ପାରାଦୀପ,୧୮।୧: ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ରବିବାର ଏକ ବଡ଼ ନିଷ୍ପତ୍ତି ନେଇଛି। ସୋମବାର ସକାଳ ୬ଟାରୁ ପାରାଦୀପ ବସ୍ଷ୍ଟାଣ୍ଡରୁ ଘରୋଇ ବସ୍ ଗଡ଼ିବ ନାହିଁ ବୋଲି ସଂଘ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରି ଦିଆଯାଇଛି।
ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅର୍ନିଦ୍ଦିଷ୍ଟ କାଳ ଯାଏଁ ବସ୍ ଚଳାଚଳ ବନ୍ଦ ରଖିବାକୁ ସଂଘ ଘୋଷଣା କରିଛି।

