Posted inଜାତୀୟ

ଶରଦ ପାଓ୍ବାରଙ୍କୁ ବଡ଼ ଝଟକା: ଏନସିପି ନାମ ଆଉ ଚିହ୍ନ ଅଜିତ ଗୋଷ୍ଠୀଙ୍କୁ ମିଳିଲା…

ମୁମ୍ବାଇ,୬।୨ : ମଙ୍ଗଳବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାରଙ୍କୁ ଏକ ବଡ଼ ଝଟକା ଲାଗିଛି। ନିର୍ବାଚନ ଆୟୋଗ ଅଜିତ ପାୱାର ଗୋଷ୍ଠୀକୁ ଏନସିପି ନାମ ଏବଂ ନିର୍ବଚନର ଚିହ୍ନ ଘଣ୍ଟା ଦେଇଛନ୍ତି। ଏହା ସହିତ କମିଶନ ଶରଦ ପାୱାରଙ୍କୁ ୭ ଫେବୃଆରୀ ସୁଦ୍ଧା ୩ ନାମ ସୁପାରିଶ କରିବାକୁ କହିଛନ୍ତି।

ଏମପି ସୁପ୍ରିୟା ସୁଲେ କହିଛନ୍ତି ଶିବସେନାଙ୍କ ସହ ସେ ଯାହା କରିଥିଲେ, ସେ ମଧ୍ୟ ଆମ ସହ ସେପରି କରିଥିଲେ। କେବଳ ନାମ ବଦଳିଛି, ବିଷୟବସ୍ତୁ ସମାନ ରହିଛି। ସୁଲେ କହିଛନ୍ତି ଶରଦ ପାୱାର ଶୂନରୁ ଏନସିପି ଆରମ୍ଭ କରିଥିଲେ। ତାଙ୍କ ପଛରେ କକା କିମ୍ବା ଦାଦା ନ ଥିଲେ। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିରେ ଏକ ଅଦୃଶ୍ୟ ଶକ୍ତିର ହାତ ରହିଛି। ବିଧାୟକଙ୍କ ସଂଖ୍ୟା ଅନୁଯାୟୀ ଦଳ ସ୍ଥିର ହୋଇନାହିଁ। ଅଦୃଶ୍ୟ ଶକ୍ତି ଯୋଗୁ ଏହି ବିଜୟ ହୋଇଛି। ଆମେ ପୁଣି ଛିଡା ହେବୁ।

ଅଜିତ ପାୱାର ଦଳ ଏନସିପିର ନାମ ଏବଂ ଚିହ୍ନ ପାଇବା ପରେ ଶରଦ ଦଳର ନେତା ଜିତେନ୍ଦ୍ର ଆହ୍ବାଦ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ବିଭୀଷଣ ପରି ସେ ଲଙ୍କା ଧ୍ୱଂସ କରିଛନ୍ତି। ଆମେ ଅଜିତ ପାୱାରଙ୍କୁ ଦୋଷୀ ବୋଲି କହୁଛୁ। ଅଜିତଙ୍କୁ ଦଳକୁ ନେଇ ତାଙ୍କୁ ଡେପୁଟି ସିଏମ କରିବା ଆମ ପକ୍ଷେ ଏକ ବଡ ଭୁଲ ଥିଲା।

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ମହାରାଷ୍ଟ୍ର ଡେପୁଟି ସିଏମ ଅଜିତ ପାୱାର କହିଛନ୍ତି ଆୟୋଗ ଆମ ଓକିଲଙ୍କ ଯୁକ୍ତି ଶୁଣିଛନ୍ତି। ଏହା ପରେ ଆମ ସପକ୍ଷରେ ଏହି ରାୟ ଦିଆଯାଇଛି। ଆମେ ଏହି ନିଷ୍ପତ୍ତିକୁ ନମ୍ରତାର ସହିତ ସ୍ବାଗତ କରୁଛୁ ।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri