ରେନ୍‌ବୋ ଜଳପ୍ରପାତର ବିକାଶ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ

ଦାରିଙ୍ଗବାଡି, ୨୨।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ତାହା ମଧ୍ୟରେ ରେନ୍‌ବୋ ଜଳପ୍ରପାତ ଅନ୍ୟତମ।ଏହି ଜଳପ୍ରପାତ ଉକ୍ତ ବ୍ଲକ ପ୍ଳିହେରି ପଞ୍ଚାୟତ ପାଙ୍ଗାଲି ଗ୍ରାମରେ ରହିଥିବାବେଳେ ଏହାର ବିକାଶ ସହ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇଦେବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ ପ୍ରୟାସ ଆରମ୍ଭ କରିଛି।

ପ୍ରକାଶ ଯେ, ଦାରିଙ୍ଗବାଡିଠାରୁ ବ୍ରାହ୍ମଣୀଗାଁ ଯିବା ରାସ୍ତାର ପାଙ୍ଗାଲି ଗ୍ରାମରୁ ପ୍ରାୟ ୫ ଶହ ମିଟର ଦୂରତା ପରେ ଏହି ଜଳପ୍ରପାତଟି ରହିଛି। ଏହା ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ପର୍ଯ୍ୟଟକଙ୍କୁ ବହୁତ ଆକୃଷ୍ଟ କରୁଥିବାବେଳେ ଜଳପ୍ରପାତରେ ପହଞ୍ଚିବା ପାଇଁ ସବୁଦିନିଆ ଭଲ ରାସ୍ତାଟିଏ ନାହିଁ। ଜଳପ୍ରପାତରେ ବିପଦପୂର୍ଣ୍ଣ ଭାବେ ପହଞ୍ଚିବାକୁ ପଡ଼ୁଥୁବାବେଳେ ସ୍ଥାନୀୟ ଲୋକଙ୍କୁ ଛାଡିଦେଲେ। ଅନ୍ୟମାନେ ଯିଏବି ସେଠାକୁ ବୁଲିବାକୁ ଯାଆନ୍ତି, ନିଜ ସୁରକ୍ଷା ପାଇଁ ହାତରେ ବାଡିଟିଏ ଧରି ଚାଲିବାକୁ ପଡୁଛି। ଫଳରେ ସେହି ଜଳ ପ୍ରପାତରେ ପହଞ୍ଚିବା ପାଇଁ ପାହାଚର ଆବଶ୍ୟକତା ସହ ସଂଯୋଗୀକରଣ ରାସ୍ତା ନିର୍ମାଣ କରିବାକୁ ଆବଶ୍ୟକତା ରହିଥିବାରୁ ସୋମବାର ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ଏବଂ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ କେଦାର ଚନ୍ଦ୍ର ପଣ୍ଡା ଉକ୍ତ ଜଳପ୍ରପାତରେ ପହଞ୍ଚି ତାର ବିକାଶ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ତାର ବିକାଶକୁ ତ୍ୱାରାନ୍ବିତ କରିବାକୁ ପ୍ରଶାସନ ପଦକ୍ଷେପ ନେଉଥିବା ଓ ଖୁବଶୀଘ୍ର ସଂଯୋଗୀକରଣ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଇ ପର୍ଯ୍ୟଟକଙ୍କୁ ଲୋକାର୍ପିତ କରାଯିବ ବୋଲି ବିଡ଼ିଓ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମିଡିୟାନ୍ଦୁ ଜଳପ୍ରପାତ ସମେତ କିରିକୁଟି ଲଭର୍ସ ପଏଣ୍ଟ, ସିଆଙ୍ଗବାଲି ପଞ୍ଚାୟତର କିସୁବାଡ଼ି ଗ୍ରାମରେ ଥିବା ପାଟାବାନ୍ଧା ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିବାବେଳେ ପାଙ୍ଗାଲିରେ ଥିବା ରେନ୍‌ବୋ ଜଳପ୍ରପାତ ନୂତନ ଭାବେ ପର୍ଯ୍ୟଟନ କ୍ଷେତ୍ରରେ ଯୋଡି ହୋଇପାରିଛି। ଚଳିତ ବର୍ଷ ଡୁଲୁରୀ ପାଇନବଣର ପୁନଃରୁଦ୍ଧାର ହେବା ସହ ହିଲଭିୟୁ ପାର୍କରେ ଶିଶୁମାନଙ୍କୁ ଆକୃଷ୍ଟ କରିବାକୁ ଟୟ ଟ୍ରେନର ଶୁଭାରମ୍ଭ ହୋଇଥିବାବେଳେ ରେନ୍‌ବୋ ଜଳପ୍ରପାତ ଓ ପାଇନବଣ ୱାକିଙ୍ଗ ଟ୍ରେଲ ଭଳି ୨ଟି ନୂତନ ପର୍ଯ୍ୟଟନକ୍ଷେତ୍ର ପର୍ଯ୍ୟଟକଙ୍କ ପାଇଁ ଲୋକାର୍ପଣ ଅପେକ୍ଷାରେ ରହିଛି, ଯାହାକି ପର୍ଯ୍ୟଟକଙ୍କ ମନ ମୋହିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri