ବ୍ୟାଙ୍କ ପ୍ରମୋଟର ହୋଇପାରନ୍ତି ବଡ଼ କର୍ପୋରେଟ ହାଉସ

ମୁମ୍ବାଇ: ବଡ଼ ବଡ଼ କର୍ପୋରେଟ୍‌ ହାଉସ ଦେଶରେ ଥିବା ବ୍ୟାଙ୍କଗୁଡିକର ପ୍ରମୋଟର ଭାବେ ସ୍ଥାନ ପାଇବା ନେଇ ସମ୍ଭାବନା ଉପୁଜିଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ଏକ ଅନ୍ତରୀଣ କମିଟି ସରକାରଙ୍କୁ ଏ ନେଇ ପ୍ରସ୍ତାବ ଦେଇଛି। ବ୍ୟାଙ୍କିଙ୍ଗ୍‌ ରେଗୁଲେଶନ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ଏଥିରେ କୁହାଯାଇଛି। ସେହିଭଳି ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକରେ ପ୍ରମୋଟରଙ୍କ ଅଂଶଧନ ସୀମା ୨୬%କୁ ବଢ଼ାଇବା ନେଇ ପ୍ରସ୍ତାବରେ କୁହାଯାଇଛି। ଏହାବାଦ ଘରୋଇ ବଜାରରେ ରହିଥିବା ବଡ଼ ଅଣ ବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)ଗୁଡିକୁ ବ୍ୟାଙ୍କରେ ରୂପାନ୍ତରିତ କରିବା ନେଇ ମଧ୍ୟ ପ୍ରସ୍ତାବ ରହିଛି। ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକ ମାନିକାନା ଏବଂ କର୍ପୋରେଟ ଢାଞ୍ଚାର ତର୍ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜୁନ ୧୨ରେ ଏକ ଆନ୍ତଃ ଓ୍ବାର୍କିଂ ଗ୍ରୁପ୍‌ (ଆଇଡବ୍ଲ୍ୟୁଜି) ଗଠନ କରାଯାଇଥିଲା। ସେହିଭଳି ଏନ୍‌ବିଏଫ୍‌ସିଗୁଡିକର ସମ୍ପତ୍ତି ମୂଲ୍ୟ ୫୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରହିଥିଲେ ସେଗୁଡିକୁ ବ୍ୟାଙ୍କରେ ରୂପାନ୍ତରିତ କରିବା ଭଳି ଅନ୍ୟାନ୍ୟ ପ୍ରସ୍ତାବ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲେ ଷ୍ଟୋରରୁ ହଟିବା ପରେ ପୁଣି ଫେରିଲା ପେଟିଏମ୍‌ ଆପ୍‌

ନୂଆଦିଲ୍ଲୀ,୧୯।୯: ପେମେଣ୍ଟ ଏବଂ ଫାଇନାନ୍ସ ସେବା ଯୋଗାଉଥିବା ଆପ୍ଲିକେଶନ ପେଟିଏମ୍‌କୁ ଗୁଗଲ ଏହାର ପ୍ଲେ ଷ୍ଟୋରରୁ ଶୁକ୍ରବାର ହଟାଇଦେଇଥିଲା। ଏହାର ଘଣ୍ଟାଏ ପରେ ଉକ୍ତ ଆପ୍‌...

କେରଳ ପର୍ଯ୍ୟଟନ ଶିଳ୍ପରେ ଛାଇଲା ମାନ୍ଦାବସ୍ଥା

ତିରୁଭାନନ୍ତପୁରମ୍‌,୧୮-୯: ନିକଟରେ କେରଳର ସର୍ବବୃହତ ପର୍ବ ଓଣମ ପାଳିତ ହୋଇଯାଇଛି। ଏହି ପର୍ବ ପାଳନ ପାଇଁ ରାଜ୍ୟ ସବୁବର୍ଷ ଉତ୍ସବମୁଖର ହୋଇଉଠେ। ସ୍କୁଲ,କଲେଜକୁ ୧୦ ଦିନ...

ଅଶୋକ ଗୁଲାଟି ହୋଇପାରନ୍ତି କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ,୨୭-୫: ଆସନ୍ତା ୩୦ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟଥର ଶପଥଗ୍ରହଣ କରିବାକୁ ଯାଉଛନ୍ତି। ସର୍‌ପ୍ରାଇଜ ବା ଚକିତ କରିବାରେ ତାଙ୍କର ତୁଳନା ନାହିଁ। ରାଷ୍ଟ୍ରପତି...

ଦକ୍ଷିଣ ଭାରତ ବୁଲିବାକୁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୨୨।୧: ପରିଭ୍ରମଣକାରୀମାନଙ୍କ ପାଇଁ ରେଳବାଇ ପକ୍ଷରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଉକ୍ତ ଟ୍ରେନ୍‌ର ନାମ ରହିଛି ‘ଭାରତ ଦର୍ଶନ’, ଯେଉଁଥିରେ ପର୍ଯ୍ୟଟକମାନଙ୍କୁ ଦକ୍ଷିଣ...

ବ୍ୟାଙ୍କଗୁଡିକର ମୋଟ୍‌ ଏନ୍‌ପିଏ ୯.୧%କୁ ଖସିଲା

ନୂଆଦିଲ୍ଲୀ,୨୫-୧୨: ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୋଟ ଅନାଦାୟ ଋଣ (ଏନ୍‌ପିଏ) ପରିମାଣ ସେପ୍ଟେମ୍ବର ଶେଷ ସୁଦ୍ଧା ୯.୧%କୁ ଖସିଛି। ଏହା ଆର୍ଥତ୍କ ବର୍ଷ ୨୦୧୭-୧୮ରେ ୧୧.୨%...

ରାଜ୍ୟଗୁଡିକର ଦାବି; ୩ ବର୍ଷ ବଢୁ ଜିଏସ୍‌ଟି ସେସ୍‌

ନୂଆଦିଲ୍ଲୀ,୧୫-୯: ଦେଶରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ରାଜସ୍ବ କ୍ଷତି ସହୁଥିବା ଅଧିକାଂଶ ରାଜ୍ୟ ଜିଏସ୍‌ଟି ସେସ୍‌ ବଢାଇବା ଲାଗି...

୧.୦୪ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବରରେ ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ୧.୦୪ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି। ଲଗାତର ଦ୍ୱିତୀୟ...

ବଡ଼ ଜମା-ଉଠାଣ ଲାଗି ଜରୁରୀ ହେବ ଆଧାର

ନୂଆଦିଲ୍ଲୀ,୨୩-୭: କଳାଧନ ଉପରେ ଲଗାମ ଲଗାଇବାକୁ ଯାଇ କେନ୍ଦ୍ର ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହାର ସିଧାସଳଖ ପ୍ରଭାବ ସାଧାରଣରେ ଦେଖାଯିବ। ବ୍ୟାଙ୍କ...


Coronavirus Update

Archives

Model This Week

Why Dharitri