ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ସୂଚନା: ଓଡ଼ିଶାକୁ ଆସିବ…

ଭୁବନେଶ୍ୱର, ୫।୯: ଓଡ଼ିଶାକୁ ଆସିବ ୬୦୦ e-ବସ୍‌। ୬୦୦ e-ବସ୍‌ ଆସିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପରିବେଶ ସୁରକ୍ଷା ପାଇଁ e-ବସ ଅଧିକ ପ୍ରଚଳନ କରିବାକୁ ଯୋଜନା। ରାଜ୍ୟରେ ୧ ହଜାର e-ବସ୍‌ର ଆବଶ୍ୟକତା ରହିଛି। ଆଗକୁ ରାଜ୍ୟ ସରକାର ୨୦୦ଟି e ବସ୍‌ ଆଣିବେ। ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ୪୦୦ଟି e-ବସ ପ୍ରଦାନ କରିବେ। ମୋଟ ୬୦୦ଟି e-ବସ ଜନସାଧାରଣଙ୍କ ସେବାରେ ଲାଗିବ। ଏବେ ୨୫ଟି e-ବସ ଆସୁଛି, ଯାହା ସମ୍ବଲପୁରକୁ ପ୍ରଦାନ କରାଯିବ। ପରେ ଅନ୍ୟ ଜିଲାକୁ ମଧ୍ୟ e-ବସ ପ୍ରଦାନ କରାଯିବ ।

Share