ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି: ବଦଳିବେ ଗାଦି ମାଡ଼ି ବସିଥିବା ଅଧିକାରୀ

ଭୁବନେଶ୍ୱର,୧୯।୯: ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜସ୍ବ ବିଭାଗରେ ଗାଦି ମାଡ଼ି ବସିଥିବା ଅଧିକାରୀଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏପରିକି ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ଥିବା କର୍ମଚାରୀଙ୍କୁ ସ୍ଥାନାନ୍ତର ପାଇଁ ସବୁ ଜିଲାପାଳଙ୍କୁ ରାଜସ୍ବ ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ୧୫ ଦିନ ମଧ୍ୟରେ ଏହାର ସବିଶେଷ ରିପୋର୍ଟ ଦେବାକୁ ଜିଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷେ ଠିକ୍‌ ଭାବେ ବଦଳି ନିୟମ ପାଳନ ହେଉନଥିବାରୁ ରାଜସ୍ବ ବିଭାଗର ପକ୍ଷରୁ ଉଦ୍‌ବେଗ ପ୍ରକାଶ କରିଛି। ୩ ବର୍ଷ ପରେ ବଦଳି ପାଇଁ ନିୟମ ଥିଲେ ବି ପାଳନ ହେଉନାହିଁ। ଅନେକ କର୍ମଚାରୀ ସମାନ କାର୍ଯ୍ୟାଳୟ ଓ ସମାନ ପୋଷ୍ଟରେ କାମ କରୁଛନ୍ତି। ଯାହା ଦୁର୍ନୀତି ଓ ସରକାରୀ କାର୍ଯ୍ୟରେ ଅବହେଳା ବୃଦ୍ଧିର ମୁଖ୍ୟ କାରଣ ହୋଇଛି।