ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ କାରଣରୁ ଏହି ଫିଲ୍ମଟି ଅନେକ ଥର ସ୍ଥଗିତ ରଖାଯାଇଛି। ଏବେ ଫିଲ୍ମର କିଛି ଦୃଶ୍ୟ ଅନଲାଇନରେ ଲିକ ହୋଇଛି। ଏହା ନିର୍ମାତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଲିକ ଭିଡିଓ ଶେୟାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି।
ଚଳଚ୍ଚିତ୍ର ପ୍ରଯୋଜକ ଜି ଧନଞ୍ଜୟନ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଥଲାପତି ବିଜୟ ଜନ ନାୟାଗନ ସମର୍ଥନରେ ଆସି କହିଛନ୍ତି, ପ୍ରତ୍ୟେକ ଦୃଶ୍ୟ ପଛରେ କାହାର ସ୍ବପ୍ନ ଲୁଚି ରହିଥାଏ। ମୁକ୍ତିଲାଭ ପୂର୍ବରୁ ଚଳଚ୍ଚିତ୍ର ଲିକ ହେବା ବହୁତ ଯନ୍ତ୍ରଣାଦାୟକ। ଦୟାକରି ଏହାକୁ ଶେୟାର ନ କରି ଚଳଚ୍ଚିତ୍ରକୁ ସମର୍ଥନ କରନ୍ତୁ।
ଏହି ଫିଲ୍ମଟି ୩୦୦ କୋଟିରୁ ୫୦୦ କୋଟି ବଜେଟରେ ନିର୍ମିତ ହେଉଛି। ଫିଲ୍ମଟି ମୂଳତଃ ଜାନୁଆରୀ ୧୦ରେ ମୁକ୍ତିଲାଭ କରିବାର ଯୋଜନା ଥିଲା। କିନ୍ତୁ CBFCର ଅନୁମୋଦନ ଅଭାବରୁ ଫିଲ୍ମଟି କ୍ଷତି ସହିଥିଲା ଏବଂ ଏହାର ମୁକ୍ତି ତାରିଖ ବାରମ୍ବାର ସ୍ଥଗିତ ରଖାଯାଇଥିଲା।
ଏହି ଫିଲ୍ମଟି ୨୨ ଜୁନ ୨୦୨୬ରେ ଥଲାପତି ବିଜୟଙ୍କ ଜନ୍ମଦିନରେ ସିନେମା ହଲରେ ମୁକ୍ତିଲାଭ କରିପାରେ। କିନ୍ତୁ ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତକରଣ ମିଳିନାହିଁ। ଥଲାପତି ବିଜୟଙ୍କ ବ୍ୟତୀତ, ଫିଲ୍ମରେ ବବି ଦେଓଲ, ପୂଜା ହେଗଡେ, ପ୍ରିୟମଣି, ପ୍ରକାଶ ରାଜ ଏବଂ ଗୌତମ ବାସୁଦେବ ମେନନ ମଧ୍ୟ ଅଭିନୟ କରିଛନ୍ତି।
A cyber crime complaint has been filed against all accounts sharing leaked #Jananayagan clips. Authorities are actively tracing every ID involved and strict legal action will follow.
— Actor Vijay Team (@ActorVijayTeam) April 9, 2026
Dharitri – Odisha’s No.1 Odia Daily

