IPS ସ୍ତରରେ ବଡ଼ ଅଦଳବଦଳ, ସୁଶାନ୍ତ ନାଥଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୨।୫: ରାଜ୍ୟରେ IPS ସ୍ତରରେ ବଡ଼ ଅଦଳବଦଳ। ସୁଶାନ୍ତ କୁମାର ନାଥଙ୍କୁ ମିଳିଲା ବଡ଼ ଦାୟିତ୍ୱ। ନୂଆ ଜେଲ ଡିଜି ହେଲେ ସୁଶାନ୍ତ ନାଥ। କେନ୍ଦ୍ର ଡେପୁଟେଶନରୁ ଫେରିବା ପରେ ମିଳିଲା ନୂଆ ନିଯୁକ୍ତି। ୧୯୯୩ ବ୍ୟାଚର ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ସଶାନ୍ତ କୁମାର ନାଥ କେନ୍ଦ୍ରୀୟ ଡେପୁଟେସନରେ କାର୍ଯ୍ୟ କରିବା ପରେ ଓଡ଼ିଶା ଫେରିବା ପରେ ତାଙ୍କୁ ବଡ଼ ଦାୟିତ୍ୱ ମିଳିଛି।

ସେହିପରି ଦୟାଲ ଗଙ୍ଗୱାର ହେଲେ ଅତିରିକ୍ତ ଡିଜି କମ୍ୟୁନିକେସନ। ପ୍ରତୀକ ମହାନ୍ତି ଅତିରିକ୍ତ ଡିଜି ହେଡକ୍ୱାଟର୍ସରେ ନିଯୁକ୍ତି ହୋଇଛନ୍ତି।

Share