ପୋଲିସ ପ୍ରଶାସନର ବଡ଼ ପଦକ୍ଷେପ: ପୁରୀ ରଥଯାତ୍ରା ଜଗିବ AI କ୍ୟାମେରା

ପୁରୀ,୧୭।୨: ପୁରୀ ରଥଯାତ୍ରା ପାଇଁ ଲାଗିବ AI କ୍ୟାମେରା। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ସୋମବାର ପୁରୀ ଏସ୍‌ପି ବିନିତ ଅଗ୍ରୱାଲ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

AI କ୍ୟାମେରା ପୁରୀ ରଥଯାତ୍ରାରେ ହେଉଥିବା ଜନଗହଳି ଏବଂ ଟ୍ରାଫିକ ମ୍ୟାନେଜମେଣ୍ଟ ପାଇଁ ଲଗାଯିବ ବୋଲି ସେ କହିଛନ୍ତି। ଏପରିକି ପୁରୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଏବଂ ବଡ଼ଦାଣ୍ଡରେ AI କ୍ୟାମେରା ଲଗାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି।