ଟେଲିକମ କମ୍ପାନୀଗୁଡିକୁ ବଡ ଆଶ୍ୱସ୍ତି;୧୦ ବର୍ଷରେ ପଇଠ କରିବେ ଏଜିଆର୍‌ ଦେୟ

ନୂଆଦିଲ୍ଲୀ,୨।୯: ଆଡ୍‌ଜଷ୍ଟେଡ୍‌ ଗ୍ରସ ରେଭେନ୍ୟୁ (ଏଜିଆର୍‌) ମାମଲାରେ ଟେଲିକମ କମ୍ପାନୀଙ୍କୁ ବଡ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ମଙ୍ଗଳବାର ଏହି ମାମଲାର ଶୁଣାଣି କରି କମ୍ପାନୀଗୁଡିକୁ ୧୦ ବର୍ଷ ସମୟ ଦେଇଛନ୍ତି। ଏହି ଅବଧି ମଧ୍ୟରେ ଟେଲିକମ କମ୍ପାନୀଗୁଡିକ ଏଜିଆର୍‌ ଦେୟ ବାବଦକୁ କେନ୍ଦ୍ର ସରକାରଙ୍କୁ ୧.୫ ଲକ୍ଷ କୋଟି ଟଙ୍କା ପଇଠ କରିବେ। ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏଜିଆର୍‌ ମାମଲାର ଶୁଣାଣି କରିଛନ୍ତି। ୨୦୩୧ ସୁଦ୍ଧା କମ୍ପାନୀଗୁଡିକ ଦେୟ ପଇଠ କରି ସେମାନଙ୍କ ବକେୟା ରାଶି ସୁଝି ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି। ଟେଲିକମ କମ୍ପାନୀଙ୍କୁ ୨୦ ବର୍ଷ ସମୟ ଦେବା ଲାଗି କେନ୍ଦ୍ର ସରକାର ଆବେଦନ କରିଥିଲେ। ହେଲେ ସୁପ୍ରିମକୋର୍ଟ ୧୦ ବର୍ଷ ମହଲତ ଦେଇଛନ୍ତି। ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ମୋଟ ଦେୟର ୧୦% ପ୍ରଦାନ କରିବାକୁ କମ୍ପାନୀଙ୍କୁ ନିର୍ଦ୍ଦେଶ ରହିଛି। କୋଭିଡ ପାଇଁ ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ଅର୍ଥ କମ୍ପାନୀ ପ୍ରଦାନ କରିପାରିବେ। ଦେୟ ପଇଠ ନେଇ କମ୍ପାନୀଗୁଡିକର ଏମ୍‌ଡି ତଥା ସିଇଓ ବ୍ୟକ୍ତିଗତ ଗ୍ୟାରେଣ୍ଟିର ଏକ ଲିଖିତ ଦସ୍ତାବିଜ ନ୍ୟାୟାଳୟଙ୍କୁ ପ୍ରଦାନ କରିବେ। କିସ୍ତି ପଇଠ କରିବାକୁ ସକ୍ଷମ ନ ହେଲେ ଅଦାଲତ ଅବମାନନା ସହ ବିଳମ୍ବ ଦେୟ ଏବଂ ଜରିମାନା ମଧ୍ୟ ପ୍ରଦାନ କରିବେ। ଦେବାଳିଆ କମ୍ପାନୀଗୁଡିକର ସ୍ପେକ୍ଟ୍ରମ ବିକ୍ରି ପ୍ରସଙ୍ଗ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କିଛି ଶୁଣାଣି କରିନାହାନ୍ତି। ଏହା ଉପରେ ଏନ୍‌ସିଏଲ୍‌ଟି ଶୁଣାଣି କରିବେ ବୋଲି ଜଣାପଡିଛି। ମାର୍ଚ୍ଚ ୧୭ ସୁଦ୍ଧା ସରକାରଙ୍କୁ ଏଜିଆର୍‌ ଦେୟ ପଇଠ କରିବାକୁ ସୁପ୍ରିମକୋର୍ଟ ଟେଲିକମ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କିଛି ପରିମାଣରେ ଦେୟ କମ୍ପାନୀଗୁଡିକ ନିଜେ ଆକଳନ କରି ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରି ନ ଥିଲେ ଭୋଡାଫୋନ ଆଇଡିଆ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥାନ୍ତା। ଏହି କମ୍ପାନୀ ବର୍ତ୍ତମାନ ସୁଦ୍ଧା ୭୮୫୪ କୋଟି ଟଙ୍କା ପ୍ରଦାନ କରିସାରିଛି। ଏହା ଉପରେ ମୋଟ ୫୦ ହଜାର କୋଟି ଟଙ୍କାର ବକେୟା ରହିଛି। ୧୮ ହଜାର କୋଟି ଟଙ୍କା ଦେୟ ପ୍ରଦାନ କରିଥିବା ଭାରତୀ ଏୟାରଟେଲ ସୂଚନା ପ୍ରଦାନ କରିଛି। ଏହା ଆଉ ୨୫୯୭୬ କୋଟି ଟଙ୍କା ସରକାରଙ୍କୁ ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Trisha Krishnan ଙ୍କ ୧୦ କୋଟି ଟଙ୍କାର ଘର, ବିଳାସପୂର୍ଣ୍ଣ ମର୍ସିଡିଜ, ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୫।୫: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ Trisha Krishnan ପୁନର୍ୱାର ଚର୍ଚ୍ଚାରେ ଆସିଛନ୍ତି, ତାଙ୍କର ଲକ୍ସୁରିଅସ ଲାଇଫ୍‌ ଷ୍ଟାଇଲ ଓ କୋଟିକୋଟି ସମ୍ପତ୍ତିକୁ ନେଇ। ଏହି…

ବ୍ୟାଙ୍କରେ ୨୧୩ କୋଟି ୧୯ ଲକ୍ଷର ସେୟାର, ବିଜୟ ଥାଲାପଥିଙ୍କ ସମ୍ପତ୍ତି ଜାଣିଲେ କାବା ହୋଇଯିବେ…

ନୂଆଦିଲ୍‌ଲୀ,୫।୫: ୨୦୨୬ ତାମିଲନାଡୁ ବିଧାନସଭା ନିର୍ୱାଚନରେ ଟିଭିକେ ଏକକ ବୃହତ୍ତମ ଦଳ ଭାବରେ ଉଭା ହେବା ସହିତ, ସମସ୍ତଙ୍କ ନଜର ଏହାର ପ୍ରତିଷ୍ଠାତା ଏବଂ ମୁଖ୍ୟ ସି.…

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଝଟକା ଦେଲା Jio, ବନ୍ଦ କରିଦେଲା ଏହି ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ,୫।୫: ରିଲାଏନ୍ସ ଜିଓ ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। କମ୍ପାନୀ ଏହାର ଏକ ଲୋକପ୍ରିୟ ଏବଂ ସୁଲଭ ପ୍ରିପେଡ ଯୋଜନା ବନ୍ଦ…

ଡଲାର ତୁଳନାରେ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ

ମୁମ୍ବାଇ,୫।୫: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ସୋମବାର ୩୯ ପଇସା ହ୍ରାସ ପାଇ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚତ୍ଛି। ୧ ଡଲାର ମୂଲ୍ୟ ସୋମବାର…

ଅନ୍ତଃବସ୍ତ୍ର ବିକି କୋଟିପତି, ୧୭୦୦କୋଟିର ମାଲିକ ଦୀନଦୟାଲଙ୍କ ମୃତ୍ୟୁ

ନୂଆଦିଲ୍‌ଲୀ,୩।୫: ‘ଡଲାର ଇଣ୍ଡଷ୍ଟ୍ରିଜ’ର ପ୍ରତିଷ୍ଠାତା ଦୀନଦୟାଲ ଗୁପ୍ତା। ସଲମାନ ଖାନଙ୍କଠାରୁ ଅକ୍ଷୟ କୁମାର ଏବଂ ସୈଫ ଅଲ୍ଲୀ ଖାନ ଏବଂ ୟାମୀ ଗୌତମଙ୍କଠାରୁ ଚିତ୍ରାଙ୍ଗଦା ସିଂହ ପର୍ଯ୍ୟନ୍ତ…

ପେଟ୍ରୋଲ-ଡିଜେଲ ଦାମ୍‌କୁ ନେଇ ଆସିଲା ବଡ଼ ଅପଡେଟ୍‌: ଏତେ ଟଙ୍କା ମହଙ୍ଗା ହୋଇଯିବ…

ନୂଆଦିଲ୍ଲୀ,୨।୫: ମେ ମାସ ମୁଦ୍ରାସ୍ଫୀତି କ୍ଷେତ୍ରରେ ଜନସାଧାରଣଙ୍କୁ ଚକିତ କରିପାରେ। ଏହା ୧ ମେ’ ରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ସହିତ ଆରମ୍ଭ ହୋଇଥିଲା।…

ନିୟନ୍ତ୍ରଣ ବାହାରେ ରନ୍ଧନ ଗ୍ୟାସ ଦର: ଏତିକି ଟଙ୍କା ମହଙ୍ଗା ହୋଇଯିବ ଘରୋଇ ସିଲିଣ୍ଡର, ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨।୫: ରୋଷେଇ ଘରେ ଚୁଲା ଜାଳିବା ଆହୁରି ମହଙ୍ଗା ହେବାକୁ ଯାଉଛି। ଯଦି ଆପଣ ଏହା ଜାଣିନାହାଁନ୍ତି, ତେବେ ସତର୍କ ରୁହନ୍ତୁ। ସରକାର ଏପରି ସଙ୍କେତ ଦେଉଛନ୍ତି…

ମଇ ଆରମ୍ଭରୁ ଫୋନ୍‌ ଦାମ୍‌ ବଢ଼ାଇଲେ ଏହି ୩ କମ୍ପାନୀ, ଗ୍ରାହକଙ୍କ ପକେଟରେ ଚାବୁକ୍‌; ଜାଣନ୍ତୁ ନୂଆ ମୂଲ୍ୟ

ନୂଆଦିଲ୍ଲୀ,୧।୫:ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟ ଉପରେ ଏବେ ଅଧିକ ଚାପ ପଡ଼ିପାରେ। Nothing, Realme ଏବଂ OnePlus…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri