Posted inଜାତୀୟ

ମୋଦି କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ହେଲା ବଡ଼ ଘୋଷଣା, ଓଡ଼ିଶାକୁ…

ନୂଆଦିଲ୍ଲୀ,୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦେଶର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର ୭ଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି , କୋଲକାତା-ଦିଲ୍ଲୀ, ଚେନ୍ନାଇ-କୋଲକାତା, ଦିଲ୍ଲୀ-ମୁମ୍ବାଇ, ମୁମ୍ବାଇ-ଚେନ୍ନାଇ ଏବଂ ବିଲାସପୁର-କଟନୀ ରେଳ ଲାଇନ୍‌କୁ ଫୋର୍‌-ଲେନ କରିବା ପାଇଁ ଅନୁମୋଦନ ମିଳିଛି।

ମୁମ୍ବାଇ-ହାୱଡ଼ା ହାଇ ଡେନ୍ସିଟି ନେଟୱର୍କ ରୁଟ୍‌ରେ ଖଡ଼ଗପୁରରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ୪ର୍ଥ ରେଳ ଲାଇନ ନିର୍ମାଣକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହି ପ୍ରକଳ୍ପର ଲମ୍ବ ପ୍ରାୟ ୩୬୭ କିଲୋମିଟର ହୋଇଥିବା ବେଳେ ଏଥିପାଇଁ ୬,୫୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଆରକୋଣମରୁ ରେଣିଗୁଣ୍ଟା ପର୍ଯ୍ୟନ୍ତ ୩ୟ ଓ ୪ର୍ଥ ରେଳ ଲାଇନ ନିର୍ମାଣକୁ ମଧ୍ୟ ଅନୁମୋଦନ ମିଳିଛି। ଏହି ରେଳ ପ୍ରକଳ୍ପର ଲମ୍ବ ୭୭ କିଲୋମିଟର ହେବ ଏବଂ ଏଥିପାଇଁ ୧,୯୩୬ କୋଟି ଟଙ୍କା ଖର୍ଚ୍ଚ କରାଯିବ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଜିର କ୍ୟାବିନେଟ ବୈଠକରେ ରେଳୱେର ଆଧୁନିକୀକରଣ ସହ ଜଡ଼ିତ କିଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉପରେ ଆଲୋଚନା ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ଉପରେ ଗତ ୧୨ ବର୍ଷ ଧରି କାମ ଚାଲିଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ରେଳୱେର ସମ୍ପୂର୍ଣ୍ଣ ରୂପାନ୍ତରଣ ଓ ଆଧୁନିକୀକରଣ ଦିଗରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱ ବହନ କରୁଛି।

ସେ କହିଛନ୍ତି ଯେ, ୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ ଏବଂ ଚାରି-ଟ୍ରାକ ବିଶିଷ୍ଟ କରିବା କାମ ଚାଲିଛି। ଏଥିସହ ଆହୁରି ଅନେକ କରିଡୋରରେ ମଧ୍ୟ କାମ ହେଉଛି, ଯେଉଁ ରୁଟ୍‌ଗୁଡ଼ିକରେ ଭବିଷ୍ୟତରେ ଭାରୀ ଟ୍ରାଫିକ ହେବାର ଆଶା ରହିଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦିଲ୍ଲୀରୁ ମୁମ୍ବାଇ, ମୁମ୍ବାଇରୁ ଚେନ୍ନାଇ, ଚେନ୍ନାଇରୁ କୋଲକାତା ଏବଂ କୋଲକାତାରୁ ଦିଲ୍ଲୀ ହୋଇ ପୁଣି ମୁମ୍ବାଇ ପର୍ଯ୍ୟନ୍ତ ରୁଟ୍‌କୁ ମିଶାଇ ‘ଗୋଲ୍ଡେନ କ୍ୱାଡ୍ରିଲାଟେରାଲ’ ଗଠିତ ହୋଇଛି। ଏହା ସହ ଏହାର ଦୁଇଟି ଡାଏଗୋନାଲ ରୁଟ୍‌ ରହିଛି ଦିଲ୍ଲୀରୁ ଚେନ୍ନାଇ ଏବଂ ମୁମ୍ବାଇରୁ କୋଲକାତା। ଏହା ବ୍ୟତୀତ ଦିଲ୍ଲୀରୁ ଗୁଆହାଟୀ ପର୍ଯ୍ୟନ୍ତ ରୁଟ୍‌ ମଧ୍ୟ ରହିଛି।

ଏହିପରି ମୋଟ ୭ଟି ହାଇ-ଡେନ୍ସିଟି କରିଡୋରକୁ ଫୋର୍‌-ଲେନ କରାଯାଉଛି। ସମସ୍ତ ପ୍ରକଳ୍ପରେ ପର୍ଯ୍ୟାୟକ୍ରମେ କାମ ଚାଲିଛି। ପ୍ରାୟ ୪,୦୦୦ କିଲୋମିଟର ରେଳପଥ ପାଇଁ ବର୍ତ୍ତମାନ ଡିପିଆର୍‌ (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆବୁଧାବି ଗସ୍ତରେ ମୁଖ୍ୟମନ୍ତ୍ରୀ, ଆଜି ଆଇଏଚ୍‌ସିର ବ୍ୟବସାୟିକ ୟୁନିଟ୍‌-ଗ୍ରୁପ୍‌ କମ୍ପାନୀ ସହ କରିବେ ଆଲୋଚନା

ଭୁବନେଶ୍ୱର,୯ା୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ଅଂଶ ଭାବେ ୯ ସେପ୍ଟେମ୍ବର ୨୦୨୬ରେ ବ୍ୟବସାୟ ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା…

ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ: ଭୋଟର ତାଲିକାରେ ନାଁ ଭୁଲ

ବେଙ୍ଗାଲୁରୁ,୯।୯: ଭୋଟର ତାଲିକାରେ ନାଁ ସ୍ପେଲିଂ ବନାନରେ ଅସଙ୍ଗତି ଥିବା ଜଣାପଡ଼ିବା ପରେ ଭାରତ ରତ୍ନ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସିଏନଆର ରାଓଙ୍କୁ ନୋଟିସ ଜାରି କରାଯାଇଛି।…

PM ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ: ନୀତିନ ନବୀନ କହିଲେ- ଅକ୍ଟୋବର ୨ରେ…

ନୂଆଦିଲ୍ଲୀ,୯।୯: ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ମାସରେ ‘ସେବା ସଂକଳ୍ପ ଅଭିଯାନ’…

BJP ଅଫିସ୍‌ରେ ଆତଙ୍କ! AC ତଳୁ ବାହାରିଲା ୫ ଫୁଟ୍‌ର କିଙ୍ଗ କୋବ୍ରା, ତା’ପରେ…

ସୀତାପୁର,୯।୯: ଉତ୍ତରପ୍ରଦେଶର ସୀତାପୁରରେ ବୁଧବାର ସକାଳେ BJP କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଆତଙ୍କଜନକ ଦୃଶ୍ୟ। କାର୍ଯ୍ୟାଳୟରେ ଥିବା କର୍ମଚାରୀମାନେ ପ୍ରାୟ ୫ ଫୁଟ ଲମ୍ବର ଏକ କିଙ୍ଗ…

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

ଭଲ ଡ୍ରାଇଭିଂ ରେକର୍ଡ ଥିଲେ ଚାଳକଙ୍କୁ ମିଳିବ ଏହି ଉପହାର, ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ: ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୯।୯: ରାସ୍ତାରେ ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ଆସୁଛି ବଡ଼ ଝଟ୍‌କା। ଏଣିକି କେବଳ ଚାଲାଣ କାଟି ଛାଡ଼ି ଦିଆଯିବ ନାହିଁ।…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

ଭାରତ ସହ ସହଯୋଗ ବଢ଼ାଇବ ଇରାନ

ନୂଆଦିଲ୍ଲୀ,୯ା୯: ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ଏବଂ ଆମେରିକାର କଟକଣା ନୀତିକୁ ନେଇ ଲାଗିରହିଥିବା ଅନିଶ୍ଚିତତା ସତ୍ତ୍ୱେ ଚାବହାର ବନ୍ଦରର ରଣନୀତିକ ମୂଲ୍ୟବୋଧ ଓ ଭାରତ ସହ ସମ୍ପର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri