ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି ବିଭାଗର ୧୧ ପ୍ରସ୍ତାବ ପାରିତ ହୋଇଛି। ପାର୍ବତୀ ଗିରି ମେଗା ଜଳପ୍ରକଳ୍ପକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ୩୪୦୦ କୋଟିର ଅଟଳ ବସ ଷ୍ଟାଣ୍ଡ ଯୋଜନା ପାରିତ ହୋଇଛି। ଏହା ଅଧୀନରେ ୩୧୮ଟି ବସଷ୍ଟାଣ୍ଡର ଉନ୍ନତୀକରଣ କରାଯିବ।