ମେଣ୍ଡୁଲିଙ୍କ ପଛରେ ବଡ଼ ହାତ! ସାମ୍ନାକୁ ଆସିଲା ବଡ଼ ଖୁଲାସା

ଭୁବନେଶ୍ୱର,୧୨।୭: ମୁଣ୍ଡରେ ନାଲି ଗାମୁଛା, ଦେହରେ ମାଟିଆ ପୋଷାକ। ଘର ଆଠମଲ୍ଲିକ। ରାଜ୍ୟ ରାଜନୀତିକୁ ହୁଲସ୍ତୁଲ କରୁଛନ୍ତି ଏହି ନେତା। ଏହି ନେତାଜଣକ ୪ଦିନ ଧରି ରାଜ୍ୟରେ ଡ୍ରାଇଭର ସଂଘ ଆନ୍ଦୋଳନକୁ ଆଗକୁ ବଢାଉଛନ୍ତି। ବଡ଼ବଡ଼ ନେତାଙ୍କ ଠାରୁ ମନ୍ତ୍ରୀ ଯାଏ ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କୁ ବୁଝାଇବା ପାଇଁ ଫୋନ କରୁଛନ୍ତି। ତେବେ ସତରେ କ’ଣ ଜଣେ ବ୍ୟକ୍ତି ଏତେ ପାଓ୍ବାରଫୁଲ୍‌ ହୋଇପାରେ? ଯିଏ ୪ଦିନ ଧରି ରାଜ୍ୟ ରାଜନୀତିକୁ ସରଗରମ କରି ରଖିଛନ୍ତି।

ପ୍ରଶାନ୍ତ ମେଣ୍ଡୁଲି। ଗତକାଲି ଡ୍ରାଇଭର ସଂଘର ତାଙ୍କ ଉପରେ ରାଗିଯାଇ ତାଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ସାରା ରାଜ୍ୟରେ ଚକାଜାମ୍‌ କରି ସେ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଜୁଲାଇ ୭ରୁ ସାରା ରାଜ୍ୟରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ୭ଦଫା ଦାବିରେ ସେ ସରକାରଙ୍କ ନିକଟରେ ଅଡି ବସିଛନ୍ତି। ସରକାରଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ କି ବିଧାୟକ ତାଙ୍କ ସହ କଥା ହେଲେ ମଧ୍ୟ ସେ ଅଡି ବସିଛନ୍ତି। ୪ଦିନ ଧରି ରାଜ୍ୟକୁ ଅଚଳ କରି ରଖିଥିବାବେଳେ ଯେତେବେଳେ ଭୁବନେଶ୍ୱରକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସିଲେ ସେ ତାଙ୍କ ପାଇଁ ଆନ୍ଦୋଳନ କୋହଳ କରିଦେଇଥିଲେ। ଯାହାପରେ ରାଜନୀତି ଜୋର୍‌ ଧରିଛି। ରାହୁଲ କାଲି ସମାବେଶରେ ତାଙ୍କୁ ସମର୍ଥନ ଦେବା ନେଇ ମଧ୍ୟ ଘୋଷଣା କରିଛନ୍ତି।

କିନ୍ତୁ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ। ମେଣ୍ଡୁଲି କ’ଣ ଏହି ଆନ୍ଦୋଳନ କରିବାର କ୍ଷମତା ରଖିଛନ୍ତି? ନା ତାଙ୍କ ପଛରେ ଆଉ କିଏ ଅଛି ଯିଏ ତାଙ୍କୁ ବଳ ଯୋଗାଉଛି। ଯେତେବେଳେ କଗ୍ରେଂସର ଆନ୍ଦୋଳନ ହେଉଛି ସେତେବେଳେ ଭକ୍ତ ଦାସ, ରମେଶ ଜେନା ଓ ତାରା, ମେଣ୍ଡୁଲିଙ୍କୁ ଫୋନ କରୁଛନ୍ତି। ଏହି ସମୟରେ ସେ ଅନୁରୋଧ ରକ୍ଷା କରି ଆନ୍ଦୋଳନ କୋହଳ ବି କରୁଛନ୍ତି। ଯାହାପରେ ଭାଜପା ଅଭିଯୋଗ ଆଣିଛି ଯେ, ମେଣ୍ଡୁଲି କଂଗ୍ରେସ ପାଇଁ କାମ କରୁଛନ୍ତି।

ସେପଟେ କଂଗ୍ରେସ ଅଭିିଯୋଗ ଆଣିଛି ଯେ, ରାହୁଲ ଭୁବନେଶ୍ୱର ଆସିବାକୁ ଥିବାରୁ ଭାଜପା ଜାଣିଶୁଣି ଆନ୍ଦୋଳନକୁ ଜାରି ରଖୁଛି। ତେବେ ଏହିସବୁ ଅଭିଯୋଗକୁ ସିଧାସିଧା ଖଣ୍ଡନ କରିଛନ୍ତି ମେଣ୍ଡୁଲି। ସେ କହିଛନ୍ତି, ମୁଁ ନିଜ ବେସ୍‌ ନିଜେ ବନେଇଛି। ରାଜ୍ୟରେ ନେତୃତ୍ୱ ନେବା ଏତେ ସହଜ ନୁହେଁ। ମୁଁ ନିଜ ଦମ୍‌ରେ ଏତେବଡ଼ ଡ୍ରାଇଭର ସଂଘର ନେତା ହୋଇଛି। ମୋ କଥାରେ ପୂରା ସଂଘ ପରିଚାଳିତ ହୁଏ। ତେବେ ଏସବୁକୁ ନେଇ ମଧ୍ୟ ଆଲୋଚନା ହେଉଛି କି, ପୂରା ଡ୍ରାଇଭର ସଂଘକୁ ନେଇ ମେଣ୍ଡୁଲିଙ୍କ ଏତେ ଦକ୍ଷତା ନା ପଛରେ କାହାର ଶକ୍ତି ରହିଛି? ଏହାରି ଭିତରେ ମୁହଁ ଖୋଲିଛନ୍ତି ପ୍ରଶାନ୍ତ ମେଣ୍ଡୁଲି।

ଓଡ଼ିଶା ଡ୍ରାଇଭର ମହାସଂଘରେ ଅଭ୍ୟନ୍ତରୀଣ ବିବାଦ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନେତୃତ୍ୱକୁ ନେଇ ଅନେକ ଡ୍ରାଇଭର ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ଏହି ବିବାଦ ଏକ ନୂଆ ମୋଡ଼ ନେଇଛି। ମେଣ୍ଡୁଲିଙ୍କ ବିରୋଧରେ ମିନି ଟ୍ରକ ମାଲିକ ସଂଘ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଏକ ଅଭିଯୋଗ ଦାୟର କରିଛନ୍ତି, ଯେଉଁଥିରେ ସେ ଅଗଣତାନ୍ତ୍ରିକ ପଦ୍ଧତିରେ ହକ ମାଗୁଥିବା ଏବଂ ଡ୍ରାଇଭର ଓ ମାଲିକମାନଙ୍କୁ ଅପମାନିତ କରୁଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ପ୍ରଶାନ୍ତ ମେଣ୍ଡୁଲି କାନ୍ଦ କାନ୍ଦି ଭିଡିଓ ଜାରି କରିଛନ୍ତି। ସେ କହିଛନ୍ତି, ଡ୍ରାଇଭର୍‌ ଭାଇମାନେ ବିଚାର କରନ୍ତୁ, ଏ ସମୟ ଆଉ ପାଇବନି। ଯେଉଁ ଭାଇମାନେ ମାଲିକଙ୍କୁ ଚାହୁଁଛନ୍ତି, ମହାସଂଘ ଛାଡ଼ି ଦିଅନ୍ତୁ। ଯେଉଁ ଭାଇମାନେ ଗାଡ଼ି ଚଲାଇବେ ସମସ୍ତଙ୍କ ଫଟୋ ଉଠାଯିବ। ଯେଉଁମାନେ ସଂଘକୁ ପଇସା ଦେଇଛନ୍ତି ତାକୁ ବି ଫେରେଇ ଦେବୁ। ଟଙ୍କା ଫେରେଇ ଦେବୁ କିନ୍ତୁ ସଦସ୍ୟ ଭାବେ ରଖିବୁ ନାହିଁ। ଭାଇମାନେ ଧର୍ଯ୍ୟ ରଖନ୍ତୁ, ଆମକୁ କେହି କିଛି କରିପାରିବେ ନାହିଁ। ଏକ ରହେଙ୍ଗେ ତୋ ସବ ସେଫ ରହେଙ୍ଗେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri