କୋଭିଡ୍‌ ସଙ୍କଟ କେନ୍ଦ୍ରର ବଡ଼ ବିଫଳତା

ନୂଆଦିଲ୍ଲୀ, ୩୦।୫(ଆଇଏଏନ୍‌ଏସ୍‌): କୋଭିଡ୍‌ ସଙ୍କଟ ନରେନ୍ଦ୍ର ମୋଦଙ୍କ ଦ୍ୱିତୀୟ ପାଳି ସରକାରର ସବୁଠୁ ବଡ଼ ବିଫଳତା ବୋଲି ଏକ ସର୍ଭେରେ କୁହାଯାଇଛି। ମୋଦିଙ୍କ ୭ ବର୍ଷର ଶାସନରେ ପ୍ରଥମ ଥର ପାଇଁ ଅନୁମୋଦନ ରେଟିଂରେ ନାଲି ଗାର ଅତିକ୍ରମ କରିଛି। ଏବିପି-ସି ଭୋଟର ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ମୋଦି-୨.୦ ରିପୋର୍ଟ କାର୍ଡରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସରକାରଙ୍କର ସବୁଠୁ ବଡ଼ ସଫଳତା ବୋଲି ଭୋଟରମାନେ ମତ ଦେଇଥିବାବେଳେ କରୋନା ସଙ୍କଟକୁ ଉପଯୁକ୍ତ ଭାବେ ପରିଚାଳନା କରି ନ ପାରିବା ସବୁଠୁ ବିଫଳତା ବୋଲି କହିଛନ୍ତି। ମୋଟ ୫୪୩ ଲୋକ ସଭା କ୍ଷେତ୍ରର ୧.୩୯ ଲକ୍ଷ ଲୋକଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ଜାନୁୟାରୀ ୧ରୁ ମେ’ ୨୮ ମଧ୍ୟରେ ଏହି ସର୍ଭେ ହୋଇଥିବା କୁହାଯାଇଛି।
ସର୍ଭେ ଅନୁଯାୟୀ ବିଭିନ୍ନ ପ୍ରସଙ୍ଗରେ ଭୋଟରମାନେ ମୋଦି ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି। ଗତ ୭ ବର୍ଷରେ ସରକାର ଯେଉଁ ଉଚ୍ଚ ଲୋକପ୍ରିୟତା ରେଟିଂ ହାସଲ କରିଥିଲେ, ଏବେ ତାହା ନଷ୍ଟ ହୋଇଯାଇଛି। ସର୍ଭେରେ ୪୭.୪ ପ୍ରତିଶତ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ସରକାରଙ୍କ ବଡ଼ ସଫଳତା କହିଥିବାବେଳେ ୪୧.୧% କରୋନା ସଙ୍କଟ ପରିଚାଳନାକୁ ବଡ଼ ବିଫଳତା କହିଛନ୍ତି। ନୂଆ କୃଷି ଆଇନ ମୋଦି ସରକାରଙ୍କ ଦ୍ୱିତୀୟ ବଡ଼ ବିଫଳତା ବୋଲି ୨୩.୧ ପ୍ରତିଶତ କହିବା ସହ ଉକ୍ତ ଆଇନକୁ ନେଇ କୃଷକଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ରୋଧ ରହିଥିବା ମତ ଦେଇଛନ୍ତି। ଲକ୍‌ଡାଉନ ବେଳେ ସରକାରଙ୍କ ସହାୟତା ସେମାନଙ୍କ ପାଖରେ ପହଞ୍ଚତ୍ ନ ଥିବା ୫୨.୩ ପ୍ରତିଶତ କହିବା ସହ ଏଥିପାଇଁ ସେମାନେ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି।
ମହାମାରୀର ଦ୍ୱିତୀୟ ଲହର ବେଳେ ନିର୍ବାଚନ ପ୍ରଚାରକୁ ନେଇ ଭୋଟରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଭାଗ ନେଇ ବିଭିନ୍ନ ରାଲିକୁ ସମ୍ବୋଧନ କରିବା ଭୁଲ୍‌ ଥିଲା ବୋଲି ୫୯.୭ ପ୍ରତିଶତ ମତ ଦେଇଛନ୍ତି। କେନ୍ଦ୍ର ଉପରେ ଭୋଟର କ୍ଷୁବ୍ଧ ଥାଇପାରନ୍ତି, ତଥାପି ସେମାନେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚାହାନ୍ତି ନାହିଁ ବୋଲି ସର୍ଭେରେ କୁହାଯାଇଛି। ସେହିପରି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରଖିବା ଉଚିତ ହୋଇଥାନ୍ତା ବୋଲି ୬୦.୮ ପ୍ରତିଶତ ଭୋଟର ଚିନ୍ତାବ୍ୟକ୍ତ କରିଛନ୍ତି। ମହାମାରୀକୁ ଦୃଷ୍ଟିରେ ରଖି କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ କରାଯିବାର ଥିଲା ବୋଲି ୫୫.୩ ପ୍ରତିଶତ ମତ ଦେଇଛନ୍ତି।
ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଇଁ ୪୭ ପ୍ରତିଶତ ଭୋଟର କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ମୋଦି ସରକାରଙ୍କ କାର୍ଯ୍ୟରୁ ବୃହତ୍‌ କର୍ପୋରେଟ୍‌ ହାଉସ୍‌ଗୁଡ଼ିକ ସର୍ବାଧିକ ଆର୍ଥିକ ଫାଇଦା ଉଠାଉଥିବା ୬୪.୪ ପ୍ରତିଶତ ମତ ଦେଇଛନ୍ତି। ଲଦାଖ ଅଞ୍ଚଳରେ ଚାଇନାର ପ୍ରବେଶ ସରକାରଙ୍କ ବିଫଳତା ବୋଲି ୪୪.୮ ପ୍ରତିଶତ କହିଛନ୍ତି। ସରକାରଙ୍କ କଶ୍ମୀର ପରିଚାଳନାରେ ଭୋଟରମାନେ ଖୁସିବ୍ୟକ୍ତ କରିଥିବାବେଳେ ଚାଷୀମାନଙ୍କ ଦାବି ପୂରଣ ହେବା ଆବଶ୍ୟକ ବୋଲି ଅନୁଭବ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri