ମତଦାନ ପୂର୍ବରୁ ବଡ଼ ଓଲଟପାଲଟ, ଝାଡଖଣ୍ଡ ନିର୍ବାଚନରେ ହେବ ଓଡ଼ିଶା ଭଳି ରେଜଲ୍ଟ!

ନୂଆଦିଲ୍ଲୀ,୧୨।୧୧: ବୁଧବାର ଝାଡ଼ଖଣ୍ଡରେ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନରେ ହେଉଛି ମତଦାନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହେବ । ୬୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଥରେ ପହଞ୍ଚିସାରିଛନ୍ତି ପୋଲିଂ ପାର୍ଟି । ପ୍ରଥମ ପର୍ଯ୍ୟାୟରେ ଚମ୍ପାଇ ସୋରେନ, ମହୁଆ ମାଜୀ, ପୂର୍ଣ୍ଣିମା ଦାସ ଓ ଗୀତା କୋଡ଼ାଙ୍କ ଭଳି ଚର୍ଚ୍ଚିତ ଚେହେରା ଅଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ଆସନରେ ଭୋଟ ଗ୍ରହଣ ହେବ, ସେ ମଧ୍ୟରେ ଅଛି ହଜାରୀବାଗ, ଜାମସେଦପୁର ପୂର୍ବ, ଜାମସେଦପୁର ପଶ୍ଚିମ, ଷଢ଼େଇକଳା, ଚାଇଁବାସା, ଜଗନ୍ନାଥପୁର, ଚକ୍ରଧରପୁର, ଖରସୁଆଁ ଓ ରାଞ୍ଚି । ଇଭିଏମ ଧରି ବୁଥ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି ।

ପ୍ରଥମ ପର୍ଯ୍ୟାୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆସନ ଷଢ଼େଇକଳାରୁ ନିର୍ବାଚନ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଚମ୍ପେଇ ସୋରେନ। ନିର୍ବାଚନ ପୂର୍ବରୁ ଚମ୍ପେଇ ଜେଏମଏମ ଛାଡ଼ି ପଦ୍ମ ଧରିଥିଲେ। କୁହାଯାଉଛି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ବାଧ୍ୟ କରାଯିବାରୁ ସେ ଅସନ୍ତୁଷ୍ଟ ହୋଇ ଭାଜପାରେ ସାମିଲ ହୋଇଛନ୍ତି। ତାଙ୍କ ନିଜର ଏକ ବଡ଼ ସଂଗଠନ ରହିଛି । ରାଞ୍ଚିରୁ ନିର୍ବାଚନ ଲଢୁଛନ୍ତି ଜେଏମଏମର ରାଜ୍ୟ ସଭା ସଦସ୍ୟ ମହୁଆ ମାନଜୀ । ଜାମସେଦପୁର ପଶ୍ଚିମ ଆସନରୁ ଲଢୁଛନ୍ତି କଂଗ୍ରେସ ନେତା ତଥା ଝାଡ଼ଖଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା । ତାଙ୍କ ବରୋଧରେ ପ୍ରାର୍ଥୀ ହୋଇଛନ୍ତି ଜେଡିୟୁର ସରଜୂ ରୟ । ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କୁ ୨୦୧୯ ନିର୍ବାଚନରେ ହରାଇଥିଲେ ସରଜୂ ରୟ । ସେହିଭଳି ଜାମସେଦପୁର ପୂର୍ବ ଆସନରେ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ହେଭିୱେଟ ଅଜୟ କୁମାର । ଭାଜପା ପ୍ରାର୍ଥୀ ତଥା ରଘୁବରଙ୍କ ବୋହୂ ପୂର୍ଣ୍ଣିମା ଦାସଙ୍କ ସହିତ ତାଙ୍କର ସିଧାସଳଖ ଫାଇଟ ଚାଲିଛି । ଅନ୍ୟ ଏକ ଚର୍ଚ୍ଚିତ ଆସନ ଜଗନ୍ନାଥପୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ସ୍ତ୍ରୀ ଗୀତା କୋଡ଼ା ଭାଜପା ଟିକେଟରେ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସର ସୋନାରାମ ସିଙ୍କୁ ତାଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି ।

ସୂଚନାଥାଉ କି, ଆସନ୍ତକାଲି ଝାଡଖଣ୍ଡରେ ଭୋଟ ପଡୁଥିବାବେଳେ ଏହାପୂର୍ବରୁ ଭାଜପା ନିଜ ରଣନୀତିରେ ଏକ ବଡ଼ ପରିବର୍ତ୍ତନ କରିଛି। ଚମ୍ପାଇ ସୋରେନଙ୍କ ପରେ ବର୍ତ୍ତମାନ ଅର୍ଜୁନ ମୁଣ୍ଡା ଏବଂ ବାବୁ ଲାଲ ମାରାଣ୍ଡି ମଧ୍ୟ ଭାଜପା ପୋଷ୍ଟରରୁ ଏକ ପ୍ରକାର ଅଦୃଶ୍ୟ ହୋଇ ଯାଇଛନ୍ତି। ପୋଷ୍ଟରରୁ ମାରାଣ୍ଡି ଓ ଚମ୍ପାଇଙ୍କ ନିଖୋଜକୁ ନେଇ ଝାଡଖଣ୍ଡ ରାଜନୀତି ଜୋର ଧରିବାରେ ଲାଗିଛି।

ବାବୁ ଲାଲ ମାରାଣ୍ଡି ଝାଡଖଣ୍ଡ ଭାଜପାର ରାଜ୍ୟ ସଭାପତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ସିଏମ ଚେହେରା ବୋଲି ବର୍ଣ୍ଣନା କରାଯାଉଥିଲା, କିନ୍ତୁ ମନିଫେଷ୍ଟୋ ବିଷୟରେ ଭାଜପା ଦ୍ୱାରା ପ୍ରକାଶିତ ପୋଷ୍ଟରରେ ମାରାଣ୍ଡି କିମ୍ବା ପୂର୍ବତନ ସିଏମ ଅର୍ଜୁନ ମୁଣ୍ଡା ନାହାଁନ୍ତି।

ଚଳିତ ଥର ଭାଜପା ଦ୍ୱାରା ପ୍ରକାଶିତ ପୋଷ୍ଟରର ଚେହେରା ବଦଳି ଯାଇଛି। ପୋଷ୍ଟରରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଦ୍ମ ଫୁଲର ପ୍ରତୀକ ସହିତ ସ୍ଥାନ ଦିଆଯାଇଛି।
ଏହି ପୋଷ୍ଟରରେ ସରକାର କ୍ଷମତାକୁ ଆସିବା ପରେ ସବୁ ସଂକଳ୍ପ କାର୍ଯ୍ୟକାରୀ କରିବ ବୋଲି ଉଲ୍ଲେଖ କରାଯାଇଛି।

ଏହାପୂର୍ବରୁ ସେପ୍ଟେମ୍ବର ୧୯ରେ ଭାଜପା ଏକ ପୋଷ୍ଟର ଜାରି କରିଥିଲା। ଏହି ପୋଷ୍ଟରର ବିଷୟବସ୍ତୁ କିଛି ଅଲଗା ଥିଲା। ଏହି ପୋଷ୍ଟରରେ ନରେନ୍ଦ୍ର ମୋଦିଙ୍କ ସହ ଜେପି ନଡ୍ଡା, ବାବୁ ଲାଲ ମାରାଣ୍ଡି, ଅର୍ଜୁନ ମୁଣ୍ଡା ଏବଂ ଅମର କୁମାରଙ୍କୁ ସ୍ଥାନ ଦିଆଯାଇଥିଲା।

ଭାଜପାର ନୂଆ ପୋଷ୍ଟରରୁ ବାବୁ ଲାଲ ମାରାଣ୍ଡିଙ୍କ ନିଖୋଜ ବିଷୟ ହେଉଛି ସବୁଠାରୁ ଚର୍ଚ୍ଚାର ବିଷୟ। ରାଜ୍ୟ ସଭାପତି ହେବା ବ୍ୟତୀତ ବାବୁ ଲାଲ ମାରାଣ୍ଡି ମଧ୍ୟ ସିଏମ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି। ମାରାଣ୍ଡି ପ୍ରତ୍ୟେକ ପୋଷ୍ଟରରେ ଦେଖାଯାଆନ୍ତି। ଏଭଳି ପରିସ୍ଥିତିରେ ମାରାଣ୍ଡିଙ୍କୁ କାହିଁକି ପୋଷ୍ଟରରେ ସ୍ଥାନ ଦିଆଯାଇନାହିଁ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ବାବୁ ଲାଲ ମାରାଣ୍ଡି ବର୍ତ୍ତମାନ ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର। ଯଦି ଦଳ ପ୍ରଧାନମନ୍ତ୍ରୀଙ୍କ ଫଟୋ ସହିତ ପୋଷ୍ଟରରେ ମାରାଣ୍ଡିଙ୍କ ଛବି ଅନ୍ତର୍ଭୁକ୍ତ କରିଥାନ୍ତେ, ତେବେ ବାର୍ତ୍ତା ସ୍ପଷ୍ଟ ହୋଇଥାନ୍ତା ଯେ ମାରାଣ୍ଡି ହେଛନ୍ତି ସିଏମ ଚେହେରା। କିନ୍ତୁ ଭାଜପା ଏଥର ସିଏମ ଚେହେରା ବିନା ଝାଡଖଣ୍ଡ ରାଜନୀତିରେ ମଇଦାନକୁ ଓହ୍ଲାଇଛି।

ଦଳ ଭୟ କରୁଛି ଯେ ଯଦି କୌଣସି ସିଏମ ଚେହେରା ଦିଆଯାଏ ତେବେ ଏଥିରେ ଭୋଟ ମିଳି ନ ପାରେ। ଛତିଶଗଡ ଓ ଓଡିଶାର ରଣନୀତି ସହିତ ଭାଜପା ଏବେ ସମାନ ଫର୍ମୁଲାରେ ଝାଡଖଣ୍ଡରେ ଜିତିବାକୁ ଚେଷ୍ଟା କରୁଛି, ତେଣୁ ପୋଷ୍ଟରରୁ ମରାଣ୍ଡି ଅଦୃଶ୍ୟ ହୋଇଯାଇଛନ୍ତି।

ଭାରତୀୟ ଜନତା ପାର୍ଟି ଝାଡଖଣ୍ଡରେ ମୌଳିକ କ୍ଷେତ୍ର ପ୍ରସ୍ତୁତ କରିଛି। ନାମାଙ୍କନ ପରବର୍ତ୍ତୀ ବିଦ୍ରୋହକୁ ଦଳ ମୁଖ୍ୟତ ବନ୍ଦ କରି ଦେଇଛି। ଦଳ ବର୍ତ୍ତମାନ ସ୍ଥାନୀୟ ଚେହେରା ପରିବର୍ତ୍ତେ କେନ୍ଦ୍ରୀୟ ଚେହେରାରେ ଲଢିବାକୁ ଚେଷ୍ଟା କରୁଛି, ତେଣୁ ଭାଜପା ମୋଦିଙ୍କ ସାହାରା ନେଇଛି। ସେଥିପାଇଁ ବଡ଼ ବଡ଼ ଭାଜପା ନେତାମାନେ ସିଧାସଳଖ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପରେ ଆକ୍ରମଣ କରୁନାହାଁନ୍ତି। ପ୍ରସଙ୍ଗ ଏବଂ ପରିବର୍ତ୍ତନ ନାମରେ ଭାଜପା ଏତର ର୍ନିବାଚନ ଲଢୁଛି। ଦଳ ଅନୁପ୍ରବେଶ ଏବଂ ଦୁର୍ନୀତିକୁ ଏକ ବଡ଼ ପ୍ରସଙ୍ଗ କରିଛି।

ଲୋକ ସଭା ର୍ନିବାଚନ ୨୦୨୪ରେ, ଭାଜପାର ସମ୍ପୂର୍ଣ୍ଣ କମାଣ୍ଡ ବାବୁ ଲାଲ ମାରାଣ୍ଡିଙ୍କ ସହ ଥିଲା, କିନ୍ତୁ ଏହା ସତ୍ତ୍ୱେ ମାରାଣ୍ଡି ଆଦିବାସୀ ଅଞ୍ଚଳରେ ସେହିପରି କାର୍ଯ୍ୟ କରିପାରି ନଥିଲେ। ଇଣ୍ଡିଆ ଆଲାଇନ୍ସ ଝାଡଖଣ୍ଡର ଆଦିବାସୀ ପ୍ରାଧାନ୍ୟ ସିଟ ଜିତିନେଲା।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

ସଂସଦରେ ଅଦ୍ଭୁତ ଦୃଶ୍ୟ, ମୋଦିଙ୍କ ଭାଷଣ ବିନା…

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧିତ କରିବା ପରେ, ଆଲୋଚନା ହୁଏ ଏବଂ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଅଭିଭାଷଣ ରଖାଯାଏ। କିନ୍ତୁ, ଲୋକ ସଭାରେ ହଟ୍ଟଗୋଳ ଯୋଗୁଁ…

‘ପ୍ରଧାନମନ୍ତ୍ରୀଙ୍କ ସହ କିଛି ବି ହୋଇଥାଆନ୍ତା’, କାହିଁକି ଏମିତି କହିଲେ ଓମ ବିର୍ଲା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମୁଲତବୀ କରାଯିବା ଉପରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ…

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

ରାଶନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଶସ୍ୟ ବଦଳରେ ମିଳିବ…

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କର ରାଶନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାସିକ ମାଗଣା ରାଶନ ଯୋଜନାର ହିତାଧିକାରୀ, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri