠନ ଦିନକୁ ଦିନ ଖରାପ ସ୍ଥିତିକୁ ଯାଉଛି। ଦଳର ଏଭଳି କାର୍ଯ୍ୟକ୍ରମ ଉପରେ କର୍ମୀମାନେ ସନ୍ତୁଷ୍ଟ ନାହାନ୍ତି ବୋଲି ସେ କହିଛନ୍ତି। ତେବେ ଅରୁଣ କିଛିଦିନ ହେବ ଦଳରେ ପାଣ୍ଡିଆନଙ୍କ ମାମଲତିକୁ ବିରୋଧ କରୁଥିବା ନେଇ ଶୁଣାଯାଉଥିବା ବେଳେ ବାଲେଶ୍ୱର ନେତାମାନେ ସମାନ କଥା ଚିନ୍ତାକରି ତାଙ୍କ ଘରକୁ ଆସିଥାଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଏହାଦ୍ୱାରା ଜିଲା ସଭାପତି ଚୟନ କଥାରେ ମଧ୍ୟ ଓଲଟା ପ୍ରଭାବ ବିଜେଡି ସଭାପତିଙ୍କ ଉପରେ ପକାଇବାର ଏହା ଏକ ଉପାୟ ହୋଇଥାଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri