ସରକାରଙ୍କ ବଡ଼ ନିଷ୍ପତ୍ତି! ପୁରୀ ସେବାୟତ ପିଲାଙ୍କ ପାଇଁ ହେବ…

ଭୁବନେଶ୍ୱର, ୧୫।୧୦: ନୀଳାଦ୍ରି ଭକ୍ତନିବାସରେ ସୋମବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ରଘୁନନ୍ଦନ ପାଠାଗାର ସମ୍ପର୍କରେ ଆମେ ବିସ୍ତୃତ ଆଲୋଚନା କରିଛୁ। ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ନିର୍ମାଣ ସମ୍ପର୍କରେ ବି ଆଲୋଚନା ହୋଇଛି। ସେବାୟତ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୂଳ ନେଇ ବୈଠକରେ ଆଲୋଚନା କରାଯାଇଛି। ପରିକ୍ରମା ପ୍ରକଳ୍ପର କିଛି କାମ ବାକି ଅଛି, ଅସମ୍ପୂର୍ଣ୍ଣ କାର୍ଯ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ହେବ । ପ୍ରମୋଦ ଉଦ୍ୟାନ ଉନ୍ନତୀକରଣ ଆଲୋଚନା ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

 

Dharitri – The Largest & Most Trusted Odia Daily

Share
Tags: odisha