Subhadra Scheme: ସୁଭଦ୍ରା ନିୟମରେ ହେଲା ବଡ଼ ପରିବର୍ତ୍ତନ! ବଡ଼ ଅପଡେଟ୍‌ ଦେଲେ ସରକାର

ଭୁବନେଶ୍ୱର,୫।୩: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର । ୩ ଦିନରେ ଦୁଇ ଦୁଇ ଥର ମିଳିବ ଟଙ୍କା । ଡବଲ କିସ୍ତି ପାଇବେ ହିତାଧିକାରୀ । ଏ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୬ ତାରିଖ ଅର୍ଥାତ ଆସନ୍ତାକାଲି ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା । ଆଉ ତା ପରେ ପରେ ପୁଣି ଦିନକ ପରେ ଆଉ ଥରେ ମିଳିବ ସୁଭଦ୍ରା ଟଙ୍କା । ମାତ୍ର ୩ ଦିନ ଭିତରେ ଦୁଇ ଦୁଇ ଥର ଟଙ୍କା ପାଇବେ ହିତାଧିକାରୀ । ଅର୍ଥାତ ୧୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିବ ।

Subhadra Scheme: ମହିଳାଙ୍କ ସୁବିଧା ପାଇଁ ୫ମ ପର୍ଯ୍ୟାୟ ସୁଭଦ୍ରା ଯୋଜନା ସହାୟତା ମିଳିବାକୁ ଯାଉଛି। ଚଳିତ ମାର୍ଚ୍ଚ ୬ ତାରିଖରେ ୧ମ କିସ୍ତି ଏବଂ ମାର୍ଚ୍ଚ ୮ ତାରିଖ (ଅନ୍ତର୍ଜାତୀୟ ମହିଳା ଦିବସ) ରେ ୨ୟ କିସ୍ତି ପ୍ରଦାନ କରାଯିବ।

ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ପାର୍‌ ହୋଇଥିବା ବେଳେ ମାର୍ଚ୍ଚ ୮ ତାରିଖରେ ଏକାବେଳେ ସମସ୍ତଙ୍କ ଖାତାକୁ ଯିବ ସୁଭଦ୍ରା ଯୋଜନା ଟଙ୍କା । ଏହା ଦ୍ୱାରା ୧ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ।

Subhadra Scheme:ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବୁଧବାର କହିଛନ୍ତି,‘ଆମର ସୌଭାଗ୍ୟ। ଆମେ କୋଟିଏ କହିଥିଲୁ। ଏବେ ଗାଁର ସୁଭଦ୍ରାମାନେ ଆମକୁ ପ୍ରସ୍ତୁତ କରିଦେଲେ। ଆମେ ପୂର୍ବରୁ ୯୮ ଲକ୍ଷ ଦେଇଥିଲୁ। ତେଣୁ ଆସନ୍ତା ୬ ତାରିଖରେ ଯାହା ବାକି ଅଛି, ସେ ଟଙ୍କା ଦେବୁ। ଏବେ ସୁଭଦ୍ରା ମ୍ୟାଜିକ ନମ୍ବର କୋଟିଏରୁ ଉଦ୍ଧର୍‌ବ ଛୁଇଁଛି। ଏଣିକି ସୁଭଦ୍ରା ଯୋଜନା ହେବ ଡୋର ଟୁ ଡୋର ସର୍ଭେ । ବଞ୍ଚିତ ହିତାଧିକାରୀ ଖୋଜିବାକୁ ସରକରା ପ୍ରୟାସ କରିବେ। ମାର୍ଚ୍ଚ ୩୧ ଯାଏଁ ଆବେଦନ ବନ୍ଦ କରି ସର୍ଭେ ହେବ। ଏଯାଏଁ ସୁଭଦ୍ରାରେ ୧କୋଟି ୮ଲକ୍ଷ ମହିଳାଙ୍କ ଆବେଦନ କରିଛନ୍ତି’।

ପ୍ରଭାତୀ ଆହୁରି କହିଛନ୍ତି, କୋଟିଏ ମହିଳା ଏବେ ଗୋଟିଏ କଥା କହିବେ। ମହିଳା ଦିବସ ପୂର୍ବରୁ କୋଟିଏ ଛୁଇଁଛି ସଂଖ୍ୟା । ମାର୍ଚ୍ଚ ୮ ତାରିଖରେ ସମସ୍ତ ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା ଯୋଜନା ଟଙ୍କା ଯିବ । ଆଉ ଏହା ଏକାବେଳେ ସମସ୍ତଙ୍କ ଖାତାକୁ ଯିବ । ତେବେ ନୂଆ ଆବେଦନକାରୀଙ୍କ ପାଇଁ ମାର୍ଚ୍ଚ ୩୧ ହେଉଛି ଶେଷ ତାରିଖ । ଏହି ତାରିଖ ମଧ୍ୟରେ ଆବେଦନ କରିଲେ ୩ଟି କିସ୍ତି ଟଙ୍କା ଏକାବେଳେ ପାଇପାରିବେ । ଏଥର ପାଇଁ ସୁଭଦ୍ରା ଆବେଦନର ଶେଷ ତାରିଖ। ଯେଉଁମାନେ ମାର୍ଚ୍ଚ ୩୧ ଭିତରେ ଆବେଦନ କରିଥିବେ ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ। ଅର୍ଥାତ ୧୫ ହଜାର ଟଙ୍କା ଖାତାକୁ ଆସିବ ।


Enter your email to get our daily news in your inbox.

All Right Reserved By Dharitri.Com

‘ପ୍ରଧାନମନ୍ତ୍ରୀଙ୍କ ସହ କିଛି ବି ହୋଇଥାଆନ୍ତା’, କାହିଁକି ଏମିତି କହିଲେ ଓମ ବିର୍ଲା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମୁଲତବୀ କରାଯିବା ଉପରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ…

ହୋଲି-ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର; ଜାଣନ୍ତୁ ଆପଣଙ୍କୁ କିପରି ମିଳିବ ଲାଭ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦିଲ୍ଲୀର ରେଖା ଗୁପ୍ତା ସରକାର ନିଜର ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରି…

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

ତତ୍ପରତା ଦେଖାଇଲା ଜିଲା ପ୍ରଶାସନ, ଜେସିବି ମେଶିନ ସାହାଯ୍ୟରେ ହଟାଗଲା ହମ୍ପସ

ବଞ୍ଚୋ,୫ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଛକ ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

୧ ବଲ୍‌ ୯ ରନ୍‌: ବିନା ଓ୍ବାଇଡ୍‌-ନୋ ବଲ୍‌ରେ କେମିତି ହେଲା ସମ୍ଭବ, ଜାଣନ୍ତୁ କ୍ରିକେଟ୍‌ ପଡ଼ିଆରେ ରୋଚକ ଘଟଣା

ହରାରେ,୫।୨: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ ମ୍ୟାଚ କ୍ରିକେଟ ପଡ଼ିଆରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବ୍ୟାଟିଂ…

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଜୋରଦାର୍‌ ଝଟ୍‌କା: ଯନ୍ତ୍ରଣାରେ ଛଟ୍‌ପଟ୍‌ ହୋଇ…

ନୂଆଦିଲ୍ଲୀ,୫।୨: ICC ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିଙ୍କ ଆଘାତର ଧାରା ଜାରି ରହିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ତାଲିକାରେ…

ସାଙ୍ଗ ନେଲା ସାଙ୍ଗର ଜୀବନ, ହତ୍ୟା କରି ଜରିରେ କରିଦେଲେ ପ୍ୟାକ୍‌, ୫ ଦିନ ପରେ ମିଳିଲା…

ବ୍ରଜରାଜନଗର, ୫।୨(ବିଜୟ ବରାଡ଼): ଝାରସୁଗୁଡା ବ୍ରଜରଜନଗର ଥାନା ରାମପୁର ଫାଣ୍ଡି ଆନ୍ତର୍ଗତ କୁକୁରିକାନୀ ପଡ଼ାର ଟାଙ୍ଗର ଘାଟ ଜଙ୍ଗଲରେ ଏକ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri