ଅସୀମ ମୁନିରଙ୍କୁ ବଡ଼ ଝଟ୍‌କା: ସେନା ହାତରୁ ଗଲା ପାକିସ୍ତାନର ୨ ଅଞ୍ଚଳ

ଇସଲାମାବାଦ୍‌,୧୦।୫: ଭାରତ ସହିତ ଉତ୍ତେଜନା ମଧ୍ୟରେ ପାକିସ୍ତାଦ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଏକ ବଡ଼ ଝଟକା ଲାଗିଛି। ଏହି ଝଟ୍‌କା ବେଲୁଚିସ୍ତାନର ଯୋଦ୍ଧାମାନେ ଦେଇଛନ୍ତି। ବେଲୁଚିସ୍ତାନର ଯୋଦ୍ଧାମାନେ ପାକିସ୍ତାନ ସେନାକୁ ପରାସ୍ତ କରି ଏହାର ଦୁଇଟି ଅଞ୍ଚଳକୁ ଛଡ଼ାଇ ନେଇଛନ୍ତି। ଉଭୟ ଅଞ୍ଚଳ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର।

ଦି ବେଲୁଚିସ୍ତାନ ପୋଷ୍ଟ ଅନୁଯାୟୀ, ବେଲୁଚିସ୍ତାନ ପ୍ରଦେଶରେ ଯୋଦ୍ଧାମାନେ ସେମାନଙ୍କର ଆକ୍ରମଣକୁ ତୀବ୍ର କରିଛନ୍ତି। ବେଲୁଚ ବିଦ୍ରୋହୀମାନେ କେଚ, ପଞ୍ଜଗୁର ଏବଂ ଲାସବେଲା ଜିଲାରେ ବିସ୍ଫୋରଣ ଘଟାଇଥିଲେ। କେଚ ଏବଂ ପଞ୍ଜଗୁରରେ ଉପସ୍ଥିତ ସେନା କର୍ମଚାରୀମାନଙ୍କୁ ଗୁଳି କରାଯାଇ ଘଉଡ଼ାଇ ଦିଆଯାଇଥିଲା। ଉଭୟ ଅଞ୍ଚଳ ବେଲୁଚ ଯୋଦ୍ଧାମାନଙ୍କ ଦ୍ୱାରା କବଜା କରାଯାଇଥିଲା।

ରିପୋର୍ଟରେ କୁହାଯାଇଛି ଯେ, ବେଲୁଚ ଯୋଦ୍ଧାମାନେ ପ୍ରଥମେ କେଚ ଅଞ୍ଚଳରେ ଅବରୋଧ କରିଥିଲେ। ଅବରୋଧ ପରେ, ପୋଲିସ ଷ୍ଟେଶନ ଏବଂ ସରକାରୀ କାର୍ଯ୍ୟାଳୟ ଉପରେ ଆକ୍ରମଣ କରାଯାଇଥିଲା। ଏଠାରେ ଉପସ୍ଥିତ ପାକିସ୍ତାନ ସରକାରୀ ଅଧିକାରୀ ଏବଂ ସେନା କର୍ମଚାରୀଙ୍କୁ ମାଡ଼ ମରାଯାଇଥିଲା।

ଏହା ପରେ ବେଲୁଚ୍‌ ଯୋଦ୍ଧାମାନେ କେଚ ଅଞ୍ଚଳରେ ଅବସ୍ଥିତ କାର୍ଯ୍ୟାଳୟଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବା ମାତ୍ରେ ସୈନିକ ଏବଂ ସରକାରୀ କର୍ମଚାରୀମାନେ ଅଞ୍ଚଳରୁ ପଳାଇ ଯାଇଥିଲେ। ଏହା ପରେ ବେଲୁଚ ଯୋଦ୍ଧାମାନେ ଏହାକୁ ସେମାନଙ୍କର ଅଞ୍ଚଳ ଘୋଷଣା କରିଥିଲେ।
ଭାରତ ସହିତ ଉତ୍ତେଜନା ମଧ୍ୟରେ ବେଲୁଚିସ୍ତାନରେ ସଂଘର୍ଷ ତୀବ୍ର ହୋଇଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ, ବେଲୁଚ ଯୋଦ୍ଧାମାନେ ୫ରୁ ଅଧିକ ସ୍ଥାନରେ ଆକ୍ରମଣ କରିଛନ୍ତି। ବେଲୁଚିସ୍ତାନ ପ୍ରସଙ୍ଗକୁ ଶାନ୍ତ କରିବା ପାଇଁ, ପାକିସ୍ତାନ ସରକାର ୧୫୦ ଜଣ ବେଲୁଚ ଆନ୍ଦୋଳନକାରୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri