ଭୁବନେଶ୍ୱର,୩୦।୭: ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା କରିପାରିବେ ଆବେଦନ। ଅଗଷ୍ଟ ୯ ତୃତୀୟ କିସ୍ତି ପରେ ସୁଭଦ୍ରା ପୋର୍ଟାଲ ଖୋଲିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।
ଅଗଷ୍ଟ ୯ରେ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା । ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା । ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯେଭଳି ଭାବେ ସୁଭଦ୍ରା ପହଞ୍ଚିବ ସେ ନେଇ ଯୋଜନାକୁ କ୍ରିୟନ୍ବୟନ କରିବାକୁ ଲଗାତାର ଭାବେ ପ୍ରୟାସ କରିଛନ୍ତି ସରକାର।