Ration Card କୁ ନେଇ ବଡ଼ ସୂଚନା, ଇ-କେୱାଇସି ଅପଡେଟ ପାଇଁ ଆଉ କୋହଳ ନାହିଁ…

ଭୁବନେଶ୍ୱର,୧୬।୨: ରାଶନ କାର୍ଡକୁ ନେଇ ବଡ଼ ଅପଡେଟ୍‌। E-KYC ଅପଡେଟ ପାଇଁ ଆଉ କୋହଳ କରାଯିବ ନାହଁ । ହିତାଧିକାରୀଙ୍କୁ ଆଜି ଏଭଳି ଚେତାବନୀ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର। ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଇ-କେୱାଇସି ଅପଡେଟ ସମୟ ସୀମା ବର୍ଦ୍ଧିତ କରାଯାଇଛି ସତ । ହେଲେ ଏହା ଭିତରେ ଯଦି ଯୋଗ୍ୟ ହିତାଧିକାରୀ ଇ-କେୱାଇସି ନ କରିପାରିଲେ । ସେମାନଙ୍କ Ration Card ସରେଣ୍ଡର ହୋଇଗଲା ବୋଲି ଧରିନିଆଯିବ ।

ଫେବ୍ରୁଆରି ୧୫ ଶେଷ ତାରିଖ ଥିଲା କିନ୍ତୁ କିନ୍ତୁ ରାଜ୍ୟର ୩୪୧ ପିଡିଏସ ସେଣ୍ଟରରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ଯୋଗୁଁ ମାର୍ଚ୍ଚ ୩୧ ତାରିଖ ଯାଏଁ ସମୟ ସୀମା ବର୍ଦ୍ଧିତ ହେଇଛି । ତେବେ ଏହି ଦେଢ଼ ମାସ ଭିତରେ Ration Card ହିତାଧିକାରୀ ଇ-କେୱାଇସି ଅପଡେଟ କରି ନିଅନ୍ତୁ ବୋଲି କହିଛନ୍ତି କୃଷ୍ଣ ପାତ୍ର।

Share