ମେଣ୍ଡୁଲିଙ୍କ ପଛରେ ବଡ଼ ହାତ! ସାମ୍ନାକୁ ଆସିଲା ବଡ଼ ଖୁଲାସା

ଭୁବନେଶ୍ୱର,୧୨।୭: ମୁଣ୍ଡରେ ନାଲି ଗାମୁଛା, ଦେହରେ ମାଟିଆ ପୋଷାକ। ଘର ଆଠମଲ୍ଲିକ। ରାଜ୍ୟ ରାଜନୀତିକୁ ହୁଲସ୍ତୁଲ କରୁଛନ୍ତି ଏହି ନେତା। ଏହି ନେତାଜଣକ ୪ଦିନ ଧରି ରାଜ୍ୟରେ ଡ୍ରାଇଭର ସଂଘ ଆନ୍ଦୋଳନକୁ ଆଗକୁ ବଢାଉଛନ୍ତି। ବଡ଼ବଡ଼ ନେତାଙ୍କ ଠାରୁ ମନ୍ତ୍ରୀ ଯାଏ ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କୁ ବୁଝାଇବା ପାଇଁ ଫୋନ କରୁଛନ୍ତି। ତେବେ ସତରେ କ’ଣ ଜଣେ ବ୍ୟକ୍ତି ଏତେ ପାଓ୍ବାରଫୁଲ୍‌ ହୋଇପାରେ? ଯିଏ ୪ଦିନ ଧରି ରାଜ୍ୟ ରାଜନୀତିକୁ ସରଗରମ କରି ରଖିଛନ୍ତି।

ପ୍ରଶାନ୍ତ ମେଣ୍ଡୁଲି। ଗତକାଲି ଡ୍ରାଇଭର ସଂଘର ତାଙ୍କ ଉପରେ ରାଗିଯାଇ ତାଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ସାରା ରାଜ୍ୟରେ ଚକାଜାମ୍‌ କରି ସେ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଜୁଲାଇ ୭ରୁ ସାରା ରାଜ୍ୟରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ୭ଦଫା ଦାବିରେ ସେ ସରକାରଙ୍କ ନିକଟରେ ଅଡି ବସିଛନ୍ତି। ସରକାରଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ କି ବିଧାୟକ ତାଙ୍କ ସହ କଥା ହେଲେ ମଧ୍ୟ ସେ ଅଡି ବସିଛନ୍ତି। ୪ଦିନ ଧରି ରାଜ୍ୟକୁ ଅଚଳ କରି ରଖିଥିବାବେଳେ ଯେତେବେଳେ ଭୁବନେଶ୍ୱରକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସିଲେ ସେ ତାଙ୍କ ପାଇଁ ଆନ୍ଦୋଳନ କୋହଳ କରିଦେଇଥିଲେ। ଯାହାପରେ ରାଜନୀତି ଜୋର୍‌ ଧରିଛି। ରାହୁଲ କାଲି ସମାବେଶରେ ତାଙ୍କୁ ସମର୍ଥନ ଦେବା ନେଇ ମଧ୍ୟ ଘୋଷଣା କରିଛନ୍ତି।

କିନ୍ତୁ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ। ମେଣ୍ଡୁଲି କ’ଣ ଏହି ଆନ୍ଦୋଳନ କରିବାର କ୍ଷମତା ରଖିଛନ୍ତି? ନା ତାଙ୍କ ପଛରେ ଆଉ କିଏ ଅଛି ଯିଏ ତାଙ୍କୁ ବଳ ଯୋଗାଉଛି। ଯେତେବେଳେ କଗ୍ରେଂସର ଆନ୍ଦୋଳନ ହେଉଛି ସେତେବେଳେ ଭକ୍ତ ଦାସ, ରମେଶ ଜେନା ଓ ତାରା, ମେଣ୍ଡୁଲିଙ୍କୁ ଫୋନ କରୁଛନ୍ତି। ଏହି ସମୟରେ ସେ ଅନୁରୋଧ ରକ୍ଷା କରି ଆନ୍ଦୋଳନ କୋହଳ ବି କରୁଛନ୍ତି। ଯାହାପରେ ଭାଜପା ଅଭିଯୋଗ ଆଣିଛି ଯେ, ମେଣ୍ଡୁଲି କଂଗ୍ରେସ ପାଇଁ କାମ କରୁଛନ୍ତି।

ସେପଟେ କଂଗ୍ରେସ ଅଭିିଯୋଗ ଆଣିଛି ଯେ, ରାହୁଲ ଭୁବନେଶ୍ୱର ଆସିବାକୁ ଥିବାରୁ ଭାଜପା ଜାଣିଶୁଣି ଆନ୍ଦୋଳନକୁ ଜାରି ରଖୁଛି। ତେବେ ଏହିସବୁ ଅଭିଯୋଗକୁ ସିଧାସିଧା ଖଣ୍ଡନ କରିଛନ୍ତି ମେଣ୍ଡୁଲି। ସେ କହିଛନ୍ତି, ମୁଁ ନିଜ ବେସ୍‌ ନିଜେ ବନେଇଛି। ରାଜ୍ୟରେ ନେତୃତ୍ୱ ନେବା ଏତେ ସହଜ ନୁହେଁ। ମୁଁ ନିଜ ଦମ୍‌ରେ ଏତେବଡ଼ ଡ୍ରାଇଭର ସଂଘର ନେତା ହୋଇଛି। ମୋ କଥାରେ ପୂରା ସଂଘ ପରିଚାଳିତ ହୁଏ। ତେବେ ଏସବୁକୁ ନେଇ ମଧ୍ୟ ଆଲୋଚନା ହେଉଛି କି, ପୂରା ଡ୍ରାଇଭର ସଂଘକୁ ନେଇ ମେଣ୍ଡୁଲିଙ୍କ ଏତେ ଦକ୍ଷତା ନା ପଛରେ କାହାର ଶକ୍ତି ରହିଛି? ଏହାରି ଭିତରେ ମୁହଁ ଖୋଲିଛନ୍ତି ପ୍ରଶାନ୍ତ ମେଣ୍ଡୁଲି।

ଓଡ଼ିଶା ଡ୍ରାଇଭର ମହାସଂଘରେ ଅଭ୍ୟନ୍ତରୀଣ ବିବାଦ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନେତୃତ୍ୱକୁ ନେଇ ଅନେକ ଡ୍ରାଇଭର ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ଏହି ବିବାଦ ଏକ ନୂଆ ମୋଡ଼ ନେଇଛି। ମେଣ୍ଡୁଲିଙ୍କ ବିରୋଧରେ ମିନି ଟ୍ରକ ମାଲିକ ସଂଘ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଏକ ଅଭିଯୋଗ ଦାୟର କରିଛନ୍ତି, ଯେଉଁଥିରେ ସେ ଅଗଣତାନ୍ତ୍ରିକ ପଦ୍ଧତିରେ ହକ ମାଗୁଥିବା ଏବଂ ଡ୍ରାଇଭର ଓ ମାଲିକମାନଙ୍କୁ ଅପମାନିତ କରୁଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ପ୍ରଶାନ୍ତ ମେଣ୍ଡୁଲି କାନ୍ଦ କାନ୍ଦି ଭିଡିଓ ଜାରି କରିଛନ୍ତି। ସେ କହିଛନ୍ତି, ଡ୍ରାଇଭର୍‌ ଭାଇମାନେ ବିଚାର କରନ୍ତୁ, ଏ ସମୟ ଆଉ ପାଇବନି। ଯେଉଁ ଭାଇମାନେ ମାଲିକଙ୍କୁ ଚାହୁଁଛନ୍ତି, ମହାସଂଘ ଛାଡ଼ି ଦିଅନ୍ତୁ। ଯେଉଁ ଭାଇମାନେ ଗାଡ଼ି ଚଲାଇବେ ସମସ୍ତଙ୍କ ଫଟୋ ଉଠାଯିବ। ଯେଉଁମାନେ ସଂଘକୁ ପଇସା ଦେଇଛନ୍ତି ତାକୁ ବି ଫେରେଇ ଦେବୁ। ଟଙ୍କା ଫେରେଇ ଦେବୁ କିନ୍ତୁ ସଦସ୍ୟ ଭାବେ ରଖିବୁ ନାହିଁ। ଭାଇମାନେ ଧର୍ଯ୍ୟ ରଖନ୍ତୁ, ଆମକୁ କେହି କିଛି କରିପାରିବେ ନାହିଁ। ଏକ ରହେଙ୍ଗେ ତୋ ସବ ସେଫ ରହେଙ୍ଗେ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri