Posted inରାଜ୍ୟ

Archana Nag: ଅର୍ଚ୍ଚନା ନାଗଙ୍କୁ ନେଇ ପୁଣି ବଡ଼ ଖବର, ସାରା ରାଜ୍ୟରେ ଚହଳ

ଭୁବନେଶ୍ୱର,୨୦।୪: ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ। ନାଗ ଦମ୍ପତିଙ୍କୁ ନେଇ ଆସିଛି ବଡ଼ ଖବର। ନାଗ ଦମ୍ପତି ଏବେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଶୁଣିଲେ ଆପଣଙ୍କୁ ତାଜୁବ ଲାଗୁଥାଇପାରେ। ହେଲେ ଏହା ସତ।Archana Nagଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ସ୍ବାମୀ ଜଗବନ୍ଧୁ ଚାନ୍ଦ। ଏନେଇ ଭୁବନେଶ୍ୱର ଫ୍ୟାମିଲି କୋର୍ଟରେ ମାମଲା(ନଂ. ୫୮/୨୫) ରୁଜୁ ହୋଇଛି।

ସୂଚନାଯୋଗ୍ୟ, Archana Nagଙ୍କ ହନିଟ୍ରାପ ଘଟଣା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା। ଏଥିରେ ବହୁ ବଡ଼ ବଡ଼ ନେତା ଓ ବ୍ୟକ୍ତି ସଂପୃକ୍ତ ଥିବା ଖବର ଆସିଥିଲା। ଯାହାପରେ ତାଙ୍କୁ ୨୦୨୨ରେ ଗିରଫ କରାଯାଇଥିଲା। ସେ ଗିରଫ ହେବାର କିଛିଦିନ ପରେ ତାଙ୍କ ସ୍ବାମୀ ଗିରଫ ହୋଇଥିଲେ। ପ୍ରାୟ ଦେଢବର୍ଷ ପରେ ଦୁହେଁ ଜେଲରୁ ବାହାରିଥିଲେ। ଜେଲରୁ ବାହାରିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଶେଷରେ ଜଗବନ୍ଧୁ ଅର୍ଚ୍ଚନାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ।

Archana Nag ମାମଲା ଓଡ଼ିଶାରେ ଏକ ଚାଞ୍ଚଲ୍ୟକର ଘଟଣା ଭାବେ ଚହଳ ସୃଷ୍ଟି କରିଥିଲା। ଅର୍ଚ୍ଚନା ହନିଟ୍ରାପ, ବ୍ଲାକମେଲିଂ ଏବଂ ଅର୍ଥ ଆଦାୟ କରି ବହୁ ବଡ଼ ବଡ଼ ନେତାଙ୍କୁ ଫସାଇଥିଲେ। ଅର୍ଚ୍ଚନା, କାଳହାଣ୍ଡି ଜିଲାରେ ଏକ ଗରିବ ପରିବାରରୁ ଆସି ୨୦୧୫ ମସିହାରେ ଭୁବନେଶ୍ୱରକୁ ଆସିଥିଲେ। ଅଳ୍ପ ସମୟ ମଧ୍ୟରେ ସେ ଏକ ବିଲାସପୂର୍ଣ୍ଣ ଜୀବନଶୈଳୀ ଆରମ୍ଭ କରିଥିଲେ, ଯାହା ମଧ୍ୟରେ ରହିଛି ଏକ ଆଲିଶାନ ଘର, ବିଳାସପୂର୍ଣ୍ଣ ଗାଡ଼ି, ଚାରୋଟି ମହଙ୍ଗା ବ୍ରିଡର କୁକୁର ଏବଂ ଏକ ଧଳା ଘୋଡ଼ା। ପୋଲିସ ଅନୁସାରେ, ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ୨୦୧୮ରୁ ୨୦୨୨ ମଧ୍ୟରେ ପ୍ରାୟ ୩୦ କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିଥିଲେ, ଯାହାର ମୁଖ୍ୟ ଉତ୍ସ ଥିଲା ହନିଟ୍ରାପ ଓ ବ୍ଲାକମେଲିଂ।

୨୦୨୨ ଅକ୍ଟୋବରରେ ପ୍ରକାଶକୁ ଆସିଥିଲା ଯେତେବେଳେ ଶ୍ରଦ୍ଧାଞ୍ଜଳି ବେହେରା ନାମକ ଜଣେ ମହିଳା ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜାଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଏହାପରେ ପରିଜା, ନୟାପାଲ୍ଲୀ ଥାନାରେ Archana Nag ଓ ଶ୍ରଦ୍ଧାଞ୍ଜଳିଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଦାୟର କରିଥିଲେ, ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ ଅର୍ଚ୍ଚନା ତାଙ୍କୁ ଅଶ୍ଳୀଳ ଫଟୋ ଜରିଆରେ ବ୍ଲାକମେଲ କରି ୩ କୋଟି ଟଙ୍କା ଦାବି କରୁଛନ୍ତି।

ଏହା ପରେ ଅର୍ଚ୍ଚନାଙ୍କୁ ୨୦୨୨ ଅକ୍ଟୋବର ୬ରେ ଭୁବନେଶ୍ୱର କମିଶନରେଟ ପୋଲିସ ଗିରଫ କରିଥିଲା। ତାଙ୍କ ଘରୁ ମୋବାଇଲ, ଲାପଟପ, ପେନ ଡ୍ରାଇଭ ଓ କମ୍ପ୍ୟୁଟର ଜବତ କରାଯାଇଥିଲା, ଯେଉଁଥିରେ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା ଆଲୋଚନା ହୋଇଥିଲା। ପରେ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

Archana Nag ଓ ତାଙ୍କ ସହଯୋଗୀମାନେ ରାଜନେତା, ବ୍ୟବସାୟୀ ଓ ଅଧିକାରୀଙ୍କୁ ହନିଟ୍ରାପ ମାଧ୍ୟମରେ ଫସାଇ ଅଶ୍ଳୀଳ ଭିଡିଓ ଓ ଫଟୋ ରେକର୍ଡ କରି ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଥିଲା। ସେମାନେ ଏହି ପ୍ରକ୍ରିୟାରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ଦାବି କରାଯାଇଛି। ଏହା ସହିତ, ଅର୍ଚ୍ଚନାଙ୍କ ସାମାଜିକ ଗଣମାଧ୍ୟମରେ ବିଜୁ ଜନତା ଦଳ (ବିଜେଡି) ନେତା ଓ ଅଧିକାରୀଙ୍କ ସହ ଫଟୋ ଭାଇରାଲ ହୋଇଥିଲା, ଯାହା ରାଜନୈତିକ ବିବାଦରେ ମୁଣ୍ଡ ଟେକିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri