Subhadra Scheme: ସୁଭଦ୍ରା ନିୟମରେ ହେଲା ବଡ଼ ପରିବର୍ତ୍ତନ! ବଡ଼ ଅପଡେଟ୍‌ ଦେଲେ ସରକାର

ଭୁବନେଶ୍ୱର,୫।୩: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର । ୩ ଦିନରେ ଦୁଇ ଦୁଇ ଥର ମିଳିବ ଟଙ୍କା । ଡବଲ କିସ୍ତି ପାଇବେ ହିତାଧିକାରୀ । ଏ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୬ ତାରିଖ ଅର୍ଥାତ ଆସନ୍ତାକାଲି ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା । ଆଉ ତା ପରେ ପରେ ପୁଣି ଦିନକ ପରେ ଆଉ ଥରେ ମିଳିବ ସୁଭଦ୍ରା ଟଙ୍କା । ମାତ୍ର ୩ ଦିନ ଭିତରେ ଦୁଇ ଦୁଇ ଥର ଟଙ୍କା ପାଇବେ ହିତାଧିକାରୀ । ଅର୍ଥାତ ୧୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିବ ।

Subhadra Scheme: ମହିଳାଙ୍କ ସୁବିଧା ପାଇଁ ୫ମ ପର୍ଯ୍ୟାୟ ସୁଭଦ୍ରା ଯୋଜନା ସହାୟତା ମିଳିବାକୁ ଯାଉଛି। ଚଳିତ ମାର୍ଚ୍ଚ ୬ ତାରିଖରେ ୧ମ କିସ୍ତି ଏବଂ ମାର୍ଚ୍ଚ ୮ ତାରିଖ (ଅନ୍ତର୍ଜାତୀୟ ମହିଳା ଦିବସ) ରେ ୨ୟ କିସ୍ତି ପ୍ରଦାନ କରାଯିବ।

ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ପାର୍‌ ହୋଇଥିବା ବେଳେ ମାର୍ଚ୍ଚ ୮ ତାରିଖରେ ଏକାବେଳେ ସମସ୍ତଙ୍କ ଖାତାକୁ ଯିବ ସୁଭଦ୍ରା ଯୋଜନା ଟଙ୍କା । ଏହା ଦ୍ୱାରା ୧ କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ।

Subhadra Scheme:ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବୁଧବାର କହିଛନ୍ତି,‘ଆମର ସୌଭାଗ୍ୟ। ଆମେ କୋଟିଏ କହିଥିଲୁ। ଏବେ ଗାଁର ସୁଭଦ୍ରାମାନେ ଆମକୁ ପ୍ରସ୍ତୁତ କରିଦେଲେ। ଆମେ ପୂର୍ବରୁ ୯୮ ଲକ୍ଷ ଦେଇଥିଲୁ। ତେଣୁ ଆସନ୍ତା ୬ ତାରିଖରେ ଯାହା ବାକି ଅଛି, ସେ ଟଙ୍କା ଦେବୁ। ଏବେ ସୁଭଦ୍ରା ମ୍ୟାଜିକ ନମ୍ବର କୋଟିଏରୁ ଉଦ୍ଧର୍‌ବ ଛୁଇଁଛି। ଏଣିକି ସୁଭଦ୍ରା ଯୋଜନା ହେବ ଡୋର ଟୁ ଡୋର ସର୍ଭେ । ବଞ୍ଚିତ ହିତାଧିକାରୀ ଖୋଜିବାକୁ ସରକରା ପ୍ରୟାସ କରିବେ। ମାର୍ଚ୍ଚ ୩୧ ଯାଏଁ ଆବେଦନ ବନ୍ଦ କରି ସର୍ଭେ ହେବ। ଏଯାଏଁ ସୁଭଦ୍ରାରେ ୧କୋଟି ୮ଲକ୍ଷ ମହିଳାଙ୍କ ଆବେଦନ କରିଛନ୍ତି’।

ପ୍ରଭାତୀ ଆହୁରି କହିଛନ୍ତି, କୋଟିଏ ମହିଳା ଏବେ ଗୋଟିଏ କଥା କହିବେ। ମହିଳା ଦିବସ ପୂର୍ବରୁ କୋଟିଏ ଛୁଇଁଛି ସଂଖ୍ୟା । ମାର୍ଚ୍ଚ ୮ ତାରିଖରେ ସମସ୍ତ ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା ଯୋଜନା ଟଙ୍କା ଯିବ । ଆଉ ଏହା ଏକାବେଳେ ସମସ୍ତଙ୍କ ଖାତାକୁ ଯିବ । ତେବେ ନୂଆ ଆବେଦନକାରୀଙ୍କ ପାଇଁ ମାର୍ଚ୍ଚ ୩୧ ହେଉଛି ଶେଷ ତାରିଖ । ଏହି ତାରିଖ ମଧ୍ୟରେ ଆବେଦନ କରିଲେ ୩ଟି କିସ୍ତି ଟଙ୍କା ଏକାବେଳେ ପାଇପାରିବେ । ଏଥର ପାଇଁ ସୁଭଦ୍ରା ଆବେଦନର ଶେଷ ତାରିଖ। ଯେଉଁମାନେ ମାର୍ଚ୍ଚ ୩୧ ଭିତରେ ଆବେଦନ କରିଥିବେ ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ। ଅର୍ଥାତ ୧୫ ହଜାର ଟଙ୍କା ଖାତାକୁ ଆସିବ ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ଶୁଭାଙ୍ଗୀ ଦତ୍ତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଅଭିନେତ୍ରୀ ଶୁଭାଙ୍ଗୀ ଦତ୍ତଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସେ ଅନୁପମ ଖେର୍‌ଙ୍କ ନିର୍ଦ୍ଦେଶିତ ‘ତନଭି ଦି ଗ୍ରେଟ୍‌’...

କାର୍ଯ୍ୟରୁ ମୁକ୍ତି ପାଇଁ ମୃତଦେହକୁ ଫିଙ୍ଗିଦେଲା ୟୁପି ପୋଲିସ

ମୀରଟ,୯ା୧୨: ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟରୁ ବର୍ତ୍ତିବା ପାଇଁ ଏକ ମୃତଦେହକୁ ଅନ୍ୟ ଫାଣ୍ଡି ଅଞ୍ଚଳରେ ଫିଙ୍ଗିଦେବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ...

ଟୋକନ ସମସ୍ୟା: ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଚାଷୀ

ପଦ୍ମପୁର,୯ା୧୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ୧୧ ଦିନରେ ପହଞ୍ଚିଛି। ହେଲେ...

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri