SBI ରେ ବଡ଼ ନିଯୁକ୍ତି, ଆବେଦନର ଶେଷ ତାରିଖ…

ନୂଆଦିଲ୍ଲୀ,୧୩।୯: ସରକାରୀ ଚାକିରି ସ୍ବପ୍ନ ଦେଖୁଥିବା ଯୁବପିଢିଙ୍କ ପାଇଁ ବଡ଼ ଖବର। ବଡ଼ ନିଯୁକ୍ତି ସୁଯୋଗ ଆଣିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) । SBI ଜୁନିୟର ଆସୋସିଏଟ (କ୍ଲର୍କ) ପଦବୀ ପାଇଁ ୬,୫୮୯ଟି ପଦବୀ ପୂରଣ କରିବାକୁ ଯାଉଛି, ଯାହା ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କରେ କାର୍ଯ୍ୟ କରିବାର ଏକ ସୁବର୍ଣ୍ଣ ଅବସର। ଏହି ଭର୍ତ୍ତି ପରୀକ୍ଷାର ପ୍ରାରମ୍ଭିକ ପର୍ଯ୍ୟାୟ ୨୦, ୨୧ ଏବଂ ୨୭ ସେପ୍ଟେମ୍ବର ୨୦୨୫ରେ ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ।

SBI ଜୁନିୟର ଆସୋସିଏଟ ଭର୍ତ୍ତି ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ: ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ସ୍ଥାନୀୟ ଭାଷା ପରୀକ୍ଷା (LLPT)। ପ୍ରାରମ୍ଭିକ ପରୀକ୍ଷାରେ ୧୦୦ ନମ୍ବରର ୧୦୦ଟି ପ୍ରଶ୍ନ ରହିବ, ଯେଉଁଥିରେ ଇଂରାଜୀ ଭାଷା, ସାଂଖ୍ୟିକ ଦକ୍ଷତା ଏବଂ ତାର୍କିକ କ୍ଷମତା ଉପରେ ପ୍ରଶ୍ନ ରହିବ। ଏହି ପରୀକ୍ଷା ଅନଲାଇନ ହେବ ଏବଂ ପ୍ରତ୍ୟେକ ବିଭାଗ ପାଇଁ ର୍ନିଦ୍ଦିଷ୍ଟ ସମୟ ର୍ନିଦ୍ଧାରଣ କରାଯାଇଛି। ତେଣୁ, ସମୟ ପରିଚାଳନା ଏହି ପରୀକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଏଡମିଟ କାର୍ଡ ଏବଂ ପ୍ରସ୍ତୁତିର ଶେଷ ପର୍ଯ୍ୟାୟ
ପରୀକ୍ଷାର ଏଡମିଟ କାର୍ଡ ସେପ୍ଟେମ୍ବର ୧୫ ପରେ ଯେ କୌଣସି ସମୟରେ SBIର ଅଫିସିଆଲ ୱେବସାଇଟ www.sbi.co.inରେ ଉପଲବ୍ଧ ହେବ। ପ୍ରାର୍ଥୀମାନେ ନିଜର ରେଜିଷ୍ଟ୍ରେସନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଏହାକୁ ଡାଉନଲୋଡ କରିପାରିବେ। ଏଡମିଟ କାର୍ଡ ବିନା ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଅନୁମତି ମିଳିବ ନାହିଁ, ତେଣୁ ଏହାର ଏକ ହାର୍ଡ କପି ସାଙ୍ଗରେ ରଖନ୍ତୁ।

ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପାଇଁ, ପ୍ରାର୍ଥୀମାନେ ପରୀକ୍ଷା କେନ୍ଦ୍ରର ସ୍ଥାନ ଏବଂ ରିପୋର୍ଟିଂ ସମୟ ଆଗରୁ ଯାଞ୍ଚ କରି ନିଅନ୍ତୁ। ପରୀକ୍ଷା ଦିନ ମାନସିକ ଏବଂ ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ ପର୍ଯ୍ୟାପ୍ତ ନିଦ୍ରା ଏବଂ ହାଲୁକା ଖାଦ୍ୟ ଗ୍ରହଣ କରନ୍ତୁ।

ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟା
ଏହି ଭର୍ତ୍ତି ପାଇଁ ଯୋଗ୍ୟତା ହେଉଛି ଯେ କୌଣସି ସୱୀକୃତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ, ଏବଂ ବୟସ ୨୦ରୁ ୨୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ସଂରକ୍ଷିତ ଶ୍ରେଣୀ ପାଇଁ ବୟସ ସୀମାରେ ଛାଡ଼ ରହିଛି: OBC ପାଇଁ ୩ ବର୍ଷ, SC/ST ପାଇଁ ୫ ବର୍ଷ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ୧୦ ବର୍ଷ। ଆବେଦନ ପ୍ରକ୍ରିୟା ୬ ଅଗଷ୍ଟରୁ ୨୬ ଅଗଷ୍ଟ ୨୦୨୫ ମଧ୍ୟରେ ସମାପ୍ତ ହୋଇଛି, ଯେଉଁଥିରେ ଜେନେରାଲ, OBC ଏବଂ EWS ଶ୍ରେଣୀ ପାଇଁ ୭୫୦ ଟଙ୍କା ଏବଂ SC/ST/ଦିବ୍ୟାଙ୍ଗ ଶ୍ରେଣୀ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ଅରିଜିତଙ୍କୁ ନେଇ ବଡ଼ ଖବର! ରାଜନୈତିକ ଦଳ କରିବାକୁ ଅବସର…ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ… 

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ…

ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା, ଦିଗପହଣ୍ଡି ଥାନାରେ ହୋହଲ୍ଲା  

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ଏକାଧିକ ଏକର ସରକାରୀ ଜମି ଜବରଦଖଲକୁ କେନ୍ଦ୍ରକରି ଗତ ଦୁଇଦିନ ହେଲା ଗାଁରେ ଚାପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri