Posted inଜାତୀୟ

ଆସିଲା ବଡ଼ ଖବର, ଏଣିକି ଆଧାର ସହ ଲିଙ୍କ୍‌ ହେବ ଭୋଟର ଆଇଡି କାର୍ଡ

ନୂଆଦିଲ୍ଲୀ,୧୬।୩: ଏଣିକି ଆଧାର ସହ ଲିଙ୍କ୍‌ ହେବ ଭୋଟର ଆଇଡି କାର୍ଡ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମାର୍ଚ୍ଚ ୧୮ରେ ଗୃହ ସଚିବ, ଆଇନ ସଚିବ ଏବଂ ଆଧାର କାର୍ଡ ଜାରି କରୁଥିବା ସଂସ୍ଥା, ଭାରତୀୟ ସୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI)ର ସିଇଓଙ୍କୁ ଭେଟିବେ। ଏହି ବୈଠକରେ ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ରକୁ ଲିଙ୍କ କରିବା ଉପରେ ଆଲୋଚନା ହେବ। ଏହା ପ୍ରଥମ ଥର ପାଇଁ ର୍ନିବାଚନ କମିଶନ ଡୁପ୍ଲିକେଟ EPIC ନମ୍ବର ସମ୍ପର୍କରେ ଏପରି ବୈଠକ କରୁଛନ୍ତି।

ଦେଶର ସମସ୍ତ ଜିଲା ର୍ନିବାଚନ ଅଧିକାରୀମାନଙ୍କୁ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ କରିବାକୁ ମଧ୍ୟ କୁହାଯାଇଛି। ପ୍ରାୟ 800 ଜିଲ୍ଲାରେ ରାଜନୈତିକ ଦଳଗୁଡ଼ିକ ସହିତ 5000 ରୁ ଅଧିକ ବୈଠକ କରାଯିବ, ଯାହାର ରିପୋର୍ଟ ମାର୍ଚ୍ଚ 31 ସୁଦ୍ଧା ର୍ନିବାଚନ କମିଶନରଙ୍କୁ ପ୍ରଦାନ କରାଯିବ।

ଏହା ସହିତ, ଦେଶର ସମସ୍ତ ଜିଲ୍ଲା ର୍ନିବାଚନ ଅଧିକାରୀମାନଙ୍କୁ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ କରିବାକୁ ମଧ୍ୟ କୁହାଯାଇଛି। ପ୍ରାୟ 800 ଜିଲ୍ଲାରେ ରାଜନୈତିକ ଦଳଗୁଡ଼ିକ ସହିତ 5000 ରୁ ଅଧିକ ବୈଠକ କରାଯିବ, ଯାହାର ରିପୋର୍ଟ ମାର୍ଚ୍ଚ 31 ସୁଦ୍ଧା ର୍ନିବାଚନ କମିଶନଙ୍କୁ ପ୍ରଦାନ କରାଯିବ।

ପୂର୍ବରୁ, ତୃଣମୂଳ କଂଗ୍ରେସ ଡୁପ୍ଲିକେଟ EPIC ନମ୍ବର ପ୍ରସଙ୍ଗ ଉଠାଇଥିଲା, ଯାହାକୁ ଅନ୍ୟ ଅନେକ ରାଜନୈତିକ ଦଳ ମଧ୍ୟ ଉଠାଇଛନ୍ତି। ଏହା ପରେ, ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ମଧ୍ୟ କମିଶନଙ୍କୁ ଭେଟିଥିଲେ। ଭାଜପା, କଂଗ୍ରେସ ଏବଂ ଆପ ସମେତ ଅନେକ ଦଳ ଭୋଟର ତାଲିକାରେ ଜାଲିଆତି ଏବଂ ନକଲି ଭୋଟର ପ୍ରସଙ୍ଗ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦୦ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ: ପ୍ରାରମ୍ଭିକ ଉତ୍ସାହ ସତ୍ତ୍ୱେ ଷ୍ଟକ୍ ବଜାରରେ ହ୍ରାସର କାରଣ କ’ଣ?

ମୁମ୍ବାଇ,୨୫।୪: ଭାରତୀୟ ଷ୍ଟକ୍ ବଜାର ଆଜି ପୁଣି ଏକ ବଡ଼ ଧରଣର ହ୍ରାସର ସମ୍ମୁଖୀନ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନସେକ୍ସ ୧୦୦୦ ପଏଣ୍ଟରୁ...

“ଧର୍ମ-ଅଧର୍ମ ଯୁଦ୍ଧ”: ପହଲଗାମ ଆକ୍ରମଣ ପରେ ଏକତା ବଜାୟ ରଖିବାକୁ ଅନୁରୋଧ କଲେ ମୋହନ ଭଗବତ

ନୂଆଦିଲ୍ଲୀ,୨୫।୪: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭଗବତ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଏକ “ଧର୍ମ ଓ ଅଧର୍ମ...

ଜମ୍ମୁ କଶ୍ମୀରର ବନ୍ଦିପୋର ଗୁଳିବିନିମୟରେ LeT କମାଣ୍ଡର ଅଲତାଫ ଲାଲି ନିହତ

ଶ୍ରୀନଗର,୨୫।୪: ଜମ୍ମୁ ଓ କଶ୍ମୀରର ବନ୍ଦିପୋରରେ ସୁରକ୍ଷା ବାହିନୀ ସହ ଏକ ଗୁଳିବିନିମୟରେ ଲସ୍କର-ଏ-ତୋଇବା (ଏଲଇଟି)ର ଶୀର୍ଷ କମାଣ୍ଡର ଅଲତାଫ ଲାଲି ନିହତ ହୋଇଛନ୍ତି। ଏହି...

ଭୁବନେଶ୍ୱର: ଦୁଇ ଷ୍ଟେସନ ନିକଟରୁ ୨ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା…

ଭୁବନେଶ୍ୱର, ୨୫।୪: ଏକ ଆଶ୍ଚର୍ଯ୍ୟକର ଘଟଣାରେ, ଶୁକ୍ରବାର ଭୁବନେଶ୍ୱରର ବାଣୀ ବିହାର ଏବଂ ଲିଙ୍ଗରାଜ ରେଲୱେ ଷ୍ଟେସନରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ସୂତ୍ରରୁ ପ୍ରକାଶ,...

ଆକ୍ରମଣ ପଛରେ କେନ୍ଦ୍ରର ହାତ କହି ବିଧାୟକ ଗିରଫ

ଗୁଆହାଟୀ,୨୫।୪:ପୁଲଓ୍ବାମା ଏବଂ ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ପଛରେ ସରକାରଙ୍କ ଷଡ଼ଯନ୍ତ୍ର ରହିଥିବା ମନ୍ତବ୍ୟ ଦେଇ ଆସାମର ଏଆଇୟୁଡିଏଫ୍‌ ବିଧାୟକ ଅମିନୁଲ ଇସ୍‌ଲାମ ଗିରଫ ହୋଇଛନ୍ତି। ଉଭୟ...

ପାକିସ୍ତାନ ସହ ଖେଳିବ ନାହିଁ କି ଭାରତ: ପହଲଗାମ ଆକ୍ରମଣ ପରେ ICCକୁ ଚିଠି ଲେଖିଲା BCCI

ନୂଆଦିଲ୍ଲୀ,୨୫।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ କ୍ରିକେଟ ଦଳ ଆଉ ପାକିସ୍ତାନ ସହିତ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିବ ନାହିଁ। ଉଭୟ ଦଳ...

ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ଘର ଉଡ଼ାଇ ଦେଲେ ସୁରକ୍ଷା ବାହିନୀ

ଶ୍ରୀନଗର,୨୫।୪: ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା ସର୍ଚ୍ଚ ଅପରେଶନକୁ ଜୋରଦାର କରିଛି। ଏନଆଇଏ ମଧ୍ୟ ଜମ୍ମୁ ଏବଂ କାଶ୍ମୀର ପୋଲିସ ସହିତ ମିଶି ଆକ୍ରମଣର...

‘ହମାସ ନେତାମାନେ POK ଗସ୍ତ କରିଥିଲେ’: ଇସ୍ରାଏଲ କୂଟନୀତିକଙ୍କ ଦାବି, ପାକିସ୍ତାନ ଓ ଲସ୍କର ସହ ହମାସର ସମ୍ପର୍କ

ନୂଆଦିଲ୍ଲୀ, ୨୫।୪: ଇସ୍ରାଏଲର ଜଣେ ବରିଷ୍ଠ କୂଟନୀତିକ ଏକ ଚାଞ୍ଚଲ୍ୟକର ଦାବି କରି କହିଛନ୍ତି ଯେ, ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସର ନେତାମାନେ ପାକିସ୍ତାନ ଅଧିକୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri